ଜନପ୍ରତିନିଧିଙ୍କ ଅପରାଧ ମାମଲାର ବିଚାର ପାଇଁ ୧୧ ସ୍ୱତନ୍ତ୍ର ଅଦାଲତ ଗଠନ ହେବ

0

ନୂଆଦିଲ୍ଲୀ : ସାଂସଦ ଓ ବିଧାୟକଙ୍କ ଭଳି ଜନ ପ୍ରତିନିଧିଙ୍କ ବିରୋଧରେ ଥିବା ଅପରାଧିକ ମାମଲାର ବିଚାର ପାଇଁ ସରକାର ୧୧ଟି ସ୍ୱତନ୍ତ୍ର ଅଦାଲତ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି। ଆଇନ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, କେରଳ, ବିହାର, ଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗରେ ଏହି ସବୁ ସ୍ୱତନ୍ତ୍ର ଅଦାଲତ ସ୍ଥାପନ କରାଯିବ। ଏଥିପାଇଁ ୭.୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରିପୋର୍ଟ ଅନୁଯାୟୀ ଦେଶର ୧୭୬୫ଜଣ ଜନପ୍ରତିନିଧିଙ୍କ ବିରୋଧରେ ୩୮୧୬ଟି ଅପରାଧିକ ମାମଲା ରହିଛି।

Leave A Reply