www.samajalive.in
Sunday, December 7, 2025
13.1 C
Bhubaneswar

ମନ ଜିଣୁଛି କେନ୍ଦୁଝର ପ୍ରସିଦ୍ଧ ବଡି,ବ୍ୟବସାୟୀଙ୍କୁ ମିଳୁନି ପ୍ରୋତ୍ସାହନ

କେନ୍ଦୁଝରଗଡ : ଉନ୍ନତମାନର ଲୁହାପଥର ଓ ମାଙ୍ଗାନିଜ ଭଳି ଖଣିଜସମ୍ପଦ ପାଇଁ ଦେଶ ବାହାରେ କେନ୍ଦୁଝରର ଏକ ସ୍ୱତନ୍ତ୍ର ପରିଚୟ ଥିବାବେଳେ ଘଟଗାଁର ସଙ୍କଟହାରିଣୀ ମା’ତାରିଣୀ ପୀଠ ପାଇଁ କେନ୍ଦୁଝର ସମଗ୍ର ରାଜ୍ୟରେ ବେଶ୍‍ ପରିଚିତ। ଖଣି ଓ ମା’ତାରିଣୀଙ୍କୁ ବାଦ୍‍ ଦେଲେ ଦେଶ ବିଦେଶରେ କେନ୍ଦୁଝରର ଆଉ ଏକ ସ୍ୱତନ୍ତ୍ର ପରିଚୟ ରହିଛି। ତାହା ହେଉଛି କେନ୍ଦୁଝର ପ୍ରସିଦ୍ଧ ବଡି। ହାକିମଙ୍କୁ ତୋଷ କରିବାକୁ ହେଉ, ଅବା ଦେଶ ବିଦେଶରେ ବାସ କରୁଥିବା ପ୍ରବାସୀ ଓଡିଆଙ୍କ ପାଇଁ ହେଉ କେନ୍ଦୁଝରର ବଡି ସମସ୍ତଙ୍କ ମନ ଜିଣିପାରିଛି। ଗ୍ରୀଷ୍ମ ଓ ବର୍ଷାଋତୁରେ ପ୍ରସ୍ତୁତ ବଡି ଅତ୍ୟନ୍ତ ଟାଣ ହେବା ସହ ଏହା ସୁସ୍ୱାଦୁ ହୋଇଥାଏ। ପ୍ରଥମାଷ୍ଟମୀରୁ ବଡି ପ୍ରସ୍ତୁତି ଆରମ୍ଭ ହୋଇ ଦୋଳପୂର୍ଣ୍ଣମୀ ଯାଏଁ ହୋଇଥାଏ। କାଳକ୍ରମେ ଏହା ବ୍ୟବସାୟୀକରଣରେ ପରିଣତ ହେବା ପରଠାରୁ ରଜସଂକ୍ରାନ୍ତି ପର୍ଯ୍ୟନ୍ତ ମଧ୍ୟ କେତେକାଂଶରେ ବଡି ପ୍ରସ୍ତୁତ ହୋଇ ବିକ୍ରୟ କରାଯାଉଥିବା ଦେଖିବାକୁ ମିଳୁଛି। ରାଶିରେ ପ୍ରସ୍ତୁତ ଫୁଲ ବଡି, କଖାରୁ ଓ କଖାରୁ ମଞ୍ଚି ସହ ମସଲାଦ୍ୱାରା ପ୍ରସ୍ତୁତ କଖାରୁ ବଡିର ଚାହିଦା ବେଶ୍‍ ଅଧିକ ଥିବାବେଳେ ମଞ୍ଜି ବଡି, ନଖ ବା ଖୁଣ୍ଟି ବଡି, ରଙ୍ଗରେ ପ୍ରସ୍ତୁତ ଆଦି ବଡି ବିବାହ ଓ ବ୍ରତୋପନୟନ ଭଳି ମାଙ୍ଗଳିକ କାର୍ଯ୍ୟରେ ମଧ୍ୟ ବ୍ୟବହାର ହୋଇଥାଏ। ବର୍ତ୍ତମାନ ବଡିର କି.ଗ୍ରା.ପ୍ରତି ସର୍ବନିମ୍ନ ମୂଲ୍ୟ ୨୫୦ଟଙ୍କା ଥିବାବେଳେ ଉନ୍ନତମାନର ବଡିର ମୂଲ୍ୟ କି.ଗ୍ରା.ପ୍ରତି ୩୦୦ଟଙ୍କା ଦେବାକୁ ପଡିଥାଏ।

ପର୍ଯ୍ୟଟନ ଋତୁରେ କେନ୍ଦୁଝରକୁ ଆସୁଥିବା ପର୍ଯ୍ୟଟକ ହୁଅନ୍ତୁ ଅଥବା ସରକାରୀଗସ୍ତରେ କେନ୍ଦୁଝରକୁ ଆସୁଥିବା ଅଧିକାରୀ କିମ୍ବା କର୍ମଚାରୀ ହୁଅନ୍ତୁ କେହି ହେଲେ ମଧ୍ୟ ଫେରିବା ସମୟରେ କେନ୍ଦୁଝର ପ୍ରସିଦ୍ଧ ବଡି ସାଙ୍ଗରେ ନେବାକୁ ଭୁଲନ୍ତି ନାହିଁ। କେନ୍ଦୁଝର ବଡି ଥରେ ଯିଏ ଖାଇଛି ପ୍ରତିବର୍ଷ ଶୀତଋତୁରେ ଯେଭଳି ହେଲେ ସାଙ୍ଗସାଥୀ କିମ୍ବା ବନ୍ଧୁବାନ୍ଧବଙ୍କ ସହାୟତାରେ ବଡି ମଗାଇବାକୁ ଭୁଲି ନଥାନ୍ତି। କେନ୍ଦୁଝର ସହରର ଆଟୋପୁର, ଢ଼େଙ୍କାପୁର ଶାସନ ଓ ଜନାର୍ଦ୍ଦନପୁର ଶାସନରୁ ପ୍ରଥମେ ବଡିର ବ୍ୟବସାୟୀକରଣ ଆରମ୍ଭ ହୋଇ ଏହା କାଳକ୍ରମେ ସହର ଉପକଣ୍ଠ ଡିମ୍ବୋ ଓ ରାଇସୁଆଁ ଆଦି ସ୍ଥାନମାନଙ୍କରେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପ୍ରସ୍ତୁତ କରାଯାଇ ଜିଲା ଓ ରାଜ୍ୟ ବାହାରେ ଅନୁଷ୍ଠିତ ପଲ୍ଲିଶ୍ରୀମେଳା ଏବଂ ବିଭିନ୍ନ ମହୋତ୍ସବମାନଙ୍କରେ ବିକ୍ରି ଆରମ୍ଭ ହେଲାଣି। ଉନ୍ନତମାନର ବଡି ପ୍ରସ୍ତୁତ ପାଇଁ ବିରି ସାଙ୍ଗକୁ କଖାରୁ, କଖାରୁ ମଞ୍ଜି, ଅଦା, ରସୁଣପତ୍ର, ମସଲା ଆଦି ଆବଶ୍ୟକ ହୋଇଥାଏ। ବଡିର ଚାହିଦା ବଢ଼ିବା ପରଠାରୁ ଧିରେ ଧିରେ ଏହା ବ୍ୟବସାୟୀକରଣ ହୋଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପକ୍ଷରୁ ମେସିନ ସହାୟତାରେ ବଡି ପ୍ରସ୍ତୁତ ଆରମ୍ଭ ପରଠାରୁ ଆବଶ୍ୟକ ସାମଗ୍ରୀ ବଦଳରେ କେବଳ ବିରି ସହ ଚାଉଳ ମିଶ୍ରଣ କରି ବଡି ପ୍ରସ୍ତୁତ ଯୋଗୁଁ ବଡିର ମାନ ଦିନକୁ ଦିନ କମିବାରେ ଲାଗିଛି ବୋଲି ଦୀର୍ଘ ୧୭ବର୍ଷରୁ ଊର୍ଦ୍ଧ୍ବ ସମୟଧରି ବଡି ବ୍ୟବସାୟ କରି ଆସୁଥିବା ଢ଼େଙ୍କାପୁର ଶାସନର ମଞ୍ଜୁଲତା ସାହୁ କହନ୍ତି। ପ୍ରତିବର୍ଷ ୧୦ରୁ ୧୨ଲକ୍ଷ ଟଙ୍କାର ବଡି ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ଗୃହିଣୀ ମଞ୍ଜୁଲତାଙ୍କ କହିବାନୁଯାୟୀ ସରକାରୀସ୍ତରରେ ବଡି ପ୍ରସ୍ତୁତ ପାଇଁ ରିହାତି ମୂଲ୍ୟରେ ଋଣ ସହ ବିରି ପେସାଇବା ପାଇଁ ମେସିନ ଯୋଗାଣ ଏବଂ ବଜାର ସୁବିଧା ସୃଷ୍ଟି ଭଳି ପ୍ରୋତ୍ସାହନ ଯୋଗାଇ ଦିଆଗଲେ ସାଧାରଣରେ ଏହାର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବା ସହ ମହିଳାଙ୍କୁ ସ୍ୱାବଲମ୍ବୀ କରିବାରେ ଏହା ବିଶେଷ ସହାୟକ ହୋଇପାରନ୍ତା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories