୨୫ରେ ବାଂଲାଦେଶ ଏକ ମିନିଟ ପାଇଁ ଅନ୍ଧାର ରହିବ

0

ଢାକା : ଚଳିତମାସ ୨୫ରେ ସମଗ୍ର ବାଂଲାଦେଶ ଏକ ମିନିଟ ପାଇଁ ଅନ୍ଧାର ରହିବ। ୧୯୭୧ ସ୍ୱାଧୀନତା ସଂଗ୍ରାମରେ ଦେଶ ପାଇଁ ବଳିଦାନ ଦେଇଥିବା ଯବାନ ଓ ନାଗରିକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଉକ୍ତ ଦିନ ରାତି ୯ଟାରେ ଏକ ମିନିଟ ସମଗ୍ର ଦେଶକୁ ଅନ୍ଧାର କରାଯିବ ବୋଲି ଗୃହମନ୍ତ୍ରୀ ଆସାଦୁଜମାନ ଖାନ୍‌ କମଲ ସୂଚନା ଦେଇଛନ୍ତି। ସେହି ସମୟରେ ସରକାରଙ୍କ ପକ୍ଷରୁ ବିଦ୍ୟୁତକାଟ କରାଯିବ ନାହିଁ, ବରଂ ଲୋକଙ୍କୁ ଲାଇଟ ନ ଜଳାଇବାକୁ ନିର୍ଦେଶ ଦିଆଯିବ ବୋଲି ସେ କହିଛନ୍ତି। ୧୯୭୧ରେ ଭାରତୀୟ ସେନାର ପ୍ରତ୍ୟକ୍ଷ ସହାୟତାରେ ବାଂଲାଦେଶ ମୁକ୍ତି ବାହିନୀ ତତ୍କାଳୀନ ପୂର୍ବ ପାକିସ୍ତାନକୁ ପାକିସ୍ତାନ କବ୍‌ଜାରୁ ମୁକ୍ତ କରିବା ସହ ସ୍ୱାଧୀନ ବାଂଲାଦେଶ ଗଠନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲା। ଏହି ସ୍ୱାଧୀନତା ସଂଗ୍ରାମରେ ବାଂଲାଦେଶର ପ୍ରାୟ ୩୦ ଲକ୍ଷ ଲୋକ ପାକିସ୍ତାନୀ ସୈନ୍ୟଙ୍କ ଦ୍ୱାରା ନିହତ ହୋଇଥିଲେ। ୨୦୧୭ରୁ ବାଂଲାଦେଶ ସରକାର ମାର୍ଚ୍ଚ ୨୫କୁ ‘ଗଣହତ୍ୟା ଦିବସ’ ଭାବେ ପାଳନ କରିଆସୁଛି।

Leave A Reply