www.samajalive.in
Friday, December 12, 2025
14.1 C
Bhubaneswar

ପ୍ରଥମ ୨ଟି ଟେଷ୍ଟ ମ୍ୟାଚ୍‌ରେ ଅମ୍ପାୟରିଂ କରିବେ ନାହିଁ ବିଦେଶୀ

ନୂଆଦିଲ୍ଲୀ: ଭ୍ରମଣକାରୀ ଇଂଲଣ୍ଡ ଓ ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟରେ ଆୟୋଜିତ ହେବାକୁ ଥିବା ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ରେ ବିଦେଶୀ ଅମ୍ପାୟାରଙ୍କୁ ଦେଖିବାକୁ ମିଳିବ ନାହିଁ। ଏହି ଦୁଇଟି ମ୍ୟାଚ୍‌ରେ ଭାରତର ବୀରେନ୍ଦ୍ର ଶର୍ମା, ଅନୀଲ ଚୌଧୁରୀ ଓ ନୀତିନ ମେନନ୍‌ ଅମ୍ପାୟାର ଭାବେ ଦାୟିତ୍ବ ନିର୍ବାହ କରିବେ ବୋଲି ଜଣାପଡ଼ିଛି। କରୋନା ଭୂତାଣୁ ସଂକ୍ରମଣଜନିତ ପରିସ୍ଥିତିରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାତ୍ରା ଉପରେ କଟକଣା ଓ ସଙ୍ଗରୋଧ ନିୟମକୁ ଦୃଷ୍ଟିରେ ରଖି ସିରିଜ୍‌ ଆୟୋଜକ ଦେଶ ନିଜ ଦେଶର ଅମ୍ପାୟାରଙ୍କୁ ମ୍ୟାଚ୍‌ ପରିଚାଳନା ଦାୟିତ୍ବ ଦେଇପାରିବ ବୋଲି ଆଇସିସି ସ୍ବୀକୃତି ପ୍ରଦାନ କରିଛି। ସୂଚନାଥାଉକି ବୀରେନ୍ଦ୍ର ଓ ଅନୀଲ ପ୍ରଥମଥର ପାଇଁ ଟେଷ୍ଟ ମ୍ୟାଚ୍‌ ପରିଚାଳନା କରିବାକୁ ଯାଉଥିବା ବେଳେ ସେମାନେ ଆଇସିସି ପ୍ୟାନେଲ୍‌ର ଅମ୍ପାୟାର। ଅନ୍ୟପକ୍ଷରେ ନୀତିନ ଆଇସିସି ଏଲିଟ୍‌ ପ୍ୟାନେଲ୍‌ ଅମ୍ପାୟାର ଅଛନ୍ତି। ସେ ପୂର୍ବରୁ ଟେଷ୍ଟ ମ୍ୟାଚ୍‌ରେ ଅମ୍ପାୟାରିଂ କରି ସାରିଛନ୍ତି।

ଭାରତରେ ଟେଷ୍ଟ ମ୍ୟାଚ୍‌ରେ ଅମ୍ପାୟାରିଂ କରିବାର ସୁଯୋଗ ଭାରତୀୟ ଅମ୍ପାୟାରଙ୍କୁ କମ୍‌ ମିଳିଥାଏ। ତେବେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଅମ୍ପାୟାର ଦାୟିତ୍ବ ନିର୍ବାହ କରିବା ଖୁସିର କଥା। ବୀରେନ୍ଦ୍ର ଶର୍ମା ପୂର୍ବରୁ ୨ଟି ଦିନିକିଆ ଓ ଗୋଟିଏ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଅମ୍ପାୟାରିଂ କରିଥିବା ବେଳେ ଅନୀଲ ୨୦ଟି ଦିନିକିଆ ଓ ୨୮ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଅମ୍ପାୟାରିଂ କରି ସାରିଛନ୍ତି। ଅନ୍ୟପକ୍ଷରେ ନୀତିନ ୩ଟି ଟେଷ୍ଟ, ୨୪ଟି ଦିନିକିଆ ଓ ୧୬ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଅମ୍ପାୟାରିଂ କରି ସାରିଛନ୍ତି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories