www.samajalive.in
Saturday, December 6, 2025
26.1 C
Bhubaneswar

ଆଖଣ୍ଡଳମଣି ନୋଡାଲ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ହାତକୁ ନେଲେ ବିଇଓ

ଆରଡି: ଭଦ୍ରକ ଜିଲାର ପୁରାତନ ବିଦ୍ୟାଳୟ ଭାବେ ପରିଚିତ ଆରଡିପୀଠର ଆଖଣ୍ଡଳମଣି ନୋଡାଲ ବିଦ୍ୟାଳୟକୁ ସୋମବାର ପୋଷ୍ୟ ବିଦ୍ୟାଳୟ ଭାବେ ହାତକୁ ନେଇଥିବା ଚାନ୍ଦବାଲି ବ୍ଲକ ଶିକ୍ଷାଅଧିକାରୀ ପ୍ରଣୟ କୁମାର ନାୟକ ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ କ୍ଲଷ୍ଟରସ୍ତରୀୟ ବୈଠକରେ ଘୋଷଣା କରିବା ସହ ମୋ ସ୍କୁଲ ଅଭିଯାନରେ ନିଜକୁ ସାମିଲ କରି ସର୍ବପ୍ରଥମେ ୫ହଜାର ଟଙ୍କା ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ କୁନି ବିଶ୍ୱାଳଙ୍କୁ ପ୍ରଦାନ କରିଥିଲେ। ଏହି କ୍ଲଷ୍ଟରସ୍ତରୀୟ ବୈଠକରେ ପହଣା ଓ ମଠଡିହ କ୍ଲଷ୍ଟରର ସିଆରସିସିଙ୍କ ସହ ଆରଡି ସରପଞ୍ଚ ଅରବିନ୍ଦ ପାଢୀ ଓ ବିଭିନ୍ନ ସ୍କୁଲର ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ବିଶେଷକରି ସରକାରୀ ବିଦ୍ୟାଳୟରେ ପାଠପଢା ସହିତ ଛାତ୍ରଛାତ୍ର୍ରୀମାନଙ୍କ ସୁରକ୍ଷା, ବିଦ୍ୟାଳୟ ପରିସରକୁ ପରିସ୍କାର ପରିଛନତା ରଖିବା, ବିଦ୍ୟାଳୟ ସମୁଖ ଭାଗକୁ ଆକର୍ଷିତ କରି ରଖିବା ଆଦି ବାବଦରେ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ନାୟକ ସମସ୍ତ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏପରିକି ବିଦ୍ୟାଳୟର ୩ବର୍ଷିଆ ଖସଡା ପ୍ରସ୍ତୁତ କରିବା ସହିତ ଯେପରି ଭାବେ ଛାତ୍ରଛାତ୍ରୀମାନେ ଆକର୍ଷିତ ହୋଇ ପ୍ରତିଦିନ ବିଦ୍ୟାଳୟକୁ ଆସିବେ ସେଥିପାଇଁ ସମସ୍ତଙ୍କୁ ଯଥେଷ୍ଟ ଯତ୍ନବାନ ହେବାକୁ ପଡ଼ିବ ବୋଲି ମତ ରଖିଥିଲେ ଅତିଥିମାନେ। ସେହିପରି ଆରଡି ପଞ୍ଚାୟତର ସରପଞ୍ଚ ଶ୍ରୀ ପାଢୀ ତାଙ୍କ ବକ୍ତବ୍ୟରେ ଆଖଣ୍ଡଳମଣି ନୋଡାଲ ବିଦ୍ୟାଳୟ ପରିସରକୁ ଆବଶ୍ୟକତା ଅନୁଯାୟୀ ନୂଆ ରୂପରେଖ ଦେବା ପାଇଁ ପ୍ରତିଶୃତି ଦେବା ସହିତ ମୁଆଁ, ଶୀତଳପୁର, ସିଂହିପୁର ଆଦି ବିଦ୍ୟାଳୟର ପ୍ରାଚେରୀ, ଖେଲପଡ଼ିଆ, ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ୨ଲକ୍ଷ ଟଙ୍କା ଲେଖାଏଁ ଯୋଗାଇ ଦେବା ପାଇଁ ବିଇଓଙ୍କୁ କହିଥିଲେ। ଆରଡିପୀଠର ସର୍ବ ପ୍ରଥମେ ଗଢି ଉଠିଥିବା ବିଦ୍ୟାଳୟ କୋଠାର ପୁନରୁଉଦ୍ଧାର ପାଇଁ ମୋ ସ୍କୁଲ ଅଭିଯାନରେ ୩ଲକ୍ଷ ଟଙ୍କା ଦେବେ ବୋଲି ଉକ୍ତ ବୈଠକରେ ପ୍ରତିଶୃତି ଦେଇଥିଲେ। ସେହିପରି ମଠଡିହ କ୍ଲଷ୍ଟରର ଉଦାହରଣ ସୃଷ୍ଟି କରିଥିବା ଦୋହରାପାଟଣା ଓ ସୁନ୍ଦରପୁର ବିଦ୍ୟାଳୟ – ଷାଠିବାଙ୍କୁଡା ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ପ୍ରଶାଂସା କରିଥିଲେ ବିଇଓ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories