www.samajalive.in
Monday, December 15, 2025
14.1 C
Bhubaneswar

ଦିନ ଦ୍ବିପ୍ରହରରେ ହାତୀ ଆତଙ୍କ, ଦମ୍ପତି ଗୁରୁତର

ତେଲକୋଇ : ତେଲକୋଇ ବନାଂଚଳ ଅଧିନସ୍ଥ ବିମଳା ଫରେଷ୍ଟ ବିଟ ର ରାଇସୁଆଁ ଗ୍ରାମର ଦଦରା ଝରଣା ନିକଟରେ ଶନିବାର ଅପରାହ୍ନ ପ୍ରାୟ ୪ଟା ସମୟରେ ମୋଟରସାଇକେଲ ଯୋଗେ ପୁରୁଯୋଡା ଅଭିମୁଖେ ଯାଉଥିବା ବେଳେ ହାତୀ ପଲଙ୍କ ଆକ୍ରମଣର ଶିକାର ହୋଇ ଏକ ଦମ୍ପତି ଗୁରୁତର ହୋଇପଡିଛନ୍ତି। ଗୁରୁତର ଦମ୍ପତି ହେଲେ କଙ୍କଡାହାଡ ବ୍ଲକ ଝୀଲ ଗ୍ରାମର ଜନାର୍ଦନ ସାହୁ (୫୫) ଓ ତାଙ୍କ ସ୍ତ୍ରୀ କାମିନୀ ସାହୁ (୫୦) । ଘଟଣା ଅନୁଯାୟୀ ଝୀଲ ଗ୍ରାମ ର ଏହି ଦମ୍ପତି ପୁରୁଯୋଡା ଗ୍ରାମ ରେ ଏକ ହଲର ମେଶିନ ବସାଇଥିଲେ। ନିଜ ଘରୁ ହଲର କୁ ଯାଉଥିବା ବେଳେ ଦଦରା ଝରଣା ପଟୁ ହଠାତ୍ ହାତୀ ପଲ ତାଙ୍କ ସମ୍ନା ରେ ରାସ୍ତା କୁ ଚଢିଥିଲେ। ହାତୀ ତାଙ୍କୁ ଅତି ନିକଟରେ ପାଇ ଶୁଣ୍ଢ ରେ ଦୂରକୁ ଫିଙ୍ଗି ଦେଇଥିଲା। ଖବର ପାଇ ଗ୍ରାମବାସୀ ଘଟଣା ସ୍ଥଳରୁ ଦମ୍ପତିଙ୍କୁ ଉଦ୍ଧାର କରି ରାଇସୁଆଁ ଉପସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇ ଚିକିତ୍ସା କରାଇଥିଲେ। ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ୧୦୮ ଯୋଗେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଏହି ତିନି ଜଣ ହାତୀ ପଲ ଉକ୍ତ ଅଞ୍ଚଳରେ ଦୀର୍ଘ ଦିନ ହେବ ଆତଙ୍କ ସୃଷ୍ଟି କରିଛନ୍ତି । ଫଳରେ ଏହି ଉପାନ୍ତ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ବନବିଭାଗ ହାତୀ ପଲଙ୍କ ଉପରେ ନିୟନ୍ତ୍ରଣ ରଖିପାରିନଥିବା ଯୋଗୁଁ ସାଧାରଣ ଜନତା ମାନଙ୍କ ଜୀବନ ବିପର୍ଣ୍ଣ ହେଉଥିବା ନେଇ ଜନସାଧାରଣଙ୍କ ବନବିଭାଗ ଉପରୁ ବିଶ୍ବାସ କ୍ଷୀଣ ହେଉଥିବା ପ୍ରକାଶ କରିଛନ୍ତି । ଗୁରୁତରଙ୍କୁ ବନବିଭାଗ ପକ୍ଷରୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories