www.samajalive.in
Monday, December 15, 2025
16.1 C
Bhubaneswar

ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନଶୋଷଣ : ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଇସ୍ତଫା ଦାବିରେ ଭୁବନେଶ୍ୱର ଜିଲ୍ଲା ବିଜେପିର ବିକ୍ଷୋଭ

 

ଭୁବନେଶ୍ୱର:ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନଶୋଷଣ ମାମଲାରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଇସ୍ତଫା ଦାବିରେ ଭୁବନେଶ୍ୱର ଜିଲ୍ଲା ବିଜେପି ର ବିକ୍ଷୋଭ ପ୍ରଦର୍ଶନ ରାଜ୍ୟ ବିଜେପି କାର୍ଯ୍ୟଳୟ ରୁ ବାହାରି ମାଷ୍ଟରକ୍ୟାଣ୍ଟିନ ଛକ ପଯ୍ୟନ୍ତ ଯାଇଥିଲା ଏବଂ ସେଠାରେ ମନ୍ତ୍ରୀ ଙ୍କର କୁଶ ପୁତଳିକା ଦାହ କରାଯାଇଥିଲା।

- Advertisement -

ଜିଲ୍ଲା ସଭାପତି ବାବୁ ସିଂହ କହିଛନ୍ତି ଯେ  ଦିବ୍ୟାଙ୍ଗ ଯୁବତୀଙ୍କୁ ଭଲ ଚାକିରି ଓ ଦରମାର ପ୍ରଲୋଭନ ଦେଖାଇବା ସହ ଜୋର ଜବରଦସ୍ତ ଯୌନ ନିର୍ଯାତନା ଦିଆଯାଇଥିବା ମାମଲା ଏବେ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଛି।ଖୋଦ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସମ୍ପାଦକ ରାଜଧାନୀ ରେ ଏଭଳି କାଣ୍ଡ ଘଟାଇ ଥିବାରୁ ଏହି ମାମଲାକୁ ନେଇ ସବୁ ଆଡେ ଚର୍ଚ୍ଚା।ବିଶେଷ କରି ପୋଲିସ ଅଭିଯୋଗ ପାଇବାର ଦୁଇ ମାସ ପରେ ବି ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି।ମାମଲା କୁ ଚପେଇ ବାକୁ ଉପର ସ୍ତରରେ ଚାଲିଥିବା ଉଦ୍ୟମରେ ପୁଲିସ ମଧ୍ୟ ସାମିଲ ହୋଇଛି । ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଜୋରକରି ହାକିମମାନଙ୍କୁ ଖୁସି କରିବା ଲାଗି ଠେଲି ଦିଆଯାଇଥିବା ଭଳି ଏକ ସମ୍ବେଦନଶୀଳ ମାମଲାକୁ ପୁଲିସ କାହା ଚାପରେ ବେଶ ହାଲକା ଭାବରେ ନଉଛି ବୋଲି ସନ୍ଦେହ ହେଉଛି।

ତେବେ ଏବେ ଭିନ୍ନକ୍ଷମ ଆୟୋଗ ବିଭାଗ ମନ୍ତ୍ରୀ ନିରବ କାହିଁକି ଅଛନ୍ତି।ନିରୀହଦିବ୍ୟାଙ୍ଗ ଯୁବତୀଙ୍କୁ ଭିନ୍ନକ୍ଷମ ଆୟୋଗ କି ନ୍ୟାୟ ଦେଇଛନ୍ତି, ତାହା ଦେଖିବାକୁ ବାକି ରହିଲା। ଆରମ୍ଭ ରୁ ପୋଲିସ ମନ୍ତ୍ରୀ ଙ୍କ ଚାପରେ ବେଶ ହାଲୁକା ଭାବରେ ନେଇଥିବାର ସନ୍ଦେହ ସୃଷ୍ଟି ହେଉଛି।ପୋଲିସ ଠାରୁ ନ୍ୟାୟ ନ ପାଇ ପୀଡିତା ଜଣଙ୍କ ଗଣମାଧ୍ୟମ ରେ ମୁହଁ ଖୋଲିବା ପରେ ପୋଲିସ ଓ ବିଭାଗୀୟ ମନ୍ତ୍ରୀ ହରଡ଼ଘଣାରେ ପଡିଛି।ଏବେ ପୋଲିସ ଏହି ଘଟଣା ବିଭିନ୍ନ ଗଣମାଧ୍ୟମ ରେ ପ୍ରସାରିତ ହେବାରୁ ଆଖି ଖୋଲିଛି ।ଏତେ ବଡ଼ ଘଟଣା କରିବା ପାଇଁ କାହା ର ପ୍ରୋତ୍ସାହନ ରେ ହେଉଥିଲା ବୋଲି ଭୁବନେଶ୍ବର ବିଜେପି ଜିଲ୍ଲା ସଭାପତି ବାବୁସିଂ ପ୍ରଶ୍ନ କରିଛନ୍ତି। ସମ୍ପୃକ୍ତ ଘଟଣା ରେ ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା ଙ୍କ ଇସ୍ତଫା ଦାବି କରିଛନ୍ତି ଜିଲ୍ଲା ସଭାପତି ବାବୁସିଂ।

ଆଜି ଏହି କାର୍ଯ୍ୟକ୍ରମ ରେ ଦଳର ମୁଖପାତ୍ର ଦିଲ୍ଲୀପ ମହାନ୍ତି,ଦଳର କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, କାର୍ଯ୍ୟକାରିଣୀ ସଦସ୍ୟ ହରେକୃଷ୍ଣ ଖୁଣ୍ଟିଆ,ଯୁବ ମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟ,ଭୁବନେଶ୍ୱର ଜିଲ୍ଲା ର ସମସ୍ତ ମଣ୍ଡଳ ସଭାପତି ଯଥା ସୁରେନ୍ଦ୍ର ପ୍ରଧାନ , ଅମର ଜ୍ଵତିଜଗଦେଵ , ଅରୁଣ ପୁରୋହିତ ,ରାମରଣ ସିଂହ,ଜଗନ୍ନାଥ ବେହେରା ,ସନ୍ତୋଷ ଜେନା ,ଫିରୋଜ ଖାନ ,ଶଶୀପ୍ରଭା ରଥ ,ଅଞ୍ଜନ ନାଥ ,ଦାମଦୋର ବେହେରା ,ଯତୀନ୍ଦ୍ର ମହାନ୍ତି , ବିଜୟ କୁମାର ରାଉତ ,ଦଳର ଅନ୍ୟ ନେତୃତ୍ୱମଧ୍ୟରେ ମନୋଜ ପଶ୍ଚିମକବାଟ,ରଶ୍ମି ରଞ୍ଜନ ମହାପାତ୍ର, ଦିଲ୍ଲୀପ ବେହେରା ,ରଶ୍ମିରଞ୍ଜନ ମୁଦୁଲି,  ତୃପ୍ତିମୟୀ ମକଦ୍ଦମ, ସୁଭାସିନୀ ପୃଷ୍ଟି, ମାନସୀ ମଞ୍ଜରୀ ରାୟଙ୍କ ସହ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories