www.samajalive.in
Sunday, December 7, 2025
16.1 C
Bhubaneswar

ହ୍ବାଟ୍‌ସଆପ୍‌କୁ କେନ୍ଦ୍ରର ତାଗିଦ୍‌; ନୂଆ ଗୋପନୀୟତା ସର୍ତ୍ତ ତୁରନ୍ତ ପ୍ରତ୍ୟାହାର କର, ସିଇଓଙ୍କୁ ରିପୋର୍ଟ ତଲବ

ନୂଆଦିଲ୍ଲୀ: ହ୍ବାଟ୍‌ସଆପ୍‌କୁ କଡ଼ା ଭାଷାରେ ତାଗିଦ୍‌ କରିଛନ୍ତି କେନ୍ଦ୍ର ସରକାର। କମ୍ପାନୀ ଗୋପନୀୟତା  ସର୍ତ୍ତରେ କରିଥିବା ପରିବର୍ତ୍ତନକୁ ତୁରନ୍ତ ପ୍ରତ୍ୟାହାର କରିବା ଲାଗି ସରକାରଙ୍କ ପକ୍ଷରୁ ଚିଠି ଲେଖି କୁହାଯାଇଛି। କମ୍ପାନୀ ପକ୍ଷରୁ କୌଣସି ପ୍ରକାର ଏକତରଫା ପରିବର୍ତ୍ତନ ଉଚିତ ଏବଂ ଗ୍ରହଣୀୟ ନୁହେଁ ବୋଲି ସରକାର ହ୍ବାଟ୍‌ସଆପ୍‌ ସିଇଓ ବିଲ୍‌ କ୍ୟାଥର୍ଟଙ୍କୁ ଲେଖିଥିବା ଚିଠିରେ କହିଛନ୍ତି।

ସରକାର ଚିଠିରେ କହିଛନ୍ତି ଯେ, ଭାରତ ବିଶ୍ଵ ସ୍ତରରେ ହ୍ବାଟ୍‌ସଆପର ସବୁଠୁ ଅଧିକ ବ୍ୟବହାରକାରୀ ଦେଶ ଏବଂ ଏହା କମ୍ପାନୀ ପାଇଁ ସବୁଠୁ ବଡ଼ ବଜାର। ହ୍ବାଟ୍‌ସଆପର ସେବା ଏବଂ ଗୋପନୀୟତା ନୀତିରେ ପ୍ରସ୍ତାବିତ ପରିବର୍ତ୍ତନ ଭାରତୀୟ ନାଗରିକମାନଙ୍କ ପସନ୍ଦ ଏବଂ ସ୍ବାଧୀନତାକୁ ନେଇ ଗମ୍ଭୀର ଚିନ୍ତା ସୃଷ୍ଟି କରିଛି। ତେଣୁ କମ୍ପାନୀ ପକ୍ଷରୁ ତୁରନ୍ତ ଏହି ପରିବର୍ତ୍ତନକୁ ପ୍ରତ୍ୟାହାର କରିବା ସହିତ ସୂଚନା ଗୋପନୀୟତା, ଚୟନ କରିବାର ସ୍ବାଧୀନତା ତଥା ତଥ ସୁରକ୍ଷାକୁ ନେଇ ନିଜର ଦୃଷ୍ଟିକୋଣ ଉପରେ ବିଚାର କରିବାକୁ ସରକାର କହିଛନ୍ତି।

- Advertisement -

ଚିଠିରେ କୁହାଯାଇଛି, ଭାରତୀୟମାନଙ୍କୁ ଉପଯୁକ୍ତ ସମ୍ମାନ କରାଯିବା ଦରକାର। ହ୍ବାଟ୍‌ସଆପର ସେବା, ଗୋପନୀୟତା ସର୍ତ୍ତରେ କୌଣସି ପ୍ରକାର ଏକତରଫା ପରିବର୍ତ୍ତନ ଉଚିତ ଏବଂ ଗ୍ରହଣୀୟ ନୁହେଁ। ସୂଚନା ଅନୁସାରେ, ସୂଚନା ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟିର ବୈଠକ ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବ। ଏଥିରେ ହ୍ବାଟ୍‌ସଆପ୍‌ର ଗୋପନୀୟତା ନୀତିରେ ପରିବର୍ତ୍ତନ ଉପରେ ଆଲୋଚନା କରାଯିବ। ଏହି ବୈଠକରେ ଫେସବୁକ୍‌ ଏବଂ ଟ୍ବିଟର ଅଧିକାରୀମାନେ ବି ଉପସ୍ଥିତ ରହିବେ। କମିଟି ପକ୍ଷରୁ ଫେସବୁକ ଏବଂ ଟ୍ବିଟର ଅଧିକାରୀମାନଙ୍କୁ ସମନ ଜାରି କରାଯାଇ ରିପୋର୍ଟ ତଲବ କରାଯାଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories