www.samajalive.in
Monday, December 15, 2025
15.1 C
Bhubaneswar

କନ୍ଧମାଳ: ୭୭,୪୧୧ ଶିଶୁ ନେଲେ ପୋଲିଓ ବୁନ୍ଦା

ଫୁଲବାଣୀ: କନ୍ଧମାଳ ଜିଲାରେ ୭୭ହଜାର ୪ ଶହ ୧୧ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଇଛି। ରବିବାର ଅନୁଷ୍ଠିତ ଏହି ସ୍ୱତନ୍ତ୍ର ପୋଲିଓ ଟୀକା ଅଭିଯାନରେ ଜିଲାରେ ଲକ୍ଷ୍ୟ ତୁଳନାରେ ୯୦ ପ୍ରତିଶତ ଶିଶୁଙ୍କୁ ଟୀକା ଦିଆଯାଇଥିବା ଜିଲା ସ୍ୱାସ୍ଥ୍ୟ ବିଭାଗ ସୁତ୍ରରୁ ଜଣାପଡିଛି। ସୂଚନା ଅନୁଯାୟୀ ଚଳିତ ପଲସ ପୋଲିଓ ଅଭିଯାନରେ କନ୍ଧମାଳ ଜିଲାରେ ସମୂଦାୟ ୮୬ ହଜାର ୪୫ ଜଣ ଶିଶୁଙ୍କୁୁ ଟୀକା ଦେବା ପାଇଁ ଲକ୍ଷ୍ୟ ଧ୍ୟାର୍ଯ୍ୟ ହୋଇଥିଲା। ତେବେ ଏଥିମଧ୍ୟରୁ ୭୭ ହଜାର ୪ ଶହ ୧୧ ଜଣ ଶିଶୁ ଏହି ଟୀକା ଗ୍ରହଣ କରିଚନ୍ତି। ଗ୍ରାମାଂଚଳରେ ୭୨ ହଜାର ୭ ଶହ ୨୮ ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଥିବା ବେଳେ ସହରାଂଚଲରେ ୪ ହଜାର ୬ ଶହ ୮୩ ଜଣ ଟିକା ନେଇଛନ୍ତି। ବାଲିଗୁଡା ଏନଏସିରେ ସର୍ବାଧିକ ୯୭.୮ ପ୍ରତିଶତ ଟୀକାକରଣ ହୋଇଛି। ସେହିଭଳି ତୁମୁଡିବନ୍ଦ ବ୍ଲକରେ ସର୍ବନିମ୍ନ ୮୩.୩ ପ୍ରତିଶତ ଶିଶୁ ଟୀକା ପାଇଛନ୍ତି। ଜିଲାର ୧୨ଟି ବ୍ଲକରେ ଟୀକାକରଣ ପାଇଁ ୩୫୪ଟି ବୁଥ ଖୋଲାଯାଇଥିଲା। ଟୀକାକରଣ ପାଇଁ ୨୩ଟି ଭ୍ରାମ୍ୟମାଣ ଦଳ ଓ ୩୪ଟି ଟ୍ରାନଜିଟ ଟିମ ଗଠିତ ହୋଇଥିଲା। ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଅଙ୍ଗନବାଡି କର୍ମୀ ଓ ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ କର୍ମଚାରୀ ମାନେ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ତେବେ ସୋମବାର ଘରକୁ ଘର ବୁଲି ମଧ୍ୟ ପୋଲିଓ ବୁନ୍ଦା ଦିଆଯିବା ଆରମ୍ଭ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories