www.samajalive.in
Saturday, December 13, 2025
23.1 C
Bhubaneswar

ଦିଲ୍ଲୀରେ କୃଷକଙ୍କ ରାଲି ବେଳେ ଘଟିଲା ଅଘଟଣ: ଓଲଟିଗଲା ଟ୍ରାକ୍ଟର, ଚାଲିଗଲା ଜଣେ ଚାଷୀଙ୍କ ଜୀବନ

ଭୁବନେଶ୍ବର : ଆଜି ଆନ୍ଦୋଳନରତ କୃଷକମାନେ ସରକାରଙ୍କର ନୂତନ କୃଷି ନିୟମ ବିରୋଧରେ ଟ୍ରାକ୍ଟର ରାଲି ବାହାର କରିଥିଲେ। ନିର୍ଦ୍ଧାରିତ ମାର୍ଗ ଛାଡ଼ି ବ୍ୟାରିକେଡ୍‌ ଭାଙ୍ଗି କୃଷକମାନେ ଦିଲ୍ଲୀ ସହର ମଧ୍ୟକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ। ଫଳରେ ଦିଲ୍ଲୀ ଭିତରକୁ ପ୍ରବେଶ କରିବାରେ ପୁଲିସ୍‌ ସେମାନଙ୍କୁ ବାଧା ଦେଇଥିଲା। ନାଙ୍ଗଲୋଇରେ ବ୍ୟାରିକେଡ୍‌ ଭାଙ୍ଗି କେନ୍ଦ୍ରୀୟ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ଗୋଟିଏ ଟ୍ରାକ୍ଟରରେ କିଛି ଚାଷୀ ଉଦ୍ୟମ କରୁଥିବା ବେଳେ ଘଟିଥିଲା ଅଘଟଣ। ଏହି ରାଲିରେ ଯୋଗ ଦେଇଥିବା ଗୋଟିଏ ଟ୍ରକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଟ୍ରାକ୍ଟରଟି ଓଲଟି ପଡ଼ିବା ଦ୍ବାରା ଜଣେ ଆନ୍ଦୋଳନକାରୀ ଚାଷୀଙ୍କ ମୃତ୍ୟୁ ଘଟିଥିଲା ଓ ଅନ୍ୟ କେତେ ଜଣ ଆହତ ହୋଇଥିଲେ। କେନ୍ଦ୍ର ସରକାରଙ୍କ କୃଷି ନିୟମ ବିରୋଧରେ ଟ୍ରାକ୍‌ର ରାଲିରେ ଯୋଗ ଦେବା ପାଇଁ ଆସିଥିବା ଜଣେ ଚାଷୀଙ୍କ ମୃତ୍ୟୁ ହେବା ଘଟଣା ବିଜୁଳି ବେଗରେ ପ୍ରଚାରିତ ହୋଇଥିଲା। ଫଳରେ ଟ୍ରାକ୍‌ର ରାଲିରେ ଯୋଗ ଦେଇଥିବା କୃଷକମାନେ ରାଗି ଯାଇ ଆନ୍ଦୋଳନକୁ ତୀବ୍ରତର କରିଥିଲେ। ସକାଳୁ ଟ୍ରାକ୍‌ର ରାଲିରେ ଯୋଗ ଦେବାକୁ ଆସିଥିବା ଚାଷୀଙ୍କ ଜୀବନ ଚାଲିଯିବା ପରେ ସମସ୍ତେ ଏଥିପାଇଁ ଦୁଃଖ ପ୍ରକାଶ କରିଥିଲେ ଏବଂ ମୃତ ଚାଷୀଙ୍କ ପରିବାରଙ୍କୁ ସମବେଦନ ଜ୍ଞାପନ କରିଥିଲେ।

 

- Advertisement -

ଦିଲ୍ଲୀରେ ଟ୍ରାକ୍କର ରାଲି ସମୟରେ କୃଷକମାନେ ବ୍ୟାରିକେଡ୍‌ ଭାଙ୍ଗି ପ୍ରବେଶ କରିଥିଲେ। ଫଳରେ ପୁଲିସ ସହ ସେମାନଙ୍କର ସଂଘର୍ଷ ହୋଇଥିଲା। ଏହାସହ ଜାତୀୟ ରାଜଧାନୀ ମଧ୍ୟକୁ ପ୍ରବେଶ ପାଇଁ ସେମାନେ କରିଥିବା ଉଦ୍ୟମ ବେଳେ ହିଂସା ସୃଷ୍ଟି ହେବା ସହ ପରିସ୍ଥିତି ଉତ୍ତେଜନାମୂଳକ ହୋଇପଡ଼ିଥିଲା ଏବଂ ଆରମ୍ଭ ହୋଇଥିଲା ହିଂସା ଓ ବିଶୃଙ୍ଖଳା। ଆନ୍ଦୋଳନକାରୀ କୃଷକମାନେ ପୁଲିସ୍‌ ଉପରକୁ ଟେକା ପଥର ଫିଙ୍ଗିଥିଲେ। ଦିଲ୍ଲୀ ପୁଲିସ୍‌ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେମାନଙ୍କ ଉପରକୁ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିଥିଲା।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories