www.samajalive.in
Saturday, December 6, 2025
16.1 C
Bhubaneswar

ସଡକ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ : ଜିଲାପାଳ

ଯାଜପୁର : ସଡକ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ।  ତେଣୁ ନିୟମ ଅନୁସାରେ ଗାଡି ଚଳାଇବା ସହ ହେଲମେଟ୍ ଓ ସିଟ୍ ବେଲ୍ଟ୍ ବ୍ୟବହାର ସୁନିଶ୍ଚିତ କରିବାକୁ ଜିଲାପାଳ ଚକ୍ରବତୀ ସିଂହ ରାଠୋର ଅନୁରୋଧ କରିଛନ୍ତି। ଯାଜପୁର ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ପୂର୍ବାହ୍ନରେ ୩୨ ତମ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା । ଏହାକୁ ଉଦ୍‌ଘାଟନ କରି ଜିଲାପାଳ ଶ୍ରୀ ରାଠୋର କହିଥିଲେ ଯେ, ଏହି ରଥ ସମଗ୍ର ଜିଲାରେ ପରିକ୍ରମା କରିବା ସହ ସଡକ ସୁରକ୍ଷା ସଂପର୍କରେ ଜନ ଜାଗରଣ ସୃଷ୍ଟି କରାଇବ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସ୍.ପି. ବାଉରୀବନ୍ଧୁ ବେହେରା, ଯାଜପୁର ଆଳିକ ପରିବହନ ଅଧିକାରୀ ସଚିଦାନନ୍ଦ ପଣ୍ଡା, ଏମ୍.ଭି.ଆଇ. ଦୀପକ କୁମାର ସେଠୀ, ବରିଷ୍ଠ ସହାୟକ ସୁଦିପ୍ତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।  ପରିବହନ ଅଧିକାରୀ ଶ୍ରୀ ପଣ୍ଡା ସୂଚନା ଦେଇ ଚଳିତ ମାସ ୧୮ ରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ସଚେତନତା ସପ୍ତାହ କାର୍ଯ୍ୟକ୍ରମ ଜାରି ରହିବା ସହ ଚଳିତ ମାସ ୧୮ ରୁ ଫେବୃୟାରୀ ୧୭ ପର୍ଯ୍ୟନ୍ତ ସଡକ ସୁରକ୍ଷା ମାସ ପାଳନ କରାଯାଉଛି ବୋଲି କହିଥିଲେ ।  ସଡକ ସୁରକ୍ଷାର ବିବିଧ ନିୟମକୁ ଯେପରି ଗାଡି ଚାଳକମାନେ ଅନୁପାଳନ କରିବେ ସେଥିପାଇଁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯିବାର ବ୍ୟବସ୍ଥା ହୋଇଛି। ବିଶେଷ କରି ଯୁବ ସମାଜ ସଚେତନ ହେବାକୁ ସେ ଅନୁରୋଧ କରିଥିଲେ ।  ପରେ ଏହି ସଚେତନତା ରଥ ଯାଜପୁର ସହର ପରିକ୍ରମା କରି ଜନ ସଚେତନତା ସୃଷ୍ଟି କରିଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories