www.samajalive.in
Thursday, December 11, 2025
23.1 C
Bhubaneswar

ତେଲକୋଇ: ଆଜିର ସମାଜରେ ମାନବିକତା ହଜି ହଜି ଯାଉଥିବା ବେଳେ ତେଲକୋଇର ଦୁଇ ଜଣ ଯୁବ ଅଧିକାରୀ

ମାନବିକତାର ଉଦାହରଣ ସାଜିଛନ୍ତି। ଘଟଣା ଅନୁଯାୟୀ ତେଲକୋଇ ମୂଖ୍ୟାଳୟର ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ନିକଟରେ ରାସ୍ତା କଡରେ ରବିବାର ରାତି ପ୍ରାୟ ୧୧ ଟା ରେ ଜଣେ ଯୁବକ ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ଅବସ୍ଥାରେ ପଡିରହିଥିଲେ। କିଛି ସହୃଦୟ ବ୍ୟକ୍ତି ୧୦୮ ଓ ଦମକଳ ବାହିନୀକୁ ଯୋଗାଯୋଗ କରିଥିଲେ ମଧ୍ୟ ବିଫଳ ହୋଇଥିଲେ।

 

- Advertisement -

ଏହି ଖବର ତେଲକୋଇରେ କାର୍ଯ୍ୟରତ ପୁଲିସ ସବ୍ଇନ୍ସପେକ୍ଟର ପି. ଆଶୁତୋଷ ଜାଣିବାକୁ ପାଇଥିଲେ। ଏହା ଜାଣିବା ପରେ ସେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୁବ୍ରତ କୁମାର ରାୟଙ୍କୁ ଯୋଗାଯୋଗ କରିଥିଲେ। ଉଭୟ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଯୁବକଙ୍କୁ ଉଦ୍ଧାର କରିଥିଲେ। ସେଠାରୁ ଗୁରୁତର ଆହତ ଯୁବକଙ୍କୁ ନିଜର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ନେଇ ତେଲକୋଇ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ। ସେମାନଙ୍କ ସମୟପୋଯୋଗୀ ପଦକ୍ଷେପ ଯୋଗୁ ଦୁର୍ଘଟଣଗ୍ରସ୍ତ ସମ୍ପୃକ୍ତ ଯୁବକ ଚିକିତ୍ସା ପରେ ସୁସ୍ଥ ହୋଇଥିବା ଜଣାପଡିଛି। ଡାକ୍ତର ଓ ପୁଲିସ ସବ୍‌ଇନିସ୍‌ପେକ୍ଟରଙ୍କ ମାନବିକତା ଏବଂ ଜନ ସେବାକୁ ବିଭିନ୍ନ ମହଲରୁ ପ୍ରସଂଶା କରାଯାଇଛି।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories