www.samajalive.in
Saturday, December 6, 2025
17.1 C
Bhubaneswar

କନ୍ୟା ସନ୍ତାନ ଜନ୍ମ ଦେଲେ ଅନୁଷ୍କା, ବାପା ହେଲେ ବିରାଟ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ବାପା ହୋଇଛନ୍ତି। ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ସୋମବାର ଏକ କନ୍ୟା ସନ୍ତାନ ଜନ୍ମ ଦେବା ପରେ ବିରାଟ ବାପା ହେବାର ଗୌରବ ଅର୍ଜନ କରିଛନ୍ତି। ଆଜି ଅପରାହ୍ନରେ ଅନୁଷ୍କା ମୁମ୍ବଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏହା ପରେ ବିରାଟ ସୋସିଆଲ ମିଡିଆରେ ଏକ ବିବୃତି ଜାରି କରି ଏ ସମ୍ପର୍କରେ ଘୋଷଣା କରିଥିଲେ।

ବିରାଟ ନିଜ ପୋଷ୍ଟରେ ଲେଖିଛନ୍ତି, ଆମେ ଦୁଇଜଣ ବହୁତ ଖୁସି ଯେ, ଆଜି ଦ୍ବିପ୍ରହରରେ ଆମର ଏକ କନ୍ୟା ସନ୍ତାନ ହୋଇଛି। ଆମେ ଆପଣମାନଙ୍କ ଭଲପାଇବା ଏବଂ ମଙ୍ଗଳକାମନା ପାଇଁ ଅତ୍ୟନ୍ତ କୃତଜ୍ଞ। ଅନୁଷ୍କା ଏବଂ ଝିଅ ଉଭୟେ ସୁସ୍ଥ ଅଛନ୍ତି। ଆମକୁ ଏକ ନୂଆ ଜୀବନର ଅନୁଭୂତି ପାଇବାର ସୌଭାଗ୍ୟ ମିଳିଛି।

- Advertisement -

ଅନ୍ୟପଟେ ଏହି ଖବର ପ୍ରସାରିତ ହେବା ପରେ ବିରାଟ ଏବଂ ଅନୁଷ୍କାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ନିକଟରେ ବିରାଟ ଏବଂ ଅନୁଷ୍କା ନିୟମିତ ଚେକ୍‌ଅପ୍‌ ପାଇଁ ହସ୍ପିଟାଲ ଯାଇଥିଲେ। କନ୍ୟ ସନ୍ତାନ ଜନ୍ମ ପରେ ଉଭୟଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories