ଭୁବନେଶ୍ୱର : ୨୫ ଲକ୍ଷରୁ ଅଧିକ ପିଲାଙ୍କୁ ଦିଆଯିବ ଟିକା। ଟିକା ପାଇଁ ୧୫ ରୁ ୧୮ ବର୍ଷର ପିଲାଙ୍କୁ ପଞ୍ଜିକରଣ କରିବାକୁ ପଡିବ। ଆବଶ୍ୟକ ହେଲେ ଅଭିଭାବକମାନଙ୍କୁ ପିଲାଙ୍କ ସହ ଆସିବାକୁ ପଡିବ। ୬୦ବର୍ଷରୁ ଅଧିକ ଲୋକଙ୍କ ସଂଖ୍ୟା ୫୨ ଲକ୍ଷ ୩୭ ହଜାର। ଏମାନଙ୍କ ମଧ୍ୟରୁ ବିଭିନ୍ନ ରୋଗରେ ଆକ୍ରାନ୍ତଙ୍କୁ ଟିକା ଦିଆଯିବ। ୭ ଲକ୍ଷ ୫ ହଜାର ସମ୍ମୁଖ ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଆବଶ୍ୟକ ହେଲେ ସ୍କୁଲ, କଲେଜରେ ମଧ୍ୟ ଟିକା ଦିଆଯିବ। ବର୍ତ୍ତମାନ ୨ ଶହ ସେସନରେ ଟିକାକରଣ ଚାଲିଛି। ଟିକାକରଣ ପାଇଁ ପ୍ରତି ବ୍ଲକରେ ୮ଟି ମୋବାଇଲ ଟିମ ବୁଲୁଛନ୍ତି। ରାଜ୍ୟରେ ୨୯ ଲକ୍ଷ ପ୍ରଥମ ପାନ, ୩୦ ଲକ୍ଷ ୨ୟ ପାନ ନେଇ ନାହାନ୍ତି। ରାଜ୍ୟରେ ୧୫ ରୁ ୧୮ ବର୍ଷ ପିଲାଙ୍କ ସଂଖ୍ୟା ୨୫ ଲକ୍ଷ ୫୩ ହଜାର। ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ପକ୍ଷରୁ ଏହି ପ୍ରତିକ୍ରିୟା ମିଳିଛି।
Popular Categories



