www.samajalive.in
Tuesday, December 9, 2025
17.1 C
Bhubaneswar

ପଦ୍ମ ପୁରସ୍କାର ଘୋଷଣା: ୭ଜଣଙ୍କୁ ମିଳିବ ପଦ୍ମବିଭୂଷଣ ପୁରସ୍କାର; ୧୦ଜଣଙ୍କୁ ପଦ୍ମ ଭୂଷଣ ଓ ୧୦୨ଜଣଙ୍କୁ ମିଳିବ ପଦ୍ମଶ୍ରୀ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପୂର୍ବରୁ ସମ୍ମାନଜନକ ପଦ୍ମ ପୁରସ୍କାର ଓ ପଦ୍ମ ବିଭୂଷଣ ଘୋଷଣା କରାଯାଇଛି। ଚଳିତ ବର୍ଷ ୬ ଓଡ଼ିଆଙ୍କ ସହ ମୋଟ ୧୧୯ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ। ଆଜି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ତାଲିକା ଅନୁସାରେ ମୋଟ ୧୧୯ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମବିଭୂଷଣ(୭ଜଣ), ପଦ୍ମଭୂଷଣ(୧୦ଜଣ) ଓ ପଦ୍ମଶ୍ରୀ ପୁରସ୍କାର (୧୧୨ଜଣ) ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି। ଏମାନଙ୍କ ମଧ୍ୟରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ନାମ ମଧ୍ୟ ରହିଛି।

ଚଳିତ ବର୍ଷ ଓଡ଼ିଆ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ଦେବା ପାଇଁ ମନୋନୀତ କରାଯାଇଛି। ସେହିପରି ସାହିତ୍ୟ ଓ ଶିକ୍ଷା ଲାଗି ରଜତ କୁମାର କର ଏବଂ ନନ୍ଦ ପୃଷ୍ଟିଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ ଏହି ତାଲିକାରେ ଉଲ୍ଲେଖ କରାଯାଇଛି। ସମାଜ ସେବା ଲାଗି ଶାନ୍ତି ଦେବୀ ଏବଂ କଳା ଲାଗି ପୂର୍ଣ୍ଣମାସୀ ଜାନିଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯିବାକୁ ଥିବାବେଳେ ମେଡ଼ିସିନ୍‌ ପାଇଁ ପଦ୍ମଶ୍ରୀ ପାଇବେ ଓଡ଼ିଶାର ଡା.କୃଷ୍ଣମୋହନ ପାଠୀ। ଏ ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ ଗୃହ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।
ଏଥର ଦେଶର ସର୍ବୋଚ୍ଚ ବେସାମରିକ ପଦ୍ମ ବିଭୂଷଣରେ ଜଣେ ଓଡ଼ିଆଙ୍କ ସମେତ ୭ ଜଣ ସମ୍ମାନିତ ହେବେ। ସେମାନଙ୍କ ମଧ୍ୟରେ ଓଡ଼ିଆ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ, କଳା ପାଇଁ ଏସପି ବାଲାସୁବ୍ରମଣିଅନ, ମେଡିସନି ପାଇଁ ବେଲେ ମୋନାପ୍ପା ହେଗଡେ, ବିଜ୍ଞାନ ଓ ଇଞ୍ଜିନିୟରିଂ ପାଇଁ ଆମେରିକାର ନରିନ୍ଦର ସିଂହ କାପନେୟ, ମୌଲାନା ୱାହିଦୁଦ୍ଦିନ ଖାନ ଏବଂ ବିବି ଲାଲଙ୍କୁ ମଧ୍ୟ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯିବ।
ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ରାଜ୍ୟର ୬ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସୁଦର୍ଶନ ସାହୁଙ୍କୁ କଳା ପାଇଁ ପଦ୍ମବିଭୂଷଣ ପୁରସ୍କାର ନିମନ୍ତେ ମନୋନୀତ କରାଯାଇଥିବାବେଳେ ଅନ୍ୟ ୫ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ।

- Advertisement -

ଦେଶର ସର୍ବୋଚ୍ଚ ବେସାମରିକ ପଦ୍ମ ବିଭୂଷଣ ପୁରସ୍କାର ଘୋଷଣା ପରେ ସୁଦର୍ଶନ ସାହୁ କହିଛନ୍ତି ଯେ ୮୩ ବର୍ଷରେ ତାଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ମିଳୁଥିବାରୁ ସେ ବେଶ୍‌ ଖୁସି। ଓଡ଼ିଶା ସରକାର ତାଙ୍କ କଳାକୁ ଚିହ୍ନଟ କରି ନାମ ସୁପାରିଶ କରିଥିବାରୁ ସେଥିପାଇଁ ଧନ୍ୟବାଦ। ଏହା କଳାକାର ତଥା ପ୍ରସ୍ତରଶିଳ୍ପୀ ଏବଂ ନିଷ୍ଠାର ସହ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଅନୁପ୍ରାଣିତ କରିବ। ମୁଁ ମୋର ପଦ୍ମ ବିଭୂଷଣ ପୁରସ୍କାର ଜଗତରନାଥ ଶ୍ରୀଜଗନ୍ନାଥ ଓ ଓଡ଼ିଶାବାସୀଙ୍କୁ ଉତ୍ସର୍ଗ କରୁଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories