www.samajalive.in
Tuesday, December 9, 2025
26.1 C
Bhubaneswar

ଆମ ସହର ଆମ ସମସ୍ୟା : ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଛି ସତ କିନ୍ତୁ ବ୍ୟବସ୍ଥା ନାହିଁ

ପାଟଣା :  ପାଟଣା ବ୍ଲକ ମୁଖ୍ୟାଳୟରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଛି ସତ କିନ୍ତୁ ଏଠାରେ ଅନୁମୋଦିତ ଡାକ୍ତର ପଦବୀ ଖାଲି ପଡିଛି । ଟିକେ କଣ ବେଶି ଅସୁବିଧା ହେଲେ ରୋଗୀ ଓ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ କେନ୍ଦୁଝର ରେଫର କରି ଦିଆଯାଉଛି । ଗରୀବ ଓ ଆଦିବାସୀ ଲୋକ କେନ୍ଦୁଝର ଯିବା ରାସ୍ତାରେ ଅକଥନୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପାଟଣାରେ ଡାକ୍ତର ପଦବୀ ସବୁ ପୂରଣ କରାଯାଉ ବୋଲି କେନ୍ଦୁଝର ଜିଲ୍ଲା ସ୍ବାମପାଟଣା ମନମୋହନ ବାରିକ କହିଛନ୍ତି। ସେହିପରି ଅନ୍ୟମାନଙ୍କ ମତାମତ ମଧ୍ୟ ନିମ୍ନରେ…

ଇଂ ବିଦ୍ୟାଧର ଦାଶ, ପୂର୍ବତନ ବ୍ଲକ ଅଧ୍ୟକ୍ଷ, ପାଟଣା – ପାଟଣା ବ୍ଲକ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିଭାଗ ନିଜେ ଅସୁସ୍ଥ ଅବସ୍ଥାରେ ପଡିରଡିଛି। ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭାରପ୍ରାପ୍ତ ଚିକିତ୍ସାଧିକାରୀ ପଦବୀ ଖାଲି ପଡିବା ସହ ଶିଶୁ ରୋଗ ବିଶେଷଜ୍ଞ , ସର୍ଜରୀ ଡାକ୍ତର ପଦବୀ ଖାଲି ପଡିଥିବାରୁ ରୋଗୀଙ୍କୁ କେନ୍ଦୁଝର ଅଥବା କଟକ ଯିବାକୁ ପଡୁଛି । ସେହିପରି ହୃଦରୋଗୀ ପାଇଁ ଏଠାରେ ଇସିଜି ବ୍ୟବସ୍ଥା, ଦୁର୍ଘଟଣା ଗ୍ରସ୍ତଙ୍କ ପାଇଁ ଏକ୍ସ-ରେ ମେସିନ ମଧ୍ୟ ନାହିଁ । ବ୍ଲକ ମୁଖ୍ୟାଳୟରେ ଏସବୁ ବ୍ୟବସ୍ଥା ରହିବା ଆବଶ୍ୟକ ।

- Advertisement -

ଇଂ ବିନୋଦ ବିହାରୀ ନାଏକ, ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ – ପାଟଣା ନିର୍ବାଚନ ମଣ୍ଡଳୀ ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥ ମଧ୍ୟରେ ଥିବା ତୁରୁମୁଙ୍ଗା ଓ ଖିରେଇଟାଙ୍ଗିରି ଡାକ୍ତରଖାନାରେ ଏଲୋପାଥିକ ଡାକ୍ତର ନଥିବାରୁ ରାସ୍ତାରେ ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ଚିକିତ୍ସା ମିଳି ପାରୁ ନାହିଁ । ଅଧିକାଂଶ ମୃତ୍ୟୁ ବରଣ କରୁଛନ୍ତି । ଏହି ଦୁଇ ଡାକ୍ତରଖାନାରେ ତୁରନ୍ତ ଡାକ୍ତର ନିଯୁକ୍ତି ଦିଆଯାଉ ।

ଦୀପକ୍ କୁମାର ମିଶ୍ର, ଢେଙ୍କିକୋଟ, କେନ୍ଦୁଝର – ଆମ ଢେଙ୍କିକୋଟ ଡାକ୍ତରଖାନା ରୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ପାଇବା ଆଶା କରିବା ବୃଥା। ଏବେ ତ ଏଠାରେ ଏଲୋପାଥିକ୍ ଡ଼ାକ୍ତର ମଧ୍ୟ ନାହାନ୍ତି। ଗ୍ରାମାଞ୍ଚଳ ଡାକ୍ତରଖାନା ହୋଇଥିବା ରୁ ଅଧିକାଂଶ ସରକାରୀ ଔଷଧ ଏଠାରେ ମିଳେନାହିଁ। ଢେଙ୍କିକୋଟ ଡାକ୍ତରଖାନା କୁ ଜଣେ ଏଲୋପାଥିକ୍ ଡ଼ାକ୍ତର ଯଥା ଶୀଘ୍ର ନିଯୁକ୍ତି ଦବାକୁ ବ୍ୟବସ୍ଥା କରାଯାଉ।

ବିଚିତ୍ରା ନନ୍ଦ ନାୟକ, ଢେଙ୍କିକୋଟ, କେନ୍ଦୁଝର – ଢେଙ୍କିକୋଟରେ ଡାକ୍ତରଖାନା ଥାଇ ନଥିବା ଭଳି । ଏଠାରେ ସବୁ ପ୍ରକାର ସରକାରୀ ଔଷଧ ମିଳେ ନାହିଁ। ରକ୍ତ ପରୀକ୍ଷା ହେଉକି ମଳ ମୂତ୍ର ପରୀକ୍ଷା ହେଉ ଏଠାରେ ସେ ସୁବିଧା ନଥିବା ରୁ ଏଠାରେ ଜଣେ ଡାକ୍ତର ଓ ଲାବରୋଟାରି ଟେକ୍ନିସିଆନ୍ ନିଯୁକ୍ତି ଦିଆଯାଉ।

ଦୋଳଗୋବିନ୍ଦ ନାୟକ, ଲଙ୍ଗଳକଣ୍ଟି , କେନ୍ଦୁଝର – ହାତରେ ଟଙ୍କା ନଥିଲେ ସରକାରୀ ଡାକ୍ତରଖାନାକୁ ଯାଇ ଉପଯୁକ୍ତ ସେବା ମିଳୁନାହିଁ । ନିରାମୟ ଯୋଜନାରେ ସରକାର ଔଷଧ ଦେଉଥିବା ଡିଣ୍ଡିମ ପିଟୁ ଥିବା ବେଳେ ଡାକ୍ତରଖାନାରେ ସମସ୍ତ ପ୍ରକାର ଔଷଧ ମିଳୁନାହିଁ। ଡାକ୍ତରଖାନା ଫାର୍ମାସିଷ୍ଟ ଙ୍କ ଭରସା ରେ ଚାଲିବା କେତେ ଦୂର ଯୁକ୍ତି ଯୁକ୍ତ ତାହା ଅଙ୍ଗେ ନିଭାଇବା ଲୋକେ ଜାଣୁଛନ୍ତି।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories