www.samajalive.in
Wednesday, December 10, 2025
16.1 C
Bhubaneswar

ଇଶ୍ବରୀୟ ସ୍ନେହ ମିଳନ ଭବନର ଭିତ୍ତିପ୍ରସ୍ତର ରଖିଲେ ବାଚସ୍ପତିଙ୍କ

ଗୋପାଳପୁର: ମାଣ୍ଡିଆ ପଲ୍ଲୀ ହନୁମାନ ମନ୍ଦିର ନିକଟରେ ପ୍ରଜପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟ ପକ୍ଷରୁ ନିର୍ମାଣ ହେବାକୁ ଥିବା ଈଶ୍ୱରୀୟ ସ୍ନେହ ମିଳନ ଭବନର ଭିତ୍ତିପ୍ରସ୍ତର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ୟ୍ୟକ୍ରମରେ ମାଣ୍ଡିଆ ପଲ୍ଲୀ ଶାଖାର ବ୍ରହ୍ମ କୁମାରୀ ତାରା ଓ ଭାଗ୍ୟ ଭଉଣୀ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ବିଧାନ ସଭା ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ଯୋଗ ଦେଇ ଭବନ ନିର୍ମାଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ବାଚସ୍ପତି ଶ୍ରୀ ପାତ୍ର ପ୍ରଜାପତି ବ୍ରହ୍ମା କୁମାରୀ ଅନୁଷ୍ଠାନ ସହ ଦୀର୍ଘ ୩୦ ବର୍ଷର ସମ୍ପର୍କ ରହିଥିବା ସୂଚନା ଦେବା ସହ ଆଧ୍ୟାତ୍ମିକ ଚିନ୍ତା ଧାରା ଉପରେ ନିଜର ମତ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ବେହେରା ଯୋଗଦେଇ ଅନୁଷ୍ଠାନ ପକ୍ଷରୁ ଏହି ଅଞ୍ଚଳରେ ଭବନ ନିର୍ମାଣ ନିମନ୍ତେ ସ୍ଥିର କରାଯାଇଥିବାରୁ ଭୂୟସୀ ପ୍ରଶଂସା କରିବା ସହ ଲୋଭ, ଈର୍ଷା ଓ ବ୍ୟବହାର ରେ ପରିବର୍ତ୍ତନ କରିବା ଦ୍ବାରା ସଂସାରରେ ସତ୍ୟ, ନ୍ୟାୟ ଓ ଧର୍ମର ପ୍ରତିଷ୍ଠା ହେବ ବୋଲି କହିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଶେରଗଡ଼ ଶାଖାର ସୁବାଷ ଭାଇ ସଭା ପରିଚାଳନା କରିଥିଲେ। ଆସ୍କା କେନ୍ଦ୍ରର ଯମୁନା ଭଉଣୀ, ଖଲ୍ଲିକୋଟ କେନ୍ଦ୍ର ରାଜଲକ୍ଷ୍ମୀ ଭଉଣୀ, ଛତ୍ରପୁର କେନ୍ଦ୍ରର ସିମାଞ୍ଚଳ ଭାଇ, ବ୍ରହ୍ମପୁର ଶାଖାର ଯମୁନା ଭଉଣୀ, ବାଲୁଗାଁ କେନ୍ଦ୍ରର ପ୍ରଶାନ୍ତ ଭାଇ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

Related Articles

Popular Categories