ଶ୍ରୀନଗର ଜେଲ୍‌ରୁ ୨୫ଟି ମୋବାଇଲ, ପାକିସ୍ତାନ ପତାକା ଓ ଜିହାଦ ପ୍ରଚାରପତ୍ର ଜବତ

0

ଶ୍ରୀନଗର : ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଅଧିକାରୀମାନେ ସୋମବାର ଶ୍ରୀନଗର ଜେଲ୍‌ରୁ ୨୫ଟି ମୋବାଇଲ, ୫ଟି ମେମୋରି କାର୍ଡ, ୫ଟି ପେନ୍‌ ଡ୍ରାଇଭ, କେତେକ ପାକିସ୍ତାନୀ ପତାକା ଓ ଜିହାଦ ପ୍ରଚାରପତ୍ର ଜବତ କରିଥିବା ଜଣାପଡିଛି। ଗତବର୍ଷ ଜାମ୍ମୁ କାଶ୍ମୀରର ଦୁଇ ଜଣ ଯୁବକ ଡାନିସ ଗୁଲାମ ଓ ସୋହେଲ ଅହମ୍ମଦ ବଟ୍ଟ୍‌ ନିୟନ୍ତ୍ରଣ ରେଖା ଅତିକ୍ରମ କରି ପାକ୍‌ ଅଧିକୃତ କାଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ସଂଗଠନରେ ତାଲିମ ନେବାକୁ ଉଦ୍ୟମ କରୁଥିବାବେଳେ ଭାରତୀୟ ଯବାନଙ୍କ ଦ୍ୱାରା ଗିରଫ ହୋଇଥିଲେ। ଅଲ୍‌ ବଦର ନାମକ ସଂଗଠନ କାଶ୍ମୀର ଯୁବକଙ୍କୁ ପିଓକେ ପଠାଇବାରେ ସକ୍ରିୟ ଭୂମିକା ଗ୍ରହଣ କରୁଛି ବୋଲି ଏହି ଯୁବକ ଦ୍ୱୟ ଜେରା ସମୟରେ ସ୍ୱୀକାର କରିଥିଲେ। ପୁନଶ୍ଚ ଶ୍ରୀନଗର ଜେଲରେ ଥିବା ଦୁର୍ଦାନ୍ତ ଆତଙ୍କବାଦୀମାନେ ଏହି ଷଡଯନ୍ତ୍ରରେ ସାମିଲ ରହିଥିବା ସେମାନେ କହିଥିଲେ। ଏହାକୁ ଭିତ୍ତିକରି ଏନଆଇଏ ପକ୍ଷରୁ ଶ୍ରୀନଗର ଜେଲ୍‌ରେ ଚଢଉ କରାଯାଇଥିଲା।

Leave A Reply