www.samajalive.in
Saturday, December 13, 2025
26.1 C
Bhubaneswar

ବିଶ୍ୱନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ଟିକାର ଶୁଭାରମ୍ଭ

ଲାଞ୍ଜିଗଡ : ଦୀର୍ଘ ଦିନର ବ୍ୟବଧାନରେ ଶେଷରେ କରୋନାକୁ ହାର ମାନିବାକୁ ପଡିଲା । ଦଶ ମାସର ଲଢେଇ ପରେ ବାହାରିଲା କରୋନା ଟିକା । କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକରେ କରୋନା ଟିକା ଦିଆଯାଉଥିବା ବେଳେ ଆଜି ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ କରୋନା ଟିକାକରଣର ଶୁଭାରମ୍ଭ ଓ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ ଫକୀର ମୋହନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟିକା କରଣ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । କରୋନାର ପ୍ରଥମ ଟିକା ସଫେଇ କର୍ମଚାରୀ ଗୌରଚନ୍ଦ୍ର ପୁଝାରିଙ୍କୁ ଦିଆଯାଇଥିବା ବେଳେ ଡାକ୍ତରଖାନାର ସମସ୍ତ କର୍ମଚାରୀଙ୍କୁ ଏହି ଟିକା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଚିକିତ୍ସା ଅଧିକାରୀ ଭବାନୀ ଶଙ୍କର ଲେଙ୍କା,ଡ.ନରେନ୍ଦ୍ର ନାଥ ଦାସ,ଡ଼.ନିହାର ରଞ୍ଜନ ସାହୁ,ବିପିଏମ ସୁରଜିତ ସିଂ,ବ୍ଲକ ଏକାଉଣ୍ଟ ମ୍ୟାନେଜର ଭବାନୀ ଶଙ୍କର ସିଂ,ସୁଶାନ୍ତ କୁମାର ପାଡି ଓ ପିଏଚ ଇଓ ଦିବାକର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ସମ୍ପନ୍ନ କରିଥିଲେ। ଆଜି ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣଙ୍କୁ ଟିକା ଦିଆଯାଇଥିଲା ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories