www.samajalive.in
Thursday, December 11, 2025
15.1 C
Bhubaneswar

ବଜେଟ-୨୦୨୧-୨୨: ସାଧାରଣ କରଦାତାଙ୍କ ପାଇଁ ଟିକସ ହାର ଅପରିବର୍ତ୍ତିତ

ନୂଆଦିଲ୍ଲୀ : ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଦେଶର ସାଧାରଣ ବଜେଟ୍ ସଂସଦରେ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଭାଷଣ ଶେଷ କରିଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ୩୪.୫ ଲକ୍ଷ କୋଟି ବ୍ୟୟ ଅଟକଳ କରାଯାଇଛି। ଜରୁରୀକାଳୀନ ପାଣ୍ଠି ପାଇଁ ୩୦ ହଜାର କୋଟି ଟଙ୍କା ରଖାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ୯.୫% ରହିଛି। ୨୦୨୧-୨୨ରେ ବିତ୍ତୀୟ ନିଅଣ୍ଟ ୬.୮ ପ୍ରତିଶତ ରହିବା ଅନୁମାନ କରାଯାଉଛି ।
ବଜେଟରେ ସାଧାରଣ କରଦାତାଙ୍କର ଟିକସ ହାରରେ କୌଣସି ପରିବର୍ତ୍ତନ ହୋଇନାହିଁ। ତେବେ ୭୫ ବର୍ଷ ବୟସରୁ ଅଧିକ ବୟସ୍କ ନାଗରିକଙ୍କୁ ଆୟକରରୁ ଛାଡ ଦିଆଯାଇଛି । ସେମାନଙ୍କୁ ଆଉ ଟ୍ୟାକ୍ସ ଦାଖଲ କରିବାକୁ ପଡ଼ିବ ନାହିଁ। ଏଥି ସହିତ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ସହରାଞ୍ଚଳ, ଗ୍ରାମୀଣ ପରିମଳ ବ୍ୟବସ୍ଥା ପାଇଁ ସରକାର ବଜେଟରେ ବ୍ୟବସ୍ଥା କରିଛନ୍ତି । ରେଳବାଇ ପାଇଁ ଜାତୀୟ ରେଳ ଯୋଜନା ୨୦୩୦ ପ୍ରସ୍ତୁତ କରିବାକୁ ସରକାର ଏକ ବ୍ୟବସ୍ଥା କରିଛନ୍ତି। ବୀମା କ୍ଷେତ୍ରରେ ୭୪% ପର୍ୟ୍ୟନ୍ତ ପ୍ରତ୍ୟେକ୍ଷ ବିଦେଶୀ ନିବେଶକୁ ଅନୁମୋଦନ କରାଯାଇଛି। ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଏକ ପୋର୍ଟାଲ୍ ସୃଷ୍ଟି ହେବ। ଯେଉଁଥିରେ ସେମାନଙ୍କ ସମ୍ବନ୍ଧୀୟ ସୂଚନା ରହିବ। ଅନେକ ସରକାରୀ କମ୍ପାନୀଗୁଡିକର ବିନିଯୋଗ ସଂପର୍କରେ ମଧ୍ୟ ଘୋଷଣା କରାଯାଇଛି। ଲେହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ ଏବଂ ୪ କୋଟି ଅନୁସୂଚିତ ଜାତି ଛାତ୍ରଙ୍କୁ ୩୫ ନିୟୁତ ଟଙ୍କା ପ୍ରଦାନ କରାଯିବ । ଚଳିତ ବର୍ଷ ଆର୍ଥିକ ନିଅଣ୍ଟ ୬.୮ ପ୍ରତିଶତ ହେବ ବୋଲି ବଜେଟରେ ଆକଳନ କରାଯାଇଛି ।

ସାଧାରଣ କରଦାତାଙ୍କୁ ରିଆତି ନାହିଁ
ସାଧାରଣ ଟିକସଦାତାଙ୍କୁ ଏଥର ବଜେଟରେ ରିଆତି ମିଳିନାହିଁ । ଟିକସ ବ୍ୟବସ୍ଥାକୁ ସ୍ୱଚ୍ଛ ରଖିବାର ସମୟ ଆସିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ସାଧାରଣ ଟିକସଦାତାଙ୍କ ପାଇଁ କୌଣସି ନୂତନ ଟିକସ ଛାଡ କରାଯାଇନାହିଁ । ଜିଏସଟି ବର୍ତ୍ତମାନ ଚାରି ବର୍ଷ ପୁରୁଣା ହୋଇଗଳାଣି। ଜିଏସଟି ବ୍ୟବସ୍ଥାରର କ୍ଷମତା ମଧ୍ୟ ବୃଦ୍ଧି କରାଯାଇଛି। ନକଲି ବିଲ ପ୍ରସ୍ତୁତ କରୁଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି । ଗତ କିଛି ମାସ ମଧ୍ୟରେ ଏକ ରେକର୍ଡ ଜିଏସଟି ସଂଗ୍ରହ ହୋଇଛି। ଟିକସ ଅଡିଟ୍ ସୀମାକୁ ୫ କୋଟିରୁ ୧୦ କୋଟିକୁ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି। ଏହିପରି ଭାବରେ ସରକାର ଟିକସ ବ୍ୟବସ୍ଥାର ଜଟିଳତାକୁ ଦୂର କରିବାକୁ ଚେଷ୍ଟା କରିଛନ୍ତି ।

- Advertisement -

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories