www.samajalive.in
Monday, December 8, 2025
14.1 C
Bhubaneswar

ୱେସାର ସାଧାରଣ ବୈଠକ ଅନୁଷ୍ଠିତ

ସମ୍ବଲପୁର:  ୱେସ୍କୋ ଇଞ୍ଜିନିୟର୍ସ ସର୍ଭିିସ ଏସୋସିଏସନ (ୱେସା)ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ୱେସ୍କୋର ସମସ୍ତ ଡିଗ୍ରୀ ଇଞ୍ଜିନିୟର ମାନଙ୍କୁ ନେଇ ଗଠିତ ଏହି ସଙ୍ଗଠନରେ ପଶ୍ଚିମ ଓଡିଶାର ୯ଟି ଜିଲାର ପ୍ରାୟ ଶହେ ଜଣ ସଦସ୍ୟ ଏଥିରେ ଯୋଗ ଦେଇଥିଲେ। ବିଦ୍ୟୁତ ସେବା ଯୋଗାଇ ଦେଉଥିବା ୱେସ୍କୋକୁ ରାଜ୍ୟ ସରକାର ଗତ ୧ ତାରିଖରୁ ଟାଟା ପାୱାର ନାମକ ଏକ ଘରୋଇ କମ୍ପାନୀକୁ ହସ୍ତାନ୍ତରିତ କରିଥିବା ବେଳେ ଅନୁଷ୍ଠାନକୁ ଘରୋଇକରଣ ନ କରିବା ପାଇଁ ଓଡିଶା ସରକାର, ଓଇଆରସି ଏବଂ ଗ୍ରିଡକୋକୁ ସଂଘ ଦାବିପତ୍ର ପ୍ରଦାନ କରିଛି। ଏହା ସତ୍ୱେ ଓଇଆରସି ଏକ ତରଫା ଭାବରେ ଘରୋଇକରଣ ନିଷ୍ପତ୍ତି ନେଇ ଟାଟା ପାୱାରକୁ ସିଙ୍ଗଲ ବିଡ ହେବା ସତ୍ୱେ ଅଧିଗ୍ରହଣର ଅନୈତିକ ଅଧିକାର ପ୍ରଦାନ କରିଛି। ଟେଣ୍ଡର ପ୍ରକ୍ରିୟା ଅନୁଯାୟୀ କୌଣସି ଟେଣ୍ଡର ପାଇଁ ଜଣେ ଦରଖାସ୍ତ ଆହ୍ୱାନ କରିଲେ ତାକୁ ଖାରଜ କରାଯାଇ ନୂତନ ବିଜ୍ଞପ୍ତି ଓ ଟେଣ୍ଡର ଆହ୍ୱାନ କରାଯାଇଥାଏ। କିନ୍ତୁ ଏହି କ୍ଷେତ୍ରରେ ଏହି ନିୟମକୁ ଉଲ୍ଲଂଘନ କରାଯାଇଛି। ଏକମାତ୍ର ଦରଖାସ୍ତ କରି ଟାଟା ପାୱାର ୱେସ୍କୋକୁ ନେଇଛି। ଘରୋଇକରଣ ଯୋଗୁଁ ବିଦ୍ୟୁତ ଦର ବୃଦ୍ଧି, ସେବାରେ ଉନ୍ନତି ନାମରେ ଗ୍ରାହକ ମାନଙ୍କୁ ବହୁମୂଲ୍ୟ ଦେବାକୁ ବାଧ୍ୟ ହେବେ ବୋଲି ବୈଠକରେ ବକ୍ତା ମାନେ ପ୍ରକାଶ କରିବା ସହିତ ସମସ୍ତେ ଉଦବେଗ ପ୍ରକାଶ କରିଥିଲେ।

ବୈଠକରେ ସଭାପତି ପ୍ରଭାତ ହୋତା ଅଧ୍ୟକ୍ଷତା କରିଥିବା ବେଳେ ସଂଘର ଉପ ସଭାପତି ଖାଲି ଥିବାରୁ ରଣଜିତ ଗାୟାଙ୍କୁ ସଦସ୍ୟ ମାନେ ଭୋଟ ପ୍ରଦାନ କରି ନିର୍ବାଚିତ କରିଛନ୍ତି। ନବ ନିର୍ବାଚିତ ଉପ ସଭାପତି ଗାୟା ପୂର୍ବରୁ ସମ୍ବଲପୁର ପ୍ରାନ୍ତୀୟ ଶାଖା ସମ୍ପାଦକ ଭାବରେ କାର୍ଯ୍ୟ କରି ଆସୁଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ବୈଠକରେ ସମ୍ପାଦକ ଜଗନ୍ନାଥ ବାରିକି, ସହ ସମ୍ପାଦକ ଶଙ୍କର ବେହେରା, ପ୍ରାନ୍ତୀୟ ସମ୍ପାଦକ ସଞ୍ଜିବ ମହାନ୍ତି, ନିଖିଲ ପଟେଲ, କମଲେଶ ପ୍ରଧାନ, ସନ୍ତୋଷ ପୂଜାରୀ, ବିନାୟକ ରାଉତ, ସୁଜିତ ବେହେରା ଙ୍କ ସମେତ ସଦସ୍ୟ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories