www.samajalive.in
Sunday, December 7, 2025
16.1 C
Bhubaneswar

ତିନିଦିନ ବିତିଲା ; ନିଖୋଜ ଛାତ୍ରର ପତ୍ତା ମିଳୁନି

କଟକ : କଟକ-ତ୍ରିଶୂଳିଆ ପୋଲ ନିକଟରେ ଆଲବମ୍‍ ସୁଟିଂ ଦେଖିବାକୁ ଯାଇ ବିଡ଼ାନାସୀ ଗୋପାଳସାହିର ଶଙ୍କର ସାହୁଙ୍କ ପୁଅ କାହ୍ନୁ ସାହୁ (କାହ୍ନା) ନିଖୋଜ ହେବା ଘଟଣା ଇତିମଧ୍ୟରେ ତିନିଦିନ ବିତିଯାଇଛି। ପରିବାର,ପୁଲିସ, ଅଗ୍ନିଶମ ଓ ଓଡ୍ରାଫ ଦଳ ପ୍ରମୁଖ କାହ୍ନୁର ସନ୍ଧାନ ନେଇ ଚାଲିଥିଲେ ମଧ୍ୟ କୌଣସି ସନ୍ଧାନ ପାଇପାରି ନାହାନ୍ତି। ପୋଲ ଉପରୁ କେବଳ କାହ୍ନାର ସାଇକଲକୁ ଜବତ କରିଛି।
ଆଜି ଏହି ଘଟଣାରେ ପୁଲିସ ତା’ ସାଙ୍ଗରେ ସୁଟିଂ ଦେଖିବାକୁ ଯାଇଥିବା ସାଙ୍ଗକୁ ପଚରା ଉଚୁରା କରିଥିଲା; କିନ୍ତୁ ସୁଟିଂ ଚାଲିଥିବାରୁ କିଛି ସମୟ ପରେ ଫେରିବ ବୋଲି କହି ତାକୁ ଘରକୁ ଯିବାପାଇଁ କହିବାରୁ ସେ ସେଠାରୁ ଚାଲି ଆସିଥିଲା ବୋଲି କହିଛି। ଅନ୍ୟପକ୍ଷରେ ୮ଦିନ ତଳେ କାହ୍ନୁ ଓ ତା’ର ଜଣେ ସାଙ୍ଗଙ୍କ ସହିତ ଟଙ୍କା ଉଧାରକୁ ନେଇ ପାଟିତୁଣ୍ଡ ହୋଇଥିଲା। ସେହିଦିନ ଘରକୁ ଫେରିବା ପରେ କାହ୍ନୁ ଘଟଣା ସଂପର୍କରେ କହିବା ସହିତ ଆଉ ତା’ ସହିତ ସାଙ୍ଗ ହେବନାହିଁ ଜଣାଇ ଥିଲା ବୋଲି ବାପା ଶଙ୍କର ସୂଚନା ଦେଇଛନ୍ତି। ପୁଅ ରାଜାବଗିଚା ସିଟି ମହାବିଦ୍ୟାଳୟରେ ଯୁକ୍ତଦୁଇ ଦ୍ୱିତୀୟ ବାର୍ଷିକ ଛାତ୍ର ଥିବା ବେଳେ ସ୍ୱଭାବରେ ସେ ଅତି ସରଳ ଓ ମେଳାପୀ ଥିଲା। ନିଶ୍ଚିତ ଭାବେ ସେ ଘରକୁ ଫେରିଆସିବ ବୋଲି ଶଙ୍କର ଆଶା ରଖିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories