www.samajalive.in
Sunday, December 7, 2025
23.1 C
Bhubaneswar

ଭିମ୍‌ସାରରେ ପୁଣି ବିରଳ ଅସ୍ତ୍ରୋପଚାର, ପୀଡ଼ିତ ସୁସ୍ଥ  

ବୁର୍ଲା : ସଦାସର୍ବଦା ବହୁବିଧ କାରଣକୁ ନେଇ ବୁର୍ଲା ଭିମସାର ବିବାଦୀୟ ସ୍ଥିତିରେ ରହି ଆସୁଥିବା ଦୃଷ୍ଟାନ୍ତ ଥିବାବେଳେ ଏବେ କିନ୍ତୁ ସଫଳ ଅସ୍ତ୍ରୋପଚାରକୁ ନେଇ ଶୀର୍ଷକରେ ରହିଛି। ଦିଲ୍ଲୀ ଏମ୍‌ସରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଫେରି ଆସିଥିବା ରୋଗୀଙ୍କର ଶଲ୍ୟ ବିଭାଗରେ ବିରଳ ଅସ୍ତ୍ରୋପଚାର କରାଯାଇ ସୁସ୍ଥ କରିବା ଘଟଣା ନିକଟ ଅତିତରେ ସିରୋନାମା ଖବର ସାଜିଥିଲା। ସେହିଭଳି ପୁଣି ଏକ ବିରଳ ଅସ୍ତ୍ରୋପଚାରକୁ ନେଇ ଭିମ୍‌ସାର ଚର୍ଚ୍ଚାକୁ ଆସିଛି। ବୁର୍ଲା ଭିମ୍‌ସାର ଡାକ୍ତର ମାନେ ନିଜର ଚିକିତ୍ସା ସେବାରେ ସଫଳ ଚିକିତ୍ସାକୁ ପ୍ରମାଣିତ କରିଛନ୍ତି। ଏକ ବିରଳ ରୋଗରେ ଆକ୍ରାନ୍ତ ଜଣେ ଯୁବକଙ୍କୁ ଚିକିତ୍ସା କରି ସୁସ୍ଥ କରିବାରେ ସଫଳ ହୋଇଛନ୍ତି ଭିମ୍‌ସାର ମେଡିସିନ ବିଭାଗର ଡାକ୍ତର। ତେବେ ଏହି ବିରଳ ରୋଗକୁ ପଲି ନିୟୁରାଇଟିସ କ୍ରାନିଆଲିସ ରୋଗ ବୋଲି କୁହାଯାଏ। ରୋଗୀ ଜଣକ ହେଲେ ସମ୍ବଲପୁର ଜିଲ୍ଲା ଜୟନ୍ତପୁର ଗ୍ରାମର ଯୁଶ୍ମନ୍ତ ପ୍ରଧାନ(୩୨)। ତେବେ ଏହି ରୋଗ ମଧୁମେହ ରୋଗୀଙ୍କ ଶରୀରରେ ଦେଖାଯାଏ । ପ୍ରାୟ ୧୦ ହଜାର ମଧୁମେହ ରୋଗୀଙ୍କ ମଧ୍ୟରେ ଜଣଙ୍କ କ୍ଷେତ୍ରରେ ଦେଖାଯାଏ। ଏହି ରୋଗ ହେବା ଦ୍ୱାରା ମଣିଷର ଦୃଷ୍ଟି ଶକ୍ତି କମିଯାଏ, ଆଖିପତା ବନ୍ଦ ହୋଇଯାଏ, ଆଖିର ଡୋଳା ବୁଲିବା ବନ୍ଦ ହୋଇଯାଏ। ତେବେ ଯୁଶ୍ମନ୍ତଙ୍କ କହିବା କଥା ହେଲା ପ୍ରାୟ ୧୦ ଦିନ ହେଲା ତାଙ୍କ ଅଖିର ଦୃଷ୍ଟି ଶକ୍ତି କମିଯାଇଥିଲା । ଏହାପରେ କିଛିଦିନ ଗଲାପରେ ଆଖି ଡୋଳା ବୁଲିବା ବନ୍ଦ କରିଦେଇଥିଲା। ଏହାପରେ ସେ ଚକ୍ଷୁରୋଗ ବିଭାଗରେ ଚିକିତ୍ସା କରିଥିଲେ। ତେବେ ସେଠାରେ ଡାକ୍ତରମାନେ ତାଙ୍କୁ ମେଡିସିନ ବିଭାଗରେ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ଗତ ୭ ତାରିଖ ଦିନ ମେଡିସିନ ବିଭାଗରେ ସେ ଯାଇ ଚିକିତ୍ସିତ ହୋଇଥିଲେ। ମେଡିସିନ ବିଭାଗର ସହକାରୀ ପ୍ରଫେସର ଶଙ୍କର ରାମଚନ୍ଦାନୀ ଉକ୍ତ ରୋଗୀଙ୍କ ଏମ୍‌ଆର୍‌ଆଇ ପରୀକ୍ଷା ରିପୋର୍ଟ ଦେଖି ରୋଗ ବିଷୟରେ ଜାଣିଥିଲେ। ଏହାପରେ ଦୀର୍ଘ ୪ ଦିନ କାଲ ମେଡିସିନ ବିଭାଗରେ ଭର୍ତ୍ତି କରିବା ପରେ ଆସି ଯୁଶ୍ମନ୍ତ ସୁସ୍ଥ ଅନୁଭବ କରିବା ସହିତ ଆଖିର ଦୃଷ୍ଟି ଶକ୍ତି ଫେରିପାଇଥିବା ଯୁଶ୍ମନ୍ତ ସୂଚନା ଦେଇଛନ୍ତି। ତେବେ ଯୁଶ୍ମନ୍ତ ଏଥିପାଇଁ ମେଡିସିନ ବିଭାଗର ଡାକ୍ତରମାନଙ୍କୁ ଧନ୍ୟବାଦ ଦେଇଛନ୍ତି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories