www.samajalive.in
Monday, December 15, 2025
26.1 C
Bhubaneswar

ମହାକାଶରେ ଅସରପା ଗବେଷଣା!

ପୃଥିବୀ ବାହାର ଦୁନିଆକୁ ନେଇ ପ୍ରତି ମୁହୁର୍ତ୍ତରେ ନୂଆ ତଥ୍ୟମାନ ଗବେଷକମାନେ ପ୍ରକାଶ କରୁଛନ୍ତି। ରୁଷିଆ ଓ ଆମେରିକା ମହାକାଶଚାରୀମାନେ ଯେପରି ଥୟ ଧରି ବସିବାକୁ ପ୍ରସ୍ତୁତ ନୁହନ୍ତି, କେତେବେଳେ କୁକୁରକୁ ତ’ ଅନ୍ୟ ସମୟରେ ମାଙ୍କଡ଼, ବିଲେଇ, ଠେକୁଆ ଇତ୍ୟାଦି ପ୍ରାଣୀକୁ ମହାକାଶଯାନରେ ପଠାଇଛନ୍ତି। ଗବେଷକଦଳ ମହାକାଶରେ ପ୍ରାଣୀଙ୍କ ସ୍ଥିତି କେଉଁଭଳି ଭାବେ ରହିଥାଏ, ତାହା ଜାଣିବାକୁ ଏସବୁ ପ୍ରୟୋଗ କରିଥାନ୍ତି। ୨୦୦୭ରେ ରୁଷୀୟ ମହାକାଶବିଜ୍ଞାନୀମାନେ ସେଇଭଳି ଏକ ପଦକ୍ଷେପ ନେଇ ଚର୍ଚ୍ଚିତ ହୋଇଥିଲେ। ଅସରପା ‘ନାଜେଝ୍‌ଦା’ (ଅସରପାର ନାମ)କୁ ଏକ ସ୍ୟାଟେଲାଇଟ୍ ଫ୍ଲାଇଟ୍‌ରେ ମହାକାଶକୁ ପଠାଯିବା ସହ ସେପ୍ଟେମ୍ବର ୧୪-୨୬ ପର୍ଯ୍ୟନ୍ତ ରଖାଗଲା। ଅସରପାକୁ ବେଶ୍‌ ସୁରକ୍ଷିତ ତଥା ସାବଧାନତାର ସହିତ ଡବାରେ ରଖାଯିବା ପରେ କ୍ୟାମେରା ମଧ୍ୟ ସେଥିରେ ଖଞ୍ଜାଯାଇଥିଲା। ଗବେଷକଙ୍କ ମୂଳ ଲକ୍ଷ୍ୟ ଥିଲା, ଅସରପାଟି ମହାକାଶରେ ଗର୍ଭବତୀ ହେବା ପରେ ତାକୁ ପୃଥିବୀପୃଷ୍ଠକୁ ଅଣାଯିବ। ଏଇସବୁ କାମ ଭିତରେ ଅସରପାଟି ଜୀବିତ ରହିବା ସବୁଠୁ ଜରୁରୀ ଥିଲା, ଯଥା ସମୟରେ ଅସରପାଟି ଗର୍ଭବତୀ ହୋଇ ରୁଷିଆ ମହାକାଶ କେନ୍ଦ୍ରରେ ସୁରକ୍ଷିତ ଭାବେ ପହଞ୍ଚିଲା। ନାଜେଝ୍‌ଦା ଅସରପା ୨୧ଟି ଅସରପାଙ୍କୁ ଜନ୍ମ ଦେବା ପରେ ଗବେଷଣା ଆରମ୍ଭ ହୋଇଥିଲା। ମୁଖ୍ୟ ଗବେଷକ କହିଥିଲେ, ପୃଥିବୀର ଅସରପାଙ୍କ ତୁଳନାରେ ଏଇ ମହାକାଶ ଅସରପା ଶକ୍ତିଶାଳୀ ଓ ଏମାନଙ୍କ ଶରୀରର ରଙ୍ଗ ଅଧିକ ଗାଢ଼। ଏଭଳି ପଦକ୍ଷେପ ନେବାରେ ରୁଷିଆ ବିଶ୍ବର ପ୍ରଥମ ରାଷ୍ଟ୍ର ହେବା ସହ ଏହି ପ୍ରୋଜେକ୍ଟରେ କୋଟିକୋଟି ଟଙ୍କା ବ୍ୟୟ ହୋଇଛି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories