www.samajalive.in
Monday, December 15, 2025
27.1 C
Bhubaneswar

ଆସାମ ନିର୍ବାଚନ : ନଡ୍ଡାଙ୍କ ସହ ବୈଜୟନ୍ତଙ୍କ ବୈଠକ

ଆସାମରେ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ମାରାଥନ ବୈଠକ ଓ ସଭାସମିତି ହେଉଥିବା ବେଳେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ୨ ଦିନିଆ ଆସାମ ଗସ୍ତରେ ଯାଇ ସେଠାରେ ନିର୍ବାଚନ ପ୍ରସ୍ତୁତି ତଦାରଖ କରିଛନ୍ତି। ଶ୍ରୀ ନଡ୍ଡାଙ୍କ ଗସ୍ତ ଆସାମର ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଅଧିକ ଉତ୍ସାହିତ କରିଛି ବୋଲି ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ବିଜେପି ପ୍ରଭାରୀ ବୈଜୟନ୍ତ ପଣ୍ଡା କହିଛନ୍ତି। ସେ କହିଛନ୍ତି, ଆସାମରେ ମିଶନ ୧୦୦+ ଲକ୍ଷ୍ୟକୁ ପୂରଣ କରିବା ଲାଗି କାର୍ଯ୍ୟକର୍ତ୍ତା ଆହୁରି ସକ୍ରିୟ ହୋଇଛନ୍ତି।

ଆଗକୁ ବିଧାନସଭା ନିର୍ବାଚନ ଲାଗି ନଡ୍ଡା ଗତକାଲି ଦୁଇଦିନିଆ ଆସାମ ଗସ୍ତ କାର୍ଯ୍ୟକ୍ରମ ଶେଷ କରିଛନ୍ତି। ଏହି ଅବସରରେ ଗତକାଲି ସେ ସିଲଚରଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ। ପରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ଶ୍ରୀ ନଡ୍ଡା ସମସ୍ତଙ୍କୁ ମିଶନ ୧୦୦+ ପାଇଁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷରେ ଆଜି ଶ୍ରୀ ନଡ୍ଡା, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ଅର୍ଥମନ୍ତ୍ରୀ ହିମନ୍ତବିଶ୍ୱ ଶର୍ମା, ସଂଗଠନ ମହାମନ୍ତ୍ରୀ ଫଣୀନ୍ଦ୍ରନାଥ ଶର୍ମା ଓ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଶ୍ରୀ ପଣ୍ଡାଙ୍କୁ ଜନ୍ମଦିନର ବଧେଇ ଜଣାଇଥିଲେ। ଏହାପରେ ଶ୍ରୀ ନଡ୍ଡାଙ୍କ ସହ ଶ୍ରୀ ପଣ୍ଡା ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରସିଦ୍ଧ କାମାକ୍ଷା ଦେବୀ ମନ୍ଦିର ଦର୍ଶନ କରିଥିଲେ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories