www.samajalive.in
Monday, December 8, 2025
27.1 C
Bhubaneswar

ଅବକାରୀ ଚଢଉ ବେଳେ ମଦ ମାଫିଆଙ୍କ ଆକ୍ରମଣ, ଜଣେ ନିରୀକ୍ଷକ ଗୁରୁତର

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା ଓ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଗ୍ରାମରେ ବୁଧବାର ସକାଳୁ ସନ୍ଧ୍ୟା ଯାଏଁ ଅବକାରୀ ବିଭାଗ ପକ୍ଷରୁ ଜୋରଦାର ଚଢଉ କରାଯାଇଥିଲା। ଭିରୁଡାର ପଣସପାଟଣା ଗ୍ରାମରେ ଅବକାରୀ ସ୍କାର୍ଡ ଉପରେ ମଦମାଫିଆ ଆକ୍ରମଣରେ ଜଣେ ଅବକାରୀ ନିରୀକ୍ଷକ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ ୭-୮ଜଣ ଅଳ୍ପବହୁତେ ଆହତ ହୋଇଥିବା ଜଣାପଡିଛି। ଅବକାରୀ କମିଶନର ଅଞ୍ଜନ କୁମାର ମାଣିକଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ ଅବକାରୀ ସହିତ କଟକ, ଢେଙ୍କାନାଳ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ଏବଂ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ମିଳିତ ଚଢଉ କରାଯାଇଥିଲା। ଏହି ଚଢାଉ ସମୟରେ କୋରଙ୍ଗାର କେତେକ ଘରୁ, ଚାଷଜମି, ନାଳକୂଳ ଓ ବୁଦାଜଙ୍ଗଲ ଅଞ୍ଚଳରେ ଲୁଚାଇ ରଖାଯାଇଥିବା ପ୍ରାୟ ୨୦ହଜାର ଲିଟର ପୋଚ ସମେତ ଚାଲାଣ ପାଇଁ ମହଜୁଦ୍ ଥିବା ସଦ୍ୟପ୍ରସ୍ତୁତ ୩ହଜାର ଲିଟର ଦେଶୀମଦ ଜବତ କରାଯାଇଥିଲା। ପରେ ଏହି ସ୍କାର୍ଡ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ପଞ୍ଚାୟତର ପଣସପାଟଣା ଗ୍ରାମରେ ଚଢଉ କରି ବିଭିନ୍ନ ଘରେ ଲୁଚାଇ ରଖାଯାଇଥିବା ସଦ୍ୟପ୍ରସ୍ତୁତ ୭ହଜାର ଲିଟର ମଦ ଏବଂ ଘର ସମେତ ବିଭିନ୍ନ ସ୍ଥାନରେ ଶହ ଶହ ପ୍ଲାଷ୍ଟିକ ଜାରକିନ୍‌ରେ ମଦପ୍ରସ୍ତୁତ ପାଇଁ ଗଚ୍ଛିତ ଥିବା ୬୦ହଜାର ଲିଟର ଗୁଡ ପୋଚ ଜବତ କରାଯାଇଥିଲା। ଏହି ଚଡାଉ ସମୟରେ ପଣସପାଟଣା ଗ୍ରାମର ମଦମାଫିଆ ମଧୁ ସାହୁ ହଠାତ୍ ନିଜ ଘରେ ଚଢଉ ପୂର୍ବରୁ ଏକ ଲୁହା ରଡ୍‌ରେ ଆକ୍ରମଣ କରିବାରୁ କଟକ ଅବକାରୀ ନିରୀକ୍ଷକ ପ୍ରବୀର ସାମଲ ଗୁରୁତର ଆହତ ହୋଇଥିଲେ। ଏହି ସମୟରେ ସେହି ଗ୍ରାମର ଅନ୍ୟ ମଦମାଫିଆମାନେ ମଧ୍ୟ ଟେକା ପଥର ମାଡ କରିବାରୁ ୭-୮ଜଣ ଅବକାରୀ ଅଧିକାରୀ ଓ କର୍ମଚାରୀ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ପଣସପାଟଣା ଗ୍ରାମରେ ଦେଶୀମଦ ବୋଝେଇ ହୋଇ ଚାଲାଣ ପାଇଁ ପ୍ରସ୍ତୁତ ଥିବା ୨ଟି ମାରୁତି କାର ମଧ୍ୟ ଜବତ କରାଯାଇଛି। ଏହି ଆକ୍ରମଣ ଘଟଣାରେ ସଂପୃକ୍ତ ମଧୁ ସାହୁଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କ ନାମରେ ତିଗିରିଆ ଥାନାରେ ଏତଲା ଦିଆଯାଇଛି। ଆହତ ନିରୀକ୍ଷକ ପ୍ରବୀର କୁମାର ସାମଲ ତିଗିରିଆ ଥାନାରେ ନିଜେ ଏତଲା ଦେଇଥିବା ଜଣାପଡିଛି। ତିଗିରିଆ ଡାକ୍ତରଖାନାରେ ଶ୍ରୀ ସାମଲଙ୍କ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ଲୁହା ରଡ୍ ମାଡରେ ତାଙ୍କ ନାକର ହାଡ ଭାଙ୍ଗି ଯାଇଥିବାବେଳେ ଆଖିରେ ଗୁରୁତର ଆଘାତ ଲାଗିଛି। ଅତୀତରେ ଆଠଗଡ ଅଞ୍ଚଳରେ ଏତେ ବଡ ଅବକାରୀ ଚଢଉ ଏବଂ ଏତେ ପରିମାଣର ସଦ୍ୟପ୍ରସ୍ତୁତ ମଦ ଓ ଗୁଡ ପୋଚ ଜବତ ହେବାର ନଜିର ନଥିଲା। ଜିଲ୍ଲା ଅବକାରୀ ଉପଅଧିକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢଉରେ ଅବକାରୀ ନିରୀକ୍ଷକ ସଞ୍ଜିତ୍ ବାର୍ଲା, ସମୀର କୁମାର ମହାନ୍ତି, ପ୍ରବୀର କୁମାର ସାମଲ, ଅନିତା ପ୍ରଧାନ, ଉପନିରୀକ୍ଷକ ବେଣୁଧର ସାମଲ, ଭକ୍ତବତ୍ସଳ ବର୍ମା, ବି ମନୋଜ କୁମାର, ମାଗୁଣି ଚରଣ ମାଝି ଓ ଥାର୍ପା ମାରାଣ୍ଡିଙ୍କ ସମେତ ବହୁ ଅବକାରୀ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ।

 

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories