www.samajalive.in
Monday, December 15, 2025
17.1 C
Bhubaneswar

ନେତାଜୀଙ୍କ ସାହାସ, ବୀରତ୍ୱ ଓ ଆତ୍ମବଳିଦାନର ଗାଥା ଥିଲା ଅତୁଳନୀୟ : ଧର୍ମେନ୍ଦ୍ର ପ୍ରଧାନ

କଟକ: ଓଡ଼ିଶା ମାଟିର ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରାକ୍ରମ ତଥା ଦେଶ ସ୍ୱାଧୀନତା ପାଇଁ ତାଙ୍କର ସଂଘର୍ଷ, ତ୍ୟାଗ, ବଳିଦାନ ଓ ସଂସ୍କାର ଯୁବପିଢିଙ୍କୁ ଶତାବ୍ଦି ଶତାବ୍ଦି ଧରି ପ୍ରେରିତ କରିବ ବୋଲି ଶନିବାର ନେତାଜୀଙ୍କ ୧୨୫ ତମ ଜୟନ୍ତୀ ତଥା ‘ପରାକ୍ରମ ଦିବସ’ ଅବସରରେ କଟକ ଓଡ଼ିଆ ବଜାର ସ୍ଥିତ ଜାନକୀନାଥ ଭବନ ଠାରେ ଥିବା ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

 

- Advertisement -

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତବର୍ଷର ଅଦ୍ୱିତୀୟ ଜନଜାୟକ ତଥା ଭାରତର ସ୍ୱତନ୍ତ୍ର ସଂଗ୍ରାମର ଅଗ୍ରଣୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିଜକୁ ଗୌରବାନ୍ୱିତ ମନେକରୁଛି। ନେତାଜୀଙ୍କ ସଂଘର୍ଷ, ବଳିଦାନ, ତ୍ୟାଗର ଗାଥାକୁ ଆଗକୁ ନେବା ପାଇଁ ଚଳିତବର୍ଷ ଠାରୁ ନେତାଜୀଙ୍କ ଜୟନ୍ତୀକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରିବା ପାଇଁ ଭାରତ ସରକାର ନିଷ୍ପତି ନେଇଛନ୍ତି। ଏହା ଫଳରେ ଆଗାମୀ ଶତାବ୍ଦି ଶତାବ୍ଦି ଯାଏ ନେତାଜୀଙ୍କ ସଂଘର୍ଷ, ତ୍ୟାଗ, ବଳିଦାନ ଓ ତାଙ୍କ ବିଚାରଧାରାକୁ ଲୋକମାନେ ପଢ଼ିବା ସହ ପ୍ରେରିତ ହେବେ। ଦେଶର ସ୍ୱତନ୍ତ୍ରତା ଆଣିବାରେ ନେତାଜୀଙ୍କ ନେତୃତ୍ୱ ପ୍ରମୁଖ ଭୂମିକା ନିର୍ବାହ କରିଥିଲା। ‘ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’ ଏ ଦୁଇଟି ଶବ୍ଦ ଭାରତର ସେ ସମୟରେ ଯୁବକଙ୍କ ମଧ୍ୟରେ ନୂଆ ଉନ୍ମାଦନା ସୃଷ୍ଟି କରିଥିଲା। ନେତାଜୀଙ୍କୁ ଏହି ସଂସ୍କାର ଐତିହାସିକ କଟକ ସହରରୁ ମିଳିଥିଲା। ସଶସ୍ତ୍ର ସଂଗ୍ରାମର ମହାନାୟକ ନେତାଜୀଙ୍କ ସାହାସ, ବୀରତ୍ୱ ଓ ଆତ୍ମବଳିଦାନର ଗାଥା ଥିଲା ଅତୁଳନୀୟ। ଦେଶମାତୃକା ପାଇଁ ବଳିଦାନ ଦେବାର ଅନନ୍ୟ ଉଦାହରଣ ସେ ସୃଷ୍ଟି କରିଥିଲେ। ନେତାଜୀଙ୍କ ପରାକ୍ରମ ଓ ଦେଶଭକ୍ତି ଆଜି ମଧ୍ୟ ଆମ ଯୁବପିଢିଙ୍କୁ ପ୍ରେରଣା ଦେଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories