www.samajalive.in
Sunday, December 14, 2025
23.1 C
Bhubaneswar

ଅଂଶୁପା ପ୍ରକୃତି ଉଦ୍ୟାନସ୍ଥ ନିରିକ୍ଷଣ ଗମ୍ବୁଜର ଶୁଭ ଉଦଘାଟନ, ବିକାଶ ପାଇଁ ଜନସାଧାରଣଙ୍କ ସହଯୋଗକୁ ଆହ୍ୱାନ

ବାଙ୍କୀ: ଶୁକ୍ରବାର ଦିନ ଓଡିଶା ଜଙ୍ଗଲ, ପରିବେଶ ଓ ସଂଶଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବାଙ୍କୀ ଗସ୍ତରେ ଆସି ଅଂଶୁପା ହ୍ରଦ କୁଳସ୍ଥିତ ପ୍ରକୃତି ଉଦ୍ୟାନ ମଧ୍ୟରେ ଥିବା ନିରିକ୍ଷଣ ଗମ୍ବୁଜକୁ ଉଦଘାଟନ କରି ପର୍ଯ୍ୟଟକ ମାନଙ୍କ ନିମନ୍ତେ ଲୋକାର୍ପିତ କରିଛନ୍ତି। ଚିଲିକା ଡେଭଲପମେଣ୍ଟ ଅଥରିଟିଙ୍କ ପ୍ରତ୍ୟେକ୍ଷ ପରିଚାଳନାରେ ମଧୁର ହ୍ରଦ ଅଂଶୁପାର ରକ୍ଷାଣା ବେକ୍ଷଣ ଓ ପର୍ଯ୍ୟଟକଙ୍କ ମନୋରଞ୍ଜନରେ ଏହି ଗମ୍ବୁଜଟି ଯଥେଷ୍ଟ ସହାୟ ହୋଇପାରିବ ବୋଲି କୁହାଯାଇଛି। ଏହି ଅବସରରେ ପୂର୍ବାହ୍ନ ୧୧ଘଟିକାରେ ସରଣ୍ଡାଗଡ ଅନ୍ତର୍ଗତ ୭ପଞ୍ଚାୟତର ବିଜେଡି କର୍ମୀ ମାନେ ସ୍ୱତନ୍ତ୍ର ଭାବରେ ଏକ ବାଇକ ଶୋଭାଯାତ୍ରାରେ ମନ୍ତ୍ରୀଙ୍କୁ ଅଂଶୁପା କୂଳକୁ ପାଛୋଟି ଆଣିଥିଲେ। ଏହି ଅବସରରେ ଅଂଶୁପା ଠାରେ ଏକ ଶୁଭଉଦ୍ଦ୍‍ଘାଟନୀ ସଭା ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସରଣ୍ଡା ଉନ୍ନୟନ ପରିଷଦର ସଭାପତି ଗତିକୃଷ୍ଣ ସ୍ୱାଇଁ ଅତିଥି ପରିଚୟ କରିବା ସହିତ ସ୍ୱରୂପା ଅଂଶୁପାର ବିକାଶ ପାଇଁ ଜଙ୍ଗଲ ଓ ପରିବେଶ ବିଭାଗର ସହଯୋଗ ମିଳିପାରିଲେ ପର୍ଯ୍ୟଟକ ମାନେ ବହୁ ପରିମାଣରେ ଆସିବା ଦ୍ୱାରା ଅଞ୍ଚଳର ଜୀବନ ଜିବିକାରେ ପରିବର୍ତ୍ତନ ହେବ ବୋଲି କହିଛନ୍ତି।

ସମ୍ମାନିତ ଅତିଥି ଭାବରେ ବାଙ୍କୀର ବିଧାୟକ ଦେବୀରଞ୍ଜନ ତ୍ରିପାଠୀ,ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା, ଚିଲିକା ଡେଭଲପମେଣ୍ଟ ଅଥରିଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଶୁଷାନ୍ତ କୁମାର ନନ୍ଦ, ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ ପ୍ରମୁଖ ଯୋଗଦେଇଥିଲେ। ଅଂଶୁପାର ଉନ୍ନତି ଓ ପୁନଠରୁଦ୍ଧାର କାର୍ଯ୍ୟରେ ଅଞ୍ଚଳବାସୀଙ୍କ ସହଯୋଗ ଏବଂ ଅଂଶୁପାକୁ ସମୃଦ୍ଧ ଶାଳୀ କରିବା ପାଇଁ ଜନସାଧାରଣ ଜତ୍ନବାନ ହେବାକୁ ଅତିଥି ମାନେ ଆହ୍ୱାନ ଦେଇଥିଲେ। ଜୈବ ବିବବିବିଧତା ଓ ପ୍ରାକୃତିକ ହ୍ରଦ ଅଂଶୁପା ଓଡିଶାର ପର୍ଯ୍ୟଟନ ମାନଚିତ୍ରରେ ଏକ ସମ୍ପଦ। ଏହାର ସଫଳ ବିନିଯୋଗ ହୋଇପାରିଲେ ଜୀବନ ଜିବିକାରେ ପରିବତ୍ତନ ଆସିବ। ଆଗାମୀ ଦିନରେ ଅଂଶୁପା କୂଳରେ ଥିବା ସରଣ୍ଡା ପାହାଡର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସ୍ଥାନୀୟ ଜଙ୍ଗଲ ବିଭାଗର ଦାୟିତ୍ୱକୁ ସିଡିଏ କତ୍ତୃପକ୍ଷଙ୍କ ପ୍ରଦାନ କରାଯିବାର ପ୍ରସ୍ତାବକୁ ମୁଖ୍ୟ ଅତିଥି ଗ୍ରହଣ କରି ଆଗାମୀ ଦିନରେ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ। ସେହିପରି ଆଗାମୀ ୫ବର୍ଷ ଭିତରେ ଅଂଶୁପାର ଉନ୍ନତି କରଣ, ଅଂଶୁପାର ସଂରକ୍ଷଣ ଓ ଶ୍ରୀବୃଦ୍ଧି ପାଇଁ ୨୧କୋଟି ଟଙ୍କା ବ୍ୟୟ ବରାଦର କାର୍ଯ୍ୟ ଖସଡା ଅନୁମୋଦନ ଅପେକ୍ଷାରେ ରହିଛି। ଏହା ଅନୁମୋଦନ ହେଲେ ଅଂଶୁପାର ବିକାଶ ସହିତ ସହଯୋଗ କରୁଥିବା ସ୍ଥାନୀୟ ୧୫୦ରୁ ଊର୍ଦ୍ଧ୍ବ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ରୋଜଗାରକ୍ଷମ ହୋଇପାରିବେ ବୋଲି କହିଥିଲେ। ସେହିପରି ବାଙ୍କୀ ବିଧାୟକଙ୍କ ଅନୁରୋଧ ଡମପଡା-ଚନ୍ଦକା ଅଭୟାରଣ୍ୟରେ ବାଘ ସଫାରି କରି ପର୍ଯ୍ୟଟକ ମାନଙ୍କୁ ସଫାରି ଦେଖିବାର ସୁଯୋଗ ସସୃଷ୍ଟି କରିବା ପ୍ରସ୍ତାବକୁ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ଅରୁଖ ଚନ୍ଦକା ଡି.ଏଫ.ଓ ଓ ଓାଇଲ୍ଡ ଲାଇଫ୍‍ ବିଭାଗ ସହ କଥାହେବାପାଇଁ କହିଥିଲେ। ଜିଲ୍ଲାପରିଷଦ ସଦସ୍ୟ ମାନସ କୁମାର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସିଡିଏ ପକ୍ଷରୁ ଏସିଏଫ୍‍ ବିନୋଦ ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଞ୍ଚାଳନରେ ଦୃଷ୍ଟି ଦେଇଥିଲା ବେଳେ ସ୍ଥାନୀୟ ଜନପ୍ରତିନିଧି ତରୁଣ କୁମାର ମହାପାତ୍ର,ପ୍ରକାଶ କୁମାର ବେଉରା, ଆର୍ତ୍ତବନ୍ଧୁ ବେହେରା, ଭରତ ବେହେରା, ବିଜୟକୁମାର ରାଉତ, ପ୍ରଦୀପ କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories