www.samajalive.in
Monday, December 15, 2025
15.1 C
Bhubaneswar

ଗାଁ ସାଥୀ ରମେଶ ସିଂହ ହତ୍ୟା ରହସ୍ୟ ଗୁମର ଖୋଲିଲା; ଖଣ୍ଡଖଣ୍ଡ କରି ହାଣି ଫିଙ୍ଗିଥିଲେ ଶାଶୂ ଓ ଜ୍ବାଇଁ

– ହତ୍ୟାରେ ବ୍ୟବହୃତ ରକ୍ତଲଗା ଚାପଡ଼ ଜବତ -ମୃତକଙ୍କ ମୋବାଇଲ ଉଦ୍ଧାର

ସୁନ୍ଦରଗଡ଼: ଟାଉନ ଥାନା ଅନ୍ତର୍ଗତ ଆମ୍ବିଆନ୍ସ ହୋଟେଲ ପଛପଟେ ଥିବା ବିଲରୁ ଗାଁ ସାଥୀ ରମେଶ ସିଂଙ୍କ ଛିଣ୍ଡା ହାତ ଉଦ୍ଧାର ଘଟଣାର ପୁଲିସ ପର୍ଦ୍ଦାଫାସ କରି ଶାଶୂ ଓ ଜ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ଚାପଡ଼ ଓ ମୃତକଙ୍କ ମୋବାଇଲ ଫୋନକୁ ମଧ୍ୟ ପୁଲିସ ଜବତ କରିଛି। ଅବୈଧ ସଂପର୍କକୁ ନେଇ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ବୋଲି ପୁଲିସ ପରୋକ୍ଷରେ ସୂଚନା ଦେଇଥିବା ବେଳେ ଘଟଣାର ଅନୁସନ୍ଧାନ ପ୍ରକ୍ରିୟା ଜାରି ରହିବା ସହ ଏଥିରେ ଅନ୍ୟମାନଙ୍କ ସଂପୃକ୍ତିକୁ ମଧ୍ୟ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି ବୋଲି ସୁନ୍ଦରଗଡ଼ ଏସ.ପି ସାଗରିକା ନାଥ ସୂଚନା ଦେଇଛନ୍ତି।

- Advertisement -

ମିଳିଥିବା ସୂତ୍ରରୁ ପ୍ରକାଶ, ଘଟଣା ଦିନ ଗାଁ ସାଥୀ ମୃତକ ରମେଶ ଭବାନୀପୁରର ଗାଁ ମୁଣ୍ଡରେ ବରା, ପକୁଡ଼ି ଓ ପାନ ଦୋକାନ କରିଥିବା ମାଧବୀ ସିଂଦେଓ(୪୭)ଙ୍କ ଘରକୁ ଯାଇଥିଲା। ସେତେବେଳେ କୁଆଡ଼େ ସେ ଅତ୍ୟନ୍ତ ନିଶାସକ୍ତ ଅବସ୍ଥାରେ ଥିଲା ବୋଲି ମାଧବୀ ପୁଲିସ ନିକଟରେ ସ୍ୱୀକାର କରିଛି। ପରବର୍ତ୍ତୀ ଅବସ୍ଥାରେ ମାଧବୀ ରମେଶକୁ ତଣ୍ଟି ଚିପି ହତ୍ୟା କରି ଚାପଡ଼ ସାହାଯ୍ୟରେ ତାର ମୁଣ୍ଡ ଗଣ୍ଡି ଓ ହାତ ଗୋଡ଼କୁ କାଟି ଅଲଗା ଅଲଗା କରିଦେଇଥିଲା। ଘର ସାରା ରକ୍ତ ବହି ଯିବାରୁ ସେ ପିନ୍ଧିଥିବା ଶାଢି ଓ ମୃତକର ସାର୍ଟପ୍ୟାଣ୍ଟରେ ନିଆଁ ଲଗାଇ ଦେଇଥିଲା, ଫଳରେ ମୃତକର ମୁଣ୍ଡର କିଛି ଅଂଶ ମଧ୍ୟ ପୋଡ଼ି ଯାଇଥିଲା। ଏ ଘଟଣା ଘଟାଇବା ପରେ ଅଳ୍ପ ଦୂରରେ ରହୁଥିବା ନିଜ ଜ୍ୱାଇଁ ଭଜ ଓରାମଙ୍କୁ ଘରକୁ ଡକାଇ ଘଟଣା ସଂପର୍କରେ କହିଥିଲା। ପରେ ଉଭୟ ଶାଶୂ ଓ ଜ୍ୱାଇଁ ମିଶି ଖଣ୍ଡବିଖଣ୍ଡିତ ଶବକୁ ସେହି ଦିନ ରାତିରେ ହିଁ ପୋଖରୀ ମଧ୍ୟରେ ପକାଇ ଦେଇଥିଲେ ବୋଲି ଅଭିଯୁକ୍ତ ଦ୍ୱୟ ପୁଲିସ ନିକଟରେ ସ୍ୱୀକାର କରିଛନ୍ତି। ଘଟଣାଟି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଟାଉନ ଥାନା ଅଧିକାରୀ ବିଭତ୍ସ ପ୍ରଧାନ ସମେତ ଥାନାର ଅନ୍ୟାନ୍ୟ ଅଧିକାରୀମାନେ ଶବ ଉଦ୍ଧାର ଓ ତଦନ୍ତ ପ୍ରକ୍ରିୟାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories