www.samajalive.in
Monday, December 15, 2025
27.1 C
Bhubaneswar

ବିକ୍ରାନ୍ତ ବଡ଼ିବିଲଡିଂ କଲେଣି

ଛପାକ, ମିର୍ଜାପୁର, କ୍ରିମିନାଲ୍ ଜଷ୍ଟିସ୍‌ରେ ବିକ୍ରାନ୍ତ ମସେଙ୍କ ଅଭିନୟ ଦେଖିବା ପରେ ପ୍ରଶଂସକଙ୍କ ପାଖରେ ସେ ‘ଟ୍ରୁ ହିରୋ’ ନାମରେ ପରିଚିତ ହୋଇଥିଲେ। ଟେଲିଭିଜନ ଜଗତରୁ କ୍ୟାରିୟର ଆରମ୍ଭ କରିଥିବା ଏଇ କଳାକାରଜଣକ ନିକଟରେ ଏକ ସାକ୍ଷାତକାର୍‌ରେ କହିଛନ୍ତି, ବଡ଼ବଡ଼ ବ୍ୟାନର୍‌ର ୬ଟି ଚଳଚ୍ଚିତ୍ର ୨୦୧୧ରେ ତାଙ୍କ ହାତରୁ ଯାଇଥିଲା। କାରଣ ଥିଲା ଏସବୁ ଆକ୍ସନ୍ ଚଳଚ୍ଚିତ୍ରରେ କାମ କରିବା ପାଇଁ ତାଙ୍କର ବାଇସେପ୍ ନଥିଲା। ବିକ୍ରାନ୍ତ ଏଇ ସମୟରେ ନିରାଶ ହୋଇଯାଇଥିଲେ କିନ୍ତୁ କ୍ରିମିନାଲ୍ ଜଷ୍ଟିସ୍‌ ପରି ୱେବ୍‌ ସିରିଜ୍‌ର କାମ ତାଙ୍କୁ ମିଳିଲା। ସଫଳତା ପାଇବା ପରେ ଥରେ ସେ ବନ୍ଧୁ ପଙ୍କଜ ତ୍ରିପାଠୀଙ୍କୁ ଏଇ କଥା କହିଲେ। ପଙ୍କଜ ପରାମର୍ଶ ଦେଲେ, ଭାଇ ବଡି ବିଲଡିଂ କରିବାକୁ ସମୟ ଅଛି, ଏବେ ମିଳୁଥିବା ସୁଯୋଗକୁ ହାତଛଡ଼ା କରନି। କଥାଟିକୁ ମଧ୍ୟ ବିକ୍ରାନ୍ତ ମାନି ଏଇ ଲକ୍‌ଡାଉନ୍ ସମୟରେ ବଡି ବିଲଡିଂ କରିବାକୁ ଯଥା ସାଧ୍ୟ ଚେଷ୍ଟା କଲେ, ହେଲେ ଅନ୍-ଲାଇନ୍ ପ୍ରଶିକ୍ଷକଙ୍କ ଅକ୍ଳାନ୍ତ ଉଦ୍ୟମ ସତ୍ତ୍ବେ ବିକ୍ରାନ୍ତ ସେସବୁ କରିପାରିଲେନି। ଗଲା କିଛିଦିନ ହେବ, ବିକ୍ରାନ୍ତ ମୁମ୍ବଇର ଏକ ଜିମ୍‌ରେ ବଡି ବିଲଡିଂ ତାଲିମ ନେଉଥିବାର ଜଣାପଡ଼ିଛି। ଯେପରି ହେଉ ଆକ୍ସନ୍ ଚଳଚ୍ଚିତ୍ରରେ ସେ କାମ କରିବେ, ଏଇ ଯୋଜନାରେ ବିକ୍ରାନ୍ତ ଅଛନ୍ତି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories