www.samajalive.in
Tuesday, December 9, 2025
23.1 C
Bhubaneswar

ନବରଙ୍ଗପୁରରେ ଟିକାକରଣ ଆରମ୍ଭ, ପ୍ରଥମ ପର୍ଯ୍ୟାୟରେ ଟିକା ନେବେ ୭ ହଜାର ସ୍ବାସ୍ଥ୍ୟକର୍ମୀ

ନବରଙ୍ଗପୁର: ନବରଙ୍ଗପୁର ଜିଲାରେ ଶନିବାର କରୋନା ଟିକାକରଣ ଆରମ୍ଭ ହୋଇଛି। ସମ୍ପୂର୍ଣ୍ଣ ନିର୍ବାଚନ ବୁଥ ଢାଞ୍ଚାରେ ଏହି ଟିକାକରଣ କରାଯାଇଛି। ସମ୍ଭାବ୍ୟ ପାର୍ଶ୍ଵ ପତ୍ରିକ୍ରିୟାକୁ ଦୃଷ୍ଟିରେ ରଖି ଟିକା ନେଉଥିବା ବ୍ୟକ୍ତିଙ୍କୁ ଅଧଘଣ୍ଟା ପର୍ଯ୍ୟନ୍ତ ଡାକ୍ତରଙ୍କ ନିରୀକ୍ଷଣରେ ଏକ ସ୍ୱତନ୍ତ୍ର କୋଠରିରେ ରଖାଯାଉଛି।

ଜିଲାରେ ପ୍ରଥମ ପର୍ଯ୍ୟାୟରେ ମିଳିଥିବା ଟିକା ଅନୁସାରେ ୭ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯିବ। ଜିଲାରେ ମୋଟ ୯୩୪୫  ସ୍ୱସ୍ଥ୍ୟକର୍ମୀ ନିଜ ନାମ ପଞ୍ଜୀକୃତ କରିଛନ୍ତି। ଟିକାକରଣ ପାଇଁ ଜିଲାରେ ୪ଟି  କେନ୍ଦ୍ରରେ ଟିକାକରଣ ପାଇଁ ବ୍ୟବସ୍ଥା କରାଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟ, ନନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉମରକୋଟ ଉପଖଣ୍ଡ ମେଡିକାଲରେ ଟିକାକରଣ ପାଇଁ ବ୍ୟବସ୍ଥା କରାଯାଇଛି।

- Advertisement -

ଟିକାକରଣ ପୂର୍ବଦିନ ନନ୍ଦାହାଣ୍ଡି, ପାପଡାହାଣ୍ଡି ଓ ଉମରକୋଟ କେନ୍ଦ୍ରକୁ ଟିକା ପଠାଯାଇଥିଲା। ପ୍ରଥମ ଦିନରେ ଜିଲା ମୁଖ୍ୟ ଚିକିତ୍ସାଳୟ, ନନ୍ଦାହାଣ୍ଡି, ପାପଡାହାଣ୍ଡି ଗୋଷ୍ଠୀ କେନ୍ଦ୍ର ଓ ଉମରକୋଟ ଉପଖଣ୍ଡ ମେଡିକାଲରେ ପ୍ରଥମ ଦିବସରେ ୧୦୦ ଜଣ ଲେଖାଏଁ   ସ୍ଵାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯିବାକୁ ବ୍ୟବସ୍ଥା କରାଯାଇଛି। ପ୍ରଥମେ ସଫେଇ କର୍ମଚାରୀ, ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ଏଏନଏମମାନଙ୍କୁ  ଟିକାକରଣ କରାଯିବ ଏବଂ ଶେଷରେ ମେଡିକାଲ ଅଫିସରଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories