www.samajalive.in
Sunday, December 7, 2025
23.1 C
Bhubaneswar

ଆକ୍ୱାରିୟମ ରଖିବାର କେତୋଟି ନିୟମ

ଆଜିକାଲି ଘରେ ଓ ଦୋକାନରେ ଆକ୍ୱାରିୟମ ରଖିବା ଏକ ପ୍ରକାର ସଉକ ହୋଇଯାଇଛି। ଫେଙ୍ଗସୁଇ ଅନୁସାରେ ଆକ୍ୱାରିୟମ୍‍ ରଖିବା ବହୁତ ଖାସ୍‍ ଅଟେ। ଘରେ କିମ୍ବା ଦୋକାନରେ ଆକ୍ୱାରିୟମ ରଖିବା ଦ୍ୱାରା ବ୍ୟକ୍ତିଙ୍କ ଉପରକୁ ଆସୁଥିବା ସଂକଟକୁ ଦୂରେଇ ଦେଇଥାଏ। ଏବଂ ଘରେ ସୁଖଶାନ୍ତି ବଜାୟ ରଖିବା ସହ ଉନ୍ନତି କରିଥାଏ। ଆକ୍ୱାରିୟମ ରଖିବା ବେଳେ କେତୋଟି ବିଶେଷ ଦିଗ ପ୍ରତି ଧ୍ୟାନ ରଖିବା ଉଚିତ।
କେଉଁଠି ରଖିବା ଉଚିତ:
ମାଛର ଆକ୍ୱାରିୟମକୁ ସର୍ବଦା ପୂର୍ବ, ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗରେ ରଖିବା ଉଚିତ। ଏହି ଦିଗରେ ଆକ୍ୱାରିୟମ ରଖିବା ଦ୍ୱାରା ସକାରାତ୍ମକ ଶକ୍ତି ବଢିଥାଏ।କେଉଁଠି ରଖିବା ଅନୁଚିତ:
ରୋଷେଇ ଘରେ ନିଆଁର ଉତ୍ତାପ ଅଧିକ ଥାଏ। ତେଣୁ ରୋଷେଇ ଘରେ କେବେ ବି ଆକ୍ୱାରିୟମ ରଖନ୍ତୁ ନାହିଁ।
ପାଣି ବଦଳାନ୍ତୁ:
ଆକ୍ୱାରିୟମର ପାଣିକୁ ମଝିରେ ବଦଳାଇବା ଉଚିତ। ପାଣି ଅଧିକ ଦିନ ଧରି ରହିଲେ କୁପରିଶାମ ଦେଖା ଦେଇଥାଏ। ତେଣୁ ପାଣି ପୁରୁଣା ହୋଇଗଲେ ବଦଳାଇ ଦିଅନ୍ତୁ।
କେତୋଟି ମାଛ ରଖିବା ଉଚିତ:
ଆକ୍ୱାରିୟମ ମାଛ ସଂଖ୍ୟା କମ କରନ୍ତୁ। ସର୍ବାଧିକ ୯ଟି ମାଛ ରଖିବା ଉଚିତ, ସେଥି ମଧ୍ୟରୁ ୮ଟି ଲାଲ ଓ ସୁନେଲୀ ରଙ୍ଗର ମାଛ, ଗୋଟିଏ କଳା ରଙ୍ଗର ମାଛ ରଖିବା ଉଚିତ।କଳା ରଙ୍ଗ ମାଛର ରଖିବାର କାରଣ:
ଫେଙ୍ଗସୁଇ ଅନୁସାରେ କଳା ରଙ୍ଗର ମାଛ ସୁରକ୍ଷାର ପ୍ରତୀକ ଅଟେ। ଏହା ସମସ୍ତ କୁପ୍ରଭାବକୁ ଦୂର କରିଥାଏ। ସମସ୍ତ ସଦସ୍ୟଙ୍କୁ ରକ୍ଷା କରେ।
ମାଛ ମରିଗଲେ କଣ କରିବା:
ଆକ୍ୱାରିୟମରେ କୌଣସି ମାଛ ମରିଗଲେ ତାକୁ ତୁରନ୍ତ ବାହାର କରି ନଦୀରେ ଭସାଇ ଦିଅନ୍ତୁ। ଧ୍ୟାନ ଦେବେ ଯେ ଯେଉଁ ରଙ୍ଗର ମାଛ ମରିଥିବ ସେ ରଙ୍ଗର ମାଛ ଆଣି ଆକ୍ୱାରିୟମ୍‍ ରଖନ୍ତୁ।
ଏସବୁ କଥାକୁ ଧ୍ୟାନ ଦେଇ ଆକ୍ୱାରିୟମ ଘରେ ଓ ଦୋକାନରେ ରଖନ୍ତୁ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories