www.samajalive.in
Tuesday, December 9, 2025
23.1 C
Bhubaneswar

ଗୃହ ଡିହରୁ ବଞ୍ଚିତ ଗରିବ ପରିବାର

ଟିଟିଲାଗଡ଼: ସ୍ଥାନୀୟ ସିଟି ହାଇସ୍କୁଲ ପଛ ପଟରେ ଅଭିମନ୍ୟୁ ଷ୍ଟାଡିୟମ ପାଚେରି ନିର୍ମାଣ ସମୟରେ ସରକାରୀ ଜମିକୁ ମୁକୁଳା ଛାଡି ପାଚେରି ନିର୍ମାଣ କରାଯିବା ନେଇ ଖୋଦ ବଲାଙ୍ଗିର ଜିଲାପାଳ ଚଞ୍ଚଲ ରାଣା ବିରକ୍ତି ପ୍ରକାଶ ପରେ ମଧ୍ୟ ସ୍ଥାନୀୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ହେଲେ ଗରିବଙ୍କୁ ବେଆଇନ ଦଖଲ ନାମରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଏନେଇ ଭୂମିହୀନ ଗୁରୁବାର ଟିଟିଲାଗଡ ଉପଜିଲାପାଳଙ୍କ ଠାରେ ଫେରାଦ ହୋଇଛନ୍ତି। ଅଭିଯୋଗରୁ ପ୍ରକାଶ ଯେ, ମହାରାଜ ସାଗରର ଉନ୍ନତିକରଣ ନାମରେ ଦେବକି ବେହେରା, ମୁଠେ କର, ଭିନ୍ନକ୍ଷମ ଗୀତାଞ୍ଜଳି ଜେନା, ମଥୁରା ପୋଢଙ୍କୁ ଘର ପ୍ରଶାସନ ଜେସିବି ମେସିନ ସହାୟତାରେ ଗତ ଦୁଇ ବର୍ଷ ପୂର୍ବେ ଭାଙ୍ଗି ଦେଇଥିଲା।

ସେହିପରି ସହରର ହଟଲି ଅଞ୍ଚଳରୁ ଶକୁନ କାଣ୍ଡଙ୍କ ଘର ଉଚ୍ଛେଦ ହୋଇଥିଲା। ଭୂମୀହୀନ ଭିନ୍ନକ୍ଷମ ବିନୋଦ ସାହୁ ବାରମ୍ବାର ଜମି ଖଣ୍ଡେ ପାଇଁ ପ୍ରଶାସନ ପାଖରେ ଫେରାଦ ହୋଇଛନ୍ତି। ହେଲେ ଭୂମିହୀନଙ୍କୁ ଜାଗା ଟିକିଏ ଦିଆଯାଉ ନଥିବା ଆଜି ଉପଜିଲାପାଳଙ୍କ ପାଖରେ ଫେରାଦ ହୋଇ ଗୁହାରି କରିଛନ୍ତି। ସହରରେ ଏଭଳି ଅନେକ ପରିବାର ବର୍ଷ ବର୍ଷ ଧରି ରହିଆସୁଥିବା ବେଳେ ଜମି ସତ୍ୱ ପାଇନାହାନ୍ତି। ଅନେକ ଭୂମିହୀନ ଜାଗା ପାଇଁ ତହସିଲଦାରଙ୍କ ଠାରେ ବାରମ୍ବାର ଆବେଦନ କରୁଛନ୍ତି। ହେଲେ ତହସିଲ କାର୍ଯ୍ୟାଳୟରେ ମୋ ସରକାର ଲାଗୁ ହେବା ପରେ ମଧ୍ୟ ଆବେଦନଗୁଡିକ ବିଚାର ନହୋଇ ପଡି ରହିବା ସାଧାରଣରେ ଅସନ୍ତୋଷ ବୃଦ୍ଧି କରିଛି।

Hot this week

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

Related Articles

Popular Categories