www.samajalive.in
Friday, December 5, 2025
27.1 C
Bhubaneswar

ଚାଷୀଙ୍କ ଟ୍ରାକ୍ଟର ରାଲିକୁ ଦିଲ୍ଲୀ ପୁଲିସର ଅନୁମତି

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନରତ ଚାଷୀମାନେ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ଟ୍ରାକ୍ଟର ରାଲି ଆୟୋଜନ କରିବାକୁ ପ୍ରସ୍ତୁତି ଜୋରଦାର କରିଛନ୍ତି। ଏଥିପାଇଁ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଦିଲ୍ଲୀ ପୁଲିସଠାରୁ ଅନୁମତି ଲୋଡ଼ାଯାଇଥିଲା, ଯାହାକୁ ପୁଲିସ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି।

ଟ୍ରାକ୍ଟର ରାଲିକୁ ନେଇ ରବିବାର ଦିଲ୍ଲୀ ପୁଲିସ ଏବଂ କୃଷକ ସଂଗଠନର ପ୍ରତିନିଧିମାନଙ୍କ ମଧ୍ୟରେ ବୈଠକ ବସିଥିଲା। ବୈଠକରେ ରାଲି କେଉଁ ରୁଟ୍‌ ଦେଇ ଯିବ ତାହା ସ୍ଥିର କରାଯାଇଥିଲା। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ଦିଲ୍ଲୀ ସହର ବାହାର ସୀମା ଦେଇ ରାଲି ଯିବ। ୟୁପି ଗେଟ୍‌ରୁ ରାଲି ଆରମ୍ଭ ହୋଇ ଆନନ୍ଦ ବିହାର ସୀମାପୁରୀ ଦେଇ ମୀରଟ ପର୍ଯ୍ୟନ୍ତ ଯିବ।

- Advertisement -

ବୈଠକ ପରେ କୃଷକ ନେତା ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ, ଆମ ରୁଟ୍‌ ମ୍ୟାପ୍‌କୁ ପୁଲିସ ଲିଖିତ ଅନୁମତି ପ୍ରଦାନ କରିଛି। ୫ଟି ରୁଟ୍‌ରେ ୨୬ ତାରିଖରେ ଟ୍ରାକ୍ଟର ରାଲି କରାଯିବ। ଅନ୍ୟପଟେ ଦିଲ୍ଲୀ ପୁଲିସ କମିଶନର ସମସ୍ତ ପୁଲିସ କର୍ମଚାରୀଙ୍କୁ ସତର୍କ ରହିବାକୁ ନିର୍ଦେଶ ଜାରି କରିଛନ୍ତି।

ସମସ୍ତ ପୁଲିସ ଅଧିକାରୀ ଏବଂ କର୍ମଚାରୀଙ୍କ ସହିତ ସିଏପିଏଫ ଓ ଗଣତନ୍ତ୍ର ଦିବସ ପରେଡ୍‌ ପାଇଁ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଅନ୍ୟ ଫୋର୍ସଗୁଡ଼ିକୁ ଟ୍ରାକ୍ଟର ରାଲି ପାଇଁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ରାଲି ସମୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବଜାୟ ରଖିବା ଲାଗି ବ୍ୟବସ୍ଥା କରାଯାଇଛି।

ସେପଟେ ସିଙ୍ଘୁ ସୀମା ନିକଟ ଗୁରୁ ତେଗ୍‌ ବାହାଦୁର ମେମୋରିଆଲରେ ରବିବାର କୃଷକ  ସଂସଦ ଆୟୋଜନ କରାଯାଇଥିଲା। ଏଥିରେ ସାମିଲ ହେବା ଲାଗି ଯାଇଥିବା କଂଗ୍ରେସ ସାଂସଦ ରବନୀତ ବିଟ୍ଟୁଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି। ତାଙ୍କ ଗାଡ଼ିକୁ ଲୋକମାନେ ଲାଠିରେ ପିଟିଥିଲେ। ଫଳରେ ତାଙ୍କ ଗାଡ଼ିର କାଚ ଭାଙ୍ଗିରୁଜି ଯାଇଥିଲା।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories