www.samajalive.in
Sunday, December 14, 2025
19.1 C
Bhubaneswar

ବିଦ୍ୟୁତ୍‍ ସଟ୍‍ସର୍କିଟ୍‍ ଯୋଗୁଁ ଘଟିଲା ଅଗ୍ନିକାଣ୍ଡ, ପୋଡ଼ିଗଲା ୮ ବଖରା ଘର

କଳାପଥର(ବାଙ୍କୀ): ବାଙ୍କୀ ତହସିଲ ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ ନାଟେରି ଗ୍ରାମରେ ରବିବାର ସକାଳ ୧୧ଟା ୩୦ ସମୟରେ ବିଦ୍ୟୁତ ସଟ୍ ସର୍କ୍କିଟରୁ ଅଗ୍ନକାଣ୍ଡ ଘଟି ଗ୍ରାମର ୮ଜଣ ପରିବାରଙ୍କର ୧୨ ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୨୦ଲକ୍ଷରୁ ଅଧିକ ଟଙ୍କା ମୁଲ୍ୟର ସମ୍ପତି ନଷ୍ଟ ହୋଇଥିବା ଜଣାପଡଛି। ଖବରପାଇ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ବିପନ୍ନ ପରିବାରବର୍ଗଙ୍କ ନିକଟରେ ପହଞ୍ଚି ସମବେଦନା ଜଣାଇବା ସହିତ ତୁରନ୍ତ କ୍ଷତିଗ୍ରସ୍ତ ପରିବାରବର୍ଗଙ୍କୁ ସରକାରୀ ସହାୟତା ଯୋଗାଇଦେବାପାଇଁ ଦାବି କରିଛନ୍ତି।

 

- Advertisement -

ବୈଦ୍ୟେଶ୍ୱର ପଞ୍ଚାୟତ ଅଧିନସ୍ଥ ନାଟେରି ମଝିସାହିରେ ପ୍ରାୟ ୪୦ ପରିବାରଙ୍କ ବାସଗୃହ ରହିଛି। ଆଜି ସକାଳ ପ୍ରାୟ ସାଢେ ୧୧ଟା ସମୟରେ ବିଦ୍ୟୁତ ସଟ୍ ସର୍କ୍କିଟ ହୋଇ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ଆଖପାଖ ଘର ଗୁଡିକ ନିଆଁରେ ଲାଗିଯାଇଥିଲା। ଗ୍ରାମବାସୀମାନେ ଅକ୍ଳାନ୍ତ ଉଦ୍ୟମକରି ନିଆଁକୁ ଲିଭାଇବା ସହିତ କଳାପଥର ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ସହାୟତା କରିଥିଲେ। ଏହି ଅଗ୍ନିକାଣ୍ଡରେ ଗ୍ରାମର ପ୍ରସନ୍ନ ରାଉତରା, ବିଜୟ କୁମାର ରାଉତରା,ବାସୁଦେବ ସର୍ଦ୍ଧାରସିଂହ, ଅଗାଧୁ ଚରଣସିଂହ, ହୃଦାନନ୍ଦ ସର୍ଦ୍ଧାରସିଂହ, ପ୍ରଦୀପ କୁମାର ଉଠାଣସିଂହ, ସିତିକାନ୍ତ ପାଇକରାୟ, ରଘୁନାଥ ଦାସ, ମଣି ଦାସ ପ୍ରମୁଖଙ୍କ ୧୨ ବଖରା ଚାଳ ଛପର ଘର ଜଳିପୋଡି ପାଉଁଶ ହୋଇଯାଇଥିବା ବେଳେ ପ୍ରାୟ ୨୦ ଲକ୍ଷ୍ୟରୁ ଅଧିକ ଟଙ୍କା ମୁଲ୍ୟର ଆସବାବପତ୍ର,ଧାନ,ଚାଉଳ, ଟଙ୍କା ପଇସା ଓ ସୁନା ରୂପା ଆଦି ଜଳି ପୋଡି ପାଉଁଶ ହୋଇଯାଇଥିଲା।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories