www.samajalive.in
Monday, December 15, 2025
17.1 C
Bhubaneswar

ଧଉଳି ପାଖରେ ଥିଲା ତୋଷାଳିଗଡ଼

ଓଡ଼ିଶାର ରାଜଧାନୀ ଭୁବନେଶ୍ବର। ପୂର୍ବରୁ ଏଠାରେ ରାଜା ରାଜୁଡ଼ା ଶାସନ ସହିତ ଅନେକ ନଗ୍ର ଓ ଗଡ଼ ରହିଥିଲା। ସେହି ପୁରାତନ ତଥ୍ୟ ଅନୁଯାୟୀ ଇତିହାସ ପ୍ରସିଦ୍ଧ ଧଉଳି ପାହାଡ଼ ନିକଟରେ ତୋଷାଳି ଗଡ଼ ବା ନଗ୍ର ସ୍ଥାପିତ ହୋଇଥିଲା।
ଦୟାନଦୀ ବିଧୌତ ସମତଳ ଅଞ୍ଚଳରେ କେବେ ତୋଷାଳି ନଗ୍ର ସ୍ଥାପିତ ହୋଇଥିଲା ସେ ସମ୍ପର୍କରେ କୌଣସି ତଥ୍ୟ ପ୍ରମାଣ ମିଳେ ନାହିଁ। ତେବେ ଜୈନ ଧର୍ମାବଲମ୍ବୀଙ୍କ କିମ୍ବଦନ୍ତୀ ସୂତ୍ର ଅନୁଯାୟୀ ଜୈନମାନଙ୍କ ଶେଷ ତୀର୍ଥଙ୍କର ମହାବୀର ଜୈନଧର୍ମର ଟିକାକାର ହରିଭଦ୍ରଙ୍କ ଆବଶ୍ୟକ ସୂତ୍ର ଉପରେ ହରିଭଦ୍ରୀୟ ବୃତ୍ତି ନାମକ ଏକ ଟିକା ରଚନା କରି ସେଥିରେ ଉଲ୍ଲେଖ କରିଛନ୍ତି।

 

- Advertisement -

କଳିଙ୍ଗାଧିପତି ଓ ମହାବୀରଙ୍କ ପିତା ବନ୍ଧୁ ହୋଇଥିବାରୁ ମହାବୀର କଳିଙ୍ଗକୁ ଜୈନଧର୍ମ ପ୍ରଚାର କରିବାକୁ ଆସିଥିଲେ। ଏହି ସମୟରେ କଳିଙ୍ଗର ରାଜଧାନୀ ତୋଷାଳି ନଗ୍ରରେ ସ୍ଥାପିତ ହୋଇଥିଲା। ଧଉଳି ପାହାଡ଼ରେ ଖୋଦିତ କଳିଙ୍ଗାନୁଶାସନ ଦ୍ୱୟରେ ସର୍ବପ୍ରଥମେ ତୋଷାଳିର ଉଲ୍ଲେଖ ଦେଖିବାକୁ ମିଳେ। ସେଥିରୁ ଜଣାଯାଏ ଯେ ମୌର୍ୟ୍ୟ ସମ୍ରାଟ ଦେବପ୍ରିୟ ପ୍ରିିୟଦର୍ଶୀ ଅଶୋକ କଳିଙ୍ଗ ବିଜୟ ପରେ ପ୍ରାୟ ୨୮ ବର୍ଷ ଏହି ରାଜ୍ୟକୁ ତୋଷାଳି ନଗରୀରୁ ଶାସନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories