www.samajalive.in
Friday, December 5, 2025
27.1 C
Bhubaneswar

ସାତକୋଶିଆରେ ଶେଷହେଲା କୁମ୍ଭୀର ଗଣନା

ହରଭଙ୍ଗା: ସାତକୋଶିଆ ଏବଂ ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଚଳିତବର୍ଷ ଚାଲିଥିବା ତିନିଦିନିଆ କୁମ୍ଭୀର ଗଣନା ସୋମବାର ଶେଷ ହୋଇଛି। ଗତ ୯ରୁ ୧୧ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ଦିନ ଧରି ମହାନଦୀରେ ମୋବାଇଲ ଆପ ବା ଏନାକୁଲର ସାହାଯ୍ୟରେ ଚାଲିଥିଲା ସର୍ଭେ କାର୍ଯ୍ୟ। ଉଭୟପଟୁ ୧୪ଟି ଟିମରେ ୫୮ଜଣ କର୍ମଚାରୀ ସାମିଲ ହୋଇଥିଲେ। ମାଛ ଡଙ୍ଗା ସାହାଯ୍ୟରେ ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଟିମରେଥିବା କର୍ମଚାରୀମାନେ ମହାନଦୀରେ ବୁଲି ବୁଲି ବାଲିରେ ଶୋଇଥିବା ବିଭିନ୍ନ ପ୍ରଜାତିର କୁମ୍ଭୀର ଗଣନା କରିଥିଲେ। ଏହା ସହିତ ବାଲି ଉପରେ କୁମ୍ଭୀରର ପାଦଚିହ୍ନକୁ ମୋବାଇଲ ଆପ ସାହାଯ୍ୟରେ ଚିହ୍ନଟ କରାଯାଇ ତାଲିକା ପ୍ରସ୍ତୁତ କରାଯାଇଥିଲା। ମହାନଦୀର ମାରଡା ଠାରୁ କୁତୁରୀ ମାରଡା, ଶୀତଳପାଣି ଠାରୁ ହରଭଙ୍ଗା ଏବଂ ହରଭଙ୍ଗା ଠାରୁ ଅଏଡା ପର୍ଯ୍ୟନ୍ତ କୁମ୍ଭୀର ଗଣନା ଚାଲିଥିଲା। ତିନିଦିନିଆ ଗଣନା କାର୍ଯ୍ୟର ଚୁଡାନ୍ତ ରିପୋର୍ଟ ଆସିବା ପରେ ସାତକୋଶିଆ ମହାନଦୀ ଗଣ୍ଡରେ କେଉଁ ପ୍ରଜାତିର କେତେ କୁମ୍ଭୀର ରହିଛନ୍ତି ସେ ସଂର୍ପକରେ ସୂଚନା ମିଳିବ ବୋଲି କୁଶଙ୍ଗ ରେଞ୍ଜ ଅଫିସର ପ୍ରଦୀପ ଭୂତିଆ ସୂଚନା ଦେଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories