www.samajalive.in
Monday, December 8, 2025
27.1 C
Bhubaneswar

କୃଷି ନୀତିକୁ ବିରୋଧ ; ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଜୟ କିଷାନର ଚକାଜାମ

ବଲାଙ୍ଗିର : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲି ଠାରେ ଦିନ ୧୧ଟା ରୁ ୨ଟା ଯାଏଁ ଜୟ କିଷାନ ଆନ୍ଦୋଳନ ପକ୍ଷରୁ ରାସ୍ତାରୋକ କରାଯାଇଥିଲା। ଫଳରେ ବଲାଙ୍ଗିରରୁ ପାଟଣାଗଡ ଅଭିମୁଖେ ଯାଉଥିବା ସମସ୍ତ ୨ଚକିଆ, ୪ ଚକିଆ ତଥା ଅନ୍ୟ ଭାରି ଯାନ ସମ୍ପୂର୍ଣ୍ଣ ଭାବେ ଅଚଳ କରିଦେଇଥିଲେ ଚାଷୀ।

କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନକୁ ବିରୋଧ କରିବା ସହ ମଣ୍ଡି ବ୍ୟବସ୍ଥା ଉଚ୍ଛେଦ ପ୍ରକ୍ରିୟାକୁ ଚାଷୀମାନେ ଗ୍ରହଣ କରିନାହାନ୍ତି। ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନକୁ ମଧ୍ୟ ବିରୋଧ କରାଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କୃଷି ବିରୋଧୀ ନୀତି କରୁଛନ୍ତି। ଗ୍ରାମଞ୍ଚଳ ମଣ୍ଡିରେ ଧାନ ପଡି ରହିଛି। ଏହାକୁ ଶୀଘ୍ର ଉଠେଇବାର ବ୍ୟବସ୍ଥା କରନ୍ତୁ। ଟୋକନ ନବୀକରଣ କରି ଧାନ କିଣାଯାଉ। ପିଏମ୍ କିଷାନ ଯୋଜନାରେ ଯେଉଁ ଚାଷୀମାନେ ରହିଛନ୍ତି ତାଙ୍କ ଅନଲାଇନ ଯୋଗେ ପାଉଣା ପ୍ରଦାନ କରାଯାଉ। ନିର୍ବାଚନ ସମୟରେ ରାଜ୍ୟ ସରକାର ଘୋଷଣା କରିଥିବା କାଳିଆ ଯୋଜନାର ଟଙ୍କା ଚାଷୀମାନଙ୍କୁ ଶୀଘ୍ର ପ୍ରଦାନ କରାଯାଉ ବୋଲି ଚାଷୀ ସମୂହ ଦାବି କରିଥିଲେ। ଦାବିଗୁଡିକୁ ଯଦି କେନ୍ଦ୍ର ସରକାର, ରାଜ୍ୟ ସରକାର ପୂରଣ ନକଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ଜୋରଦାର କରାଯିବ। ଏଥିପାଇଁ ଯଦି କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଲେ ସେଥି ପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ସଙ୍ଗଠନ। ଚୁଡାପାଲି ଠାରେ ଆୟୋଜିତ ଚକାଜାମ୍ରେ ସରପଞ୍ଚ ଘାସିରାମ ବେହେରା, ଗାଁ ସଭାପତି ଲୋକନାଥ କୁମୁରା, ସମିତି ସଭ୍ୟ କୂଳମଣି ମେହେର, ଚାଷୀନେତା ଲମ୍ବୋଦର ପୁଟେଲ, ସତ୍ୟ ବନଛୋର, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ପ୍ରବକ୍ତା ବ୍ୟାସଦେବ ଥନାପତି, ଗିରିରାଜ ଭୋଇ, ଅଚ୍ୟୁତ ସିପୁନ ଖମାରୀ, ଟୁନା ମିଶ୍ର, ମିଥୁନ ଦଣ୍ଡଦେନା, ସଂଜୀବ ଭୋଇ, ଆନନ୍ଦ ସାହୁ, ପରକ୍ଷୀତ କୁମୁରା, ବଡ ପୁଟେଲଙ୍କ ସମେତ ଚାଷୀମାନେ ଉପସ୍ଥିତ ଥିଲେ। ଜିଲା ପ୍ରଶାସନ ପକ୍ଷରୁ ବଲାଙ୍ଗିର ତହସିଲଦାର ମଘବାନ ବାଗ ମାଜିଷ୍ଟ୍ରେଟ ଦାୟିତ୍ୱରେ ଆସିଥିବା ବେଳେ ସ୍ୱାଭିମାନ ପତ୍ର ଚାଷୀମାନେ ତାଙ୍କୁ ଦେଇଥିଲେ। ଆନ୍ଦୋଳନକୁ ଆଖି ଆଗରେ ରଖି ଆଇନ ଶୃଙ୍ଖଳା ରକ୍ଷା ପାଇଁ ଏସଆଇ ମଳୟ ପଣ୍ଡାଙ୍କ ନେତୃତ୍ୱରେ ପୁଲିସ ମୁତୟନ ହୋଇଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories