www.samajalive.in
Saturday, December 13, 2025
23.1 C
Bhubaneswar

ଡୁମେରଜୋର ବ୍ୟାଙ୍କ ଲୁଟ ଘଟଣା : ୩ ଗିରଫ, ଦୁଇ ବାଇକ ଓ ନଗଦ ଟଙ୍କା ଜବତ

ସୁନ୍ଦରଗଡ଼/କୁଆରମୁଣ୍ଡା : ବୀରମିତ୍ରପୁର ଥାନା ଅନ୍ତର୍ଗତ ଡୁମେରଜୋର ଷ୍ଟେଟ ବ୍ୟାଙ୍କ ଶାଖାରୁ ଗତ ୧୩ ତାରିଖ ଦିନ ସ୍ପଷ୍ଟ ଦିବାଲୋକରେ ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାରେ ପୁଲିସ ୩ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଡକାୟତି ସମୟରେ ବ୍ୟବହୃତ ଦୁଇଟି ବାଇକ ଓ କିଛି ନଗଦ ଟଙ୍କା ଜବତ କରିଛନ୍ତି ବୋଲି ସୁନ୍ଦରଗଡ଼ ଏସ.ପି ସାଗରିକା ନାଥ ସୂଚନା ଦେଇଛନ୍ତି। ଶାଖା ପରିଚାଳକଙ୍କ ଏତଲା ଆଧାରରେ ପୁଲିସ ସଶସ୍ତ୍ର ଲୁଟ ମାମଲା ରୁଜୁ କରିଥିଲେ ହିଁ ପରବର୍ତ୍ତୀ ଅନୁସନ୍ଧାନରୁ ଏଥିରେ ୭ରୁ ଅଧିକ ଅଭିଯୁକ୍ତ ସଂପୃକ୍ତ ଥିବାର ଜାଣି ଡକାୟତି ଘଟଣାରେ ମାମଲାକୁ ରୂପାନ୍ତରିତ କରିଛନ୍ତି ବୋଲି ଏସ.ପି ନାଥ କହିବା ସହ ତଦନ୍ତ ବ୍ୟାଘାତ ଦୃଷ୍ଟିରୁ ସଂପୂର୍ଣ୍ଣ ସୂଚନା ଦେଇନଥିଲେ ମଧ୍ୟ ଜିଲା ଓ ଜିଲା ବାହାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି ଓ ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସ.ପି ଦୃଢ଼ତାର ସହ କହିଛନ୍ତି।

- Advertisement -

ଡକାୟତି ବେଳେ ୩ଜଣ ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିବା ବେଳେ ଅନ୍ୟମାନେ ଗେଟ୍ ପ୍ରବେଶ ଦ୍ୱାର ବାହାରେ ଓ ବ୍ୟାଙ୍କ ଠାରୁ କିଛି ଦୂରରେ ରହି ବାହାରର ସ୍ଥିତି ପ୍ରତି ନଜର ରଖିଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି। ଗିରଫ ୩ଡକାୟତଙ୍କ ମଧ୍ୟରୁ ଦୁଇଜଣ ସମ୍ବଲପୁର ଜିଲାର ହୋଇଥିବା ବେଳେ ଅନ୍ୟ ଜଣେ କୁତ୍ରା ଅଞ୍ଚଳର ବୋଲି ଜଣାପଡ଼ିଛି। ରବିବାର ଗିରଫ ଅଭିଯୁକ୍ତ ଗୋବିନ୍ଦ ଟପ୍ପୋ, ମୁନା ମାଝୀ ଓ ବିଜୟ ଲାକ୍ରାଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ଏମାନଙ୍କଠାରୁ ଦୁଇ ବାଇକ ଓ ନଗଦ ୬ହଜାର ଟଙ୍କା ଜବତ ହୋଇଥିବା ବେଳେ ଲୁଟ ଟଙ୍କାର ସିଂହ ଭାଗ ଗିରଫ ହୋଇନଥିବା ଡକାୟତ ମାନଙ୍କ ପାଖରେ ଥିବାର ଜଣାପଡ଼ିଛି। ୯୬ ଘଣ୍ଟା ମଧ୍ୟରେ ପୁଲିସ ଏହି ସ୍ପର୍ଶକାତର ଡକାୟତି ଘଟଣାକୁ ସଫଳତାର ସହ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ହିଁ ଅନ୍ୟ ଅଭିଯୁକ୍ତମାନେ ଗିରଫ ନ ହେବା ଯାଏ ଘଟଣାର ପ୍ରକୃତ ଚିତ୍ର ସ୍ପଷ୍ଟ ହୋଇପାରିବ ନାହିଁ ବୋଲି ଚର୍ଚ୍ଚା ଚାଲିଛି। ୧୩ ତାରିଖ ଦିନ ଘଟଣା ଘଟିବା ପରେ ଏସ.ପିଙ୍କ ନିର୍ଦ୍ଦେଶକ୍ରମେ ବୀରମିତ୍ରପୁର ଏସ.ଡି.ପି.ଓ ଯଶବନ୍ତ ସାମଲଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଶ୍ୟାମଲାଲ ଓରାମଙ୍କୁ ନେଇ ଗଠିତ ହୋଇଥିଲା।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories