www.samajalive.in
Sunday, December 7, 2025
14.1 C
Bhubaneswar

ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଫୁଲବାଣୀ: ସ୍ଥାନୀୟ ହାଟପଦା ସ୍ଥିତ ନାରାୟଣୀ ଯାତ୍ର ସଭାଗୃହ ଠାରେ ଆଜି ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୦ରୁ ଊର୍ଦ୍ଧ୍ବ ଯୋଗଦେଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ସ୍ୱେଚ୍ଛାସେବୀ ସଂଗଠନ ଆହେଡ଼୍‍ ପକ୍ଷରୁ ଫିଜିଓଥୋରାପି ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ କନ୍ଧମାଳ ଜିଲା ବରିଷ୍ଠ ନାଗିରିକ ସଂଘର ସଭାପତି ଡ଼,ରାଜ କିଶୋର ବେହେରା ଉଦ୍‍ଘାଟନ କରିଥିଲେ। ଏହି ଅବସରରେ ବହୁ ବରିଷ୍ଠ ନାଗରିକ ସଂଘର ବହୁ କର୍ମକର୍ତ୍ତାମାନେ ଯୋଗଦେଇଥିବା ବେଳେ ନିରୋଲଜିଷ୍ଟି ଡ଼. ପ୍ରଣବ କୁମାର ମେହେରା, ଅର୍ଥପେଡ଼ିକ୍‍ ଡ଼.ସ୍ୱରୁପା ନନ୍ଦ ସାହୁ ଓ ଡ଼. ରୋହିତ୍‍ ପାତ୍ର ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଆହେଡ଼ର ମୁଖ୍ୟ ରାଜୀବ କୁମାର ମିଶ୍ର, ଉପଦେଷ୍ଟା ଡ଼.ଅନନ୍ତ ଚରଣ ମିଶ୍ରଙ୍କ ସମେତ ସ୍ୱେଚ୍ଛାସେବୀ ଅମ୍‍କାର ମିଶ୍ର ସହଯୋଗ କରିଥିଲେ। ଅନୁଷ୍ଠିତ ଉଦ୍‍ଘାଟନି ସଭାରେ ନିର୍ଦ୍ଦେଶକ ରଥ ସାହୁ ପରିଚାଳନା କରିଥିଲେ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories