www.samajalive.in
Wednesday, December 10, 2025
16.1 C
Bhubaneswar

ରାଜ୍ୟର ୧୧୦ଟି ସ୍ଥାନରେ ଟିକାକରଣ ପ୍ରାକ-ଅଭ୍ୟାସ ସଫଳ

ଆଜି ପୂର୍ବ ଘୋଷଣା ମୁତାବକ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପୌରାଞ୍ଚଳରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପ୍ରାକ-ଅଭ୍ୟାସ ସଫଳ ଭାବେ ଅନୁଷ୍ଠିତ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ୧୧୦ଟି ସ୍ଥାନରେ କୋଭିଡ୍‍ ଟିକାର ପ୍ରାକ-ଅଭ୍ୟାସ ହୋଇଛି।

- Advertisement -

ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ମେଡିକାଲ କଲେଜ୍‍ ଏବଂ ୧୧ଟି ଘରୋଇ ଡାକ୍ତରଖାନା ସାମିଲ ହୋଇଥିଲେ। ପ୍ରତି ସ୍ଥାନରେ ୨୫ ଜଣଙ୍କୁ ଡମି ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଥିଲା। ଟିକା ନେବାର ୩୦ ମିନିଟ୍‍ ଭିତରେ ଯଦି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯିବ ତାହେଲେ ସେମାନଙ୍କୁ ତୁରନ୍ତ ଚିକିତ୍ସାପାଇଁ ନିରୀକ୍ଷଣ କକ୍ଷରେ ରଖାଯିବା ସହ ସେଥିରେ ସମସ୍ତ ଜୀବନରକ୍ଷା ଔଷଧ ରଖାଯାଇଥିଲା।

କେନ୍ଦ୍ରରୁ ଖୁବ୍‍ ଶୀଘ୍ର ଟିକା ଆସିବ ବୋଲି ଡାକ୍ତର ପାଣିଗ୍ରାହୀ କହିଥିବା ବେଳେ ଡିଏମ୍‍ଇଟି ନିର୍ଦ୍ଦେଶକ ଡାକ୍ତର ସି.ବି.କେ. ମହାନ୍ତି କହିଛନ୍ତି ଯେ କୋଭିଡ ଟିକାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ। ତେଣୁ ଏହି ଟିକା ନେବାରେ ସଙ୍କୋଚ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

Hot this week

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

Related Articles

Popular Categories