www.samajalive.in
Monday, December 15, 2025
14.1 C
Bhubaneswar

କରୋନା ଟୀକାକରଣ : ୮୩କୋଟି ସରିଞ୍ଜ୍‍ କିଣିବା ପାଇଁ ସରକାରଙ୍କର ନିର୍ଦ୍ଦେଶ, ଆସନ୍ତାକାଲିଠାରୁ ଦେଶ ବ୍ୟାପି ଡ୍ରାଏ ରନ୍

ନୂଆଦିଲ୍ଲୀ :  ଦେଶରେ କୋଭିଡ୍‍ ପ୍ରତିଷେଧକ ଟିକା ପ୍ରଦାନ ଲାଗି କେନ୍ଦ୍ର ସରକାର ୮୩କୋଟି ସରିଞ୍ଜ୍‍ କିଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଇତିମଧ୍ୟରେ ୩୫କୋଟି ସିରିଞ୍ଜ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ପ୍ରାଥମିକତା ଦୃଷ୍ଟିରୁ ୩୦କୋଟି ଲୋକଙ୍କୁ ପ୍ରଥମପର୍ଯ୍ୟାୟରେ ଏହି ଟୀକା ପ୍ରଦାନ କରାଯିବ। ସେମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ କର୍ମଚାରୀ, କୋଭିଡ ପରିଚାଳନା କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଏବଂ ପରିମଳ କର୍ମଚାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।

କୋଭିଡ ପରିଚାଳନା ସଂକ୍ରାନ୍ତ ଜାତୀୟ ବିଶେଷଜ୍ଞ କମିଟି ପ୍ରତିଷେଧକ ଟିକା ପ୍ରଦାନ ଲାଗି ସ୍ୱାସ୍ଥ୍ୟ କର୍ମଚାରୀ, ଆଗୁଆ କରୋନା ଯୋଦ୍ଧା ଏବଂ କେତେକ ନିର୍ଦ୍ଧିଷ୍ଟ ବୟସର ଲୋକଙ୍କୁ ପ୍ରାଥମିକତା ଦେବାକୁ ସୁପାରିସ୍‍ କରିଥିଲା। ଟିକାର ସଂରକ୍ଷଣ ଲାଗି ଦେଶର ୨୮ହଜାର ୯୪୭ଟି କୋଲ୍ଡ ଚେନ ପଏଣ୍ଟରେ ୮୫ହଜାର ୬୩୪ଟି ଫ୍ରିଜର ସ୍ଥାପନ ଲାଗି ପଦକ୍ଷେପ
ନିଆଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ଦେଇଛି।

- Advertisement -

ଅନ୍ୟ ପକ୍ଷରେ ଆସନ୍ତାକାଲିଠାରୁ ଦେଶ ବ୍ୟାପି ଡ୍ରାଏ ରନ୍ ଆରମ୍ଭ କରାଯିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories