www.samajalive.in
Monday, December 15, 2025
17.1 C
Bhubaneswar

କାର୍ଯ୍ୟ ସରିବାର ଏକ ବର୍ଷ ପରେ ମଧ୍ୟ ସ୍ଥାନାନ୍ତର ହୋଇପାରୁନି ବିଇଓ କାର୍ଯ୍ୟାଳୟ, ପ୍ରଶାସନ ନୀରବଦ୍ରଷ୍ଟା

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ମୁଖ୍ୟ ଦପ୍ତରରେ କାର୍ଯ୍ୟରତ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ୟ୍ୟାଳୟ ଟି ଏଠାରେ ଆରମ୍ଭ ହେବା ଦିନଠାରୁ ସମିତି ଉପ୍ରା ବିଦ୍ୟାଳୟ ପରିସରରେ ଥିବା ବି.ଆର.ସି ବିଲ୍ଡିଂଗରେ ବହୁ ଅବ୍ୟବସ୍ଥା ଭିତରେ କାର୍ଯ୍ୟ କରୁଛି କିନ୍ତୁ ଦୀର୍ଘ ଏକ ବର୍ଷ ହେବ ୩୫ ଲକ୍ଷ ଟଙ୍କା ବିନିମୟରେ ତହସିଲ ଅଫିସ କାର୍ଯ୍ୟାଳୟ ସାମନାରେ ସମ୍ପୃକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପାଇଁ ନୂତନ ବିଲ୍ଡିଂଗର କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ପ୍ରଶାସନିକ ଅପାରଗତା ଯୋଗୁଁ କାର୍ଯ୍ୟାଳୟଟି ସ୍ଥାନାନ୍ତର ହୋଇପାରୁନାହିଁ ଫଳରେ ନୂତନ ବିଲ୍ଡିଂଗଟି ବର୍ତ୍ତମାନ ଭୂତ କୋଠିରେ ପରିଣତ ହୋଇଥିବାବେଳେ ତାହା ସରୀସୃପ ମାନଙ୍କର ଆଶ୍ରୟସ୍ଥଳୀ ପାଲଟିଛି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଟି ଏକ ବ୍ଲକ ସ୍ତରୀୟ କାର୍ଯ୍ୟାଳୟ ହୋଇଥିବାବେଳେ ସରକାର କୌଣସି ଭିତ୍ତିଭୂମି ନଥାଇ କାର୍ଯ୍ୟାଳୟଟି ଖୋଲିବା ଦିନଠାରୁ ସମ୍ପୃକ୍ତ ସ୍ଥାନରେ ବହୁ ଅଭାବ ଅସୁବିଧା ମଧ୍ୟରେ ଗତି କରୁଛି ଏପରିକି ସମ୍ପୃକ୍ତ କାର୍ଯ୍ୟାଳୟରେ ସବୁ ସମୟରେ ଗହଳି ଲାଗି ରହୁଥିବାରୁ ବିଦ୍ୟାଳୟକୁ ଆସୁଥିବା କୋମଳମତି ଛାତ୍ରଛାତ୍ରୀମାନଙ୍କୁ ତାର କୁପରିଣାମ ଭୋଗ କରିବାକୁ ପଡୁଛି ଏଥିପାଇଁ ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସୁଥିବା ସମ୍ପୃକ୍ତ ବ୍ୟକ୍ତିମାନେ ବିଦ୍ୟାଳୟକୁ ଯିବା ରାସ୍ତାରେ ଗାଡ଼ି ମୋଟର ଥୋଇବା ଯୋଗୁଁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯିବା କ୍ଷେତ୍ରରେ ଅସୁବିଧା ଭୋଗ କରୁଥିବାରୁ ଛାତ୍ର ଅଭିବାବକ ମାନେ ସେମାନଙ୍କ ସହିତ ଅନେକ ସମୟରେ ପାଟିତୁଣ୍ଡ କରୁଥିବାର ଦେଖିବାକୁ ମିଳୁଛି ଏତେ ଘଟଣା ସତ୍ତ୍ୱେ ପ୍ରଶାସନର ନିଦ ଭାଙ୍ଗୁ ନଥିବା ବେଳେ ସରକାର ସମ୍ପୃକ୍ତ କାର୍ଯ୍ୟାଳୟର ନିଜସ୍ୱ ଗୃହ ନିର୍ମାଣ କରିବା ପାଇଁ ୩୫ ଲକ୍ଷ ଟଙ୍କାର ବ୍ୟୟ ବରାଦ କରିଥିବାବେଳେ ଠିକାଦାର ଦୀର୍ଘ ଏକ ବର୍ଷ ହେଲା କାର୍ଯ୍ୟ ସାରି ବସିଛନ୍ତି କିନ୍ତୁ ବିଭାଗୀୟ କର୍ମଚାରୀ ତାଙ୍କର ଫାଇନାଲ ବିଲ ଦେଇ ନଥିବା ବେଳେ ନିଜର ଅପାରଗତା ପଦାରେ ପଡିଯିବା ଭୟରେ ଘରର ଦାଇତ୍ୱ ମଧ୍ୟ ନେଉନାହାନ୍ତି କାରଣ ବିଲ୍ଡିଂଗର ସିଭିଲ କାମ ଶେଷ ହୋଇଥିଲେ ମଧ୍ୟ ଇଲେକ୍ଟ୍ରିକାଲ ଏବଂ ପିଏଚଡି କାମ ଶେଷ ହୋଇନାହିଁ କିନ୍ତୁ ସିଭିଲ କଣ୍ଟ୍ରାକ୍ଟର ଛାତ ପକାଇ ସାରିବା ପରେ ଇଲେକ୍ଟ୍ରି କାମ କରିବା ପାଇଁ ବିଭିନ୍ନ ସମସ୍ୟା ଉପୁଜିବା ସହିତ ଘର ଗୁଡିକ ଖୋଳାଖୋଳି କରିବାକୁ ପଡିବ ବୋଲି ସେ ୭ଲକ୍ଷ ଟଙ୍କାର ଇଲେକ୍ଟ୍ରି ଏବଂ ପିଏଚଡି କାମ କରିସାରିଛନ୍ତି କିନ୍ତୁ ବିଭାଗୀୟ କର୍ମଚାରୀଙ୍କର ଦାୟିତ୍ବହୀନତା ଯୋଗୁଁ ବିଲ୍ଡିଂଗର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତର କରାଯାଇ ପାରୁନାହିଁ ଫଳରେ  ୪୦ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କାରେ ନିର୍ମାଣ କରାଯାଇଥିବା ବିଲ୍ଡିଂଗଟି ବ୍ୟବହାର ହେଉନଥିବାରୁ ଭିତରେ ଉଇ ହୁଙ୍କା ହେବା ସହିତ ଭାଙ୍ଗିରୁଜି ଗଲାଣି ମିନି ଆଇଟିଆଇ ବିଲ୍ଡିଂଗର କ୍ୟାମ୍ପସ ଭିତରେ ଏହି ବିଲ୍ଡିଂଗଟି ନିର୍ମାଣ କରାଯାଇଥିବାରୁ ଏବଂ ଚାରିପଟେ ପାଚେରୀ ଥିବା ଯୋଗୁଁ ଅସାମାଜିକ ମଦ୍ୟପମାନେ ତା ଭିତରକୁ ପଶି ପାରୁନାହାନ୍ତି ନଚେତ ଏହା ସେମାନଙ୍କର ଆଡ୍ଡା ସ୍ଥଳୀରେ ପରିଣତ ହୋଇଥାନ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ, ଅଧିକ୍ଷଣ ଯନ୍ତ୍ରୀ ଏବଂ ମୁଖ୍ୟ ଯନ୍ତ୍ରୀ ସିଭିଲ କାମ ସହିତ ଇଲେକ୍ଟ୍ରି ଏବଂ ପିଏଚ କାମର ଏକା ଥରକେ ଟେଣ୍ଡର କରୁନଥିବାରୁ ବିଲ୍ଡିଂଗ ନିର୍ମାଣପରେ ସବୁ ସ୍ଥାନରେ ବିଦ୍ୟୁତ ପାଣି ପାଇଁ ଆଉ ଥରେ ଲେଖାଏଁ ଟେଣ୍ଡର ହେଉଥିବା ଯୋଗୁଁ ନୂତନ ବିଲ୍ଡିଂଗ କାର୍ଯ୍ୟକ୍ଷମ ହେବାରେ ଏହଳି ଅସୁବିଧା ସୃଷ୍ଟି ହେଉଛି

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories