www.samajalive.in
Monday, December 15, 2025
14.1 C
Bhubaneswar

ସୂଚନା ବିନା ତଥ୍ୟ ପ୍ରାପ୍ତି ହୋଇପାରିବ, କିନ୍ତୁ ତଥ୍ୟ ବିନା ସୂଚନା ମିଳି ପାରିବ ନାହିଁ: କୁଳପତି

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଜୀବ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଜୈବ ସୂଚନା ବିଜ୍ଞାନ ଉପରେ ଏକ ଦୁଇ ଦିନିଆ ଆନ୍ତର୍ଜାତିକ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କୁଳପତି ପ୍ରଫେସର୍‍ ଅପରାଜିତା ଚୌଧୁରୀ କହିଥିଲେ ଯେ ସୂଚନା ବିନା ତଥ୍ୟ ପ୍ରାପ୍ତି ହୋଇପାରିବ, କିନ୍ତୁ ତଥ୍ୟ ବିନା ସୂଚନା ମିଳି ପାରିବ ନାହିଁ । ଏହି କର୍ମଶାଳା ଛାତ୍ରୀ ତଥା ଗବେଷକମାନଙ୍କ ପାଇଁ ଉପାଦେୟ ହୋଇପାରିବ ବୋଲି ଆଶା ପ୍ରକାଶ କରିଥିଲେ।

 

- Advertisement -

ଜୀବ ବିଜ୍ଞାନ ବିଭାଗ ମୁଖ୍ୟ ଡ.ଶିଖା ସିଂ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷା ପ୍ରଫେସର୍ ସସ୍ମିତା ମହାନ୍ତି, ପ୍ରଫେସର୍‍ ଚଣ୍ଡି ଚରଣ ରଥ ନିଜସ୍ୱ ବକ୍ତବ୍ୟ ରଖିଥିଲେ। ଡ.ମୁକ୍ତାମୟୀ କୁମ୍ଭାର, ଯମୁନା ଟୁଡୁ, ନବନୀତ କୌର ପ୍ରମୁଖ କର୍ମଶାଳା ପରିଚାଳନା କରିଥିବା ବେଳେ ଡ.ଆଲୋକ ଦାସ ସଂଯୋଜନା କରିଥିଲେ। ଡ.ଶକ୍ତିକାନ୍ତ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି କର୍ମଶାଳାରେ ଦେଶ ତଥା ବାହାରୁ ଗବେଷକ ଅଂଶ ଗ୍ରହଣ କରିବେ ବୋଲି ଲୋକ ସଂପର୍କ ଅଧିକାରୀ ଡ.ମାନସ ବେହେରା ସୂଚନା ଦେଇଛନ୍ତି। ନିମନ୍ତ୍ରିତ ବକ୍ତା ଭାବରେ ଇସ୍ରାଏଲ୍‌ରୁ ଡ.ଏକଲବ୍ୟ ବିଶୋୟୀ କଲେରା ଜାତୀୟ ଗବେଷଣା ଅନୁଷ୍ଠାନର ଡ.ସୁରଜିତ ବାସା ପ୍ରମୁଖ ବକ୍ତବ୍ୟ ରଖିବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories