www.samajalive.in
Saturday, December 13, 2025
18.1 C
Bhubaneswar

ଅଶ୍ୱିନଙ୍କୁ ୪ ୱିକେଟ; ଇଂଲଣ୍ଡ ୯/୨୮୫

ବର୍ମିଂହାମ୍‍ : ବୁଧବାର ଏଠାରେ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ପ୍ରଥମ ଟେଷ୍ଟମ୍ୟାଚ୍‍ ଆରମ୍ଭ ହୋଇଛି। ମ୍ୟାଚ୍‍ର ପ୍ରଥମଦିନରେ ଉଭୟ ଦଳ ସମ୍ମାନ ଭାଗ କରିଛନ୍ତି। ଦିନର ଷ୍ଟମ୍ପ୍‍ ଅପସାରଣ ବେଳକୁ ପ୍ରଥମେ ବ୍ୟାଟିଂ କରୁଥିବା ଘରୋଇ ଇଂଲଣ୍ଡ ପ୍ରଥମ ଇନିଂସରେ ୯ ୱିକେଟ ହରାଇ ୨୮୫ ରନ୍‍ କରିଛି। ଅଧିନାୟକ ଜୋ ରୁଟ୍‍ ଓ ଜନି ବେୟାରଷ୍ଟୋ ଅର୍ଦ୍ଧଶତକ ହାସଲକରି ଦଳକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ। ତେବେ ଉଭୟେ ଆଉଟ ହେବା ସହ ଇଂଲଣ୍ଡ ବିପର୍ଯ୍ୟୟ ଭୋଗିଥିଲା। ଭାରତୀୟ ଅଫ୍‍ସ୍ପିନର ଆର୍‍. ଅଶ୍ୱିନ ୪ଟି ୱିକେଟ ନେଇ ଇଂଲଣ୍ଡ ବ୍ୟାଟିଂ ଉପରେ ଅଙ୍କୁଶ ଲଗାଇ ପାରିଛନ୍ତି।
ଏହି ମ୍ୟାଚ୍‍ ଖେଳିବା ସହ ଘରୋଇ ଇଂଲଣ୍ଡ ବିଶ୍ୱର ପ୍ରଥମ ଦଳ ଭାବେ ୧୦୦୦ ଟେଷ୍ଟମ୍ୟାଚ୍‍ରେ ପଦାର୍ପଣ କରିଥିଲା। ଇଂଲଣ୍ଡର ଅଧିନାୟକ ଜୋ ରୁଟ୍‍ ଟସ୍‍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲେ। ଇଂଲଣ୍ଡର ଓପ୍‍ନିଂ ଯୋଡ଼ି ଦୃଢ଼ତାର ସହ ଇନିଂସ ଆରମ୍ଭ କରିଥିଲେ। ତେବେ ଦୁଇ ଭାରତୀୟ ନୂଆବଲ୍‍ ବୋଲର ଆରମ୍ଭରୁ ସେତେ ଭଲ ବୋଲିଂ କରି ପାରିନଥିଲେ। ତେବେ ୬ଷ୍ଠ ଓଭରରେ ଭାରତ ୱିକେଟ ନେବାର ସୁଯୋଗ ଛାଡ଼ିଥିଲା। ଇଂଲଣ୍ଡ ଓପ୍‍ନର କିଟନ୍‍ ଜେନିଙ୍ଗ୍‍ସ ଭାରତୀୟ ପେସ୍‍ ବୋଲର ଈଶାନ୍ତ ଶର୍ମାଙ୍କ ବଲ୍‍ରେ କ୍ୟାଚ୍‍ ଦେଇଥିଲେ ହେଁ ଗଲିରେ ଥିବା ଅଜିଙ୍କ୍ୟ ରାହାଣେ କ୍ୟାଚ୍‍ ଛାଡ଼ି ଦେଇଥିଲେ। ସେତେବେଳେ ଜେନିଙ୍ଗ୍‍ସ ମାତ୍ର ୯ ରନ୍‍ କରିଥିଲେ। ଏହାର ଫାଇଦା ଉଠାଇ ବାମହାତି ଜେନିଙ୍ଗ୍‍ସ ଦୀର୍ଘ ସମୟ ବ୍ୟାଟିଂ କରିଥିଲେ। ୯ମ ଓଭରରେ ଭାରତକୁ ପ୍ରଥମ ସଫଳତା ମିଳିଥିଲା। ଅଫ୍‍ସ୍ପିନର ରବିଚନ୍ଦ୍ରନ୍‍ ଅଶ୍ୱିନଙ୍କୁ ୨ୟ ଓଭରରେ ସଫଳତା ମିଳିଥିଲା। ଇଂଲଣ୍ଡର ସଫଳତମ ବ୍ୟାଟ୍‍ସମ୍ୟାନ୍‍ ଆଲଷ୍ଟାୟାର କୁକ୍‍ଙ୍କୁ ଅଶ୍ୱିନ ବୋଲ୍‍ଡ କରି ଦେଇଥିଲେ। ଏହି ବାମହାତି ଓପ୍‍ନର ୨ଟି ଚୌକା ସହ ୧୩ ରନ୍‍ କରିଥିଲେ। ଏହାପରେ କିଟନ୍‍ ଜେନିଙ୍ଗ୍‍ସ ଓ ଅଧିନାୟକ ଜୋ ରୁଟ୍‍ ଚମତ୍କାର ବ୍ୟାଟିଂ କରିଥିଲେ ଏବଂ ୨୬ ଓଭରରୁ ଅଧିକ ସମୟ କ୍ରିଜ୍‍ରେ ରହିଥିଲେ। ୨ୟ ୱିକେଟ ପାଇଁ ଜେନିଙ୍ଗ୍‍ସ ଓ ରୁଟ୍‍ ୭୨ ରନ୍‍ ଯୋଗ କରିଥିଲେ। ଭୋଜନ ବିରତିରେ ଇଂଲଣ୍ଡ ୧ ୱିକେଟରେ ୮୩ ରନ୍‍ କରିଥିଲା। ବିରତି ପରେ ଭାରତକୁ ୨ୟ ସଫଳତା ମିଳିଥିଲା। ଦୁର୍ଭାଗ୍ୟଜନକ ଭାବେ ଜେନିଙ୍ଗ୍‍ସ ବୋଲ୍‍ଡ ହୋଇ ଯାଇଥିଲେ। ମହମ୍ମଦ ସାମିଙ୍କ ବଲ୍‍କୁ ଜେନିଙ୍ଗ୍‍ସ ଡିଫେଣ୍ଡ୍‍ କରିଥିଲେ ହେଁ ବଲ୍‍ ତାଙ୍କ ଗୋଡ଼ରେ ବାଜି ଷ୍ଟମ୍ପ୍‍ରେ ବାଜିଥିଲା। ଜେନିଙ୍ଗ୍‍ସ ୯୮ ବଲ୍‍ରୁ ୪ଟି ଚୌକା ସହ ୪୨ ରନ୍‍ କରିଥିଲେ। ପରେପରେ ଭାରତକୁ ଆଉ ଏକ ୱିକେଟ ମିଳିଥିଲା। ଡାୱିଡ୍‍ ମାଲାନ୍‍ ମାତ୍ର ୮ ରନ୍‍କରି ସାମିଙ୍କ ବଲ୍‍ରେ ଏଲ୍‍ବିଡବ୍ଲ୍ୟୁ ହୋଇଥିଲେ। ୧୧୨ ରନ୍‍ରେ ୩ଟି ୱିକେଟ ପଡ଼ିଯିବା ପରେ ରୁଟ୍‍ ଓ ଜନି ବେୟାରଷ୍ଟୋ ଦୃଢ଼ତାର ସହ ସ୍କୋର୍‍କୁ ଆଗେଇ ନେଇଥିଲେ। ଦୁହେଁ ୪ର୍ଥ ୱିକେଟ ପାଇଁ ୧୦୪ ରନ୍‍କରି ଦଳକୁ ମଜ୍‍ଭୁତ ସ୍ଥିତିରେ ପହଞ୍ଚାଇଥିଲେ। ତେବେ ବିରାଟ କୋହଲିଙ୍କ ଚମତ୍କାର ଫିଲ୍‍ଡିଂ ମ୍ୟାଚ୍‍ର ମଙ୍ଗ ଭାରତ ଆଡ଼କୁ ମୋଡ଼ିଥିଲା। କୋହଲିଙ୍କ ସିଧା ଥ୍ରୋ’ରେ ରୁଟ୍‍ ରନ୍‍ଆଉଟ ହୋଇଥିଲେ। ରୁଟ୍‍ ୯ଟି ଚୌକା ସହ ୮୦ ରନ୍‍ କରିଥିଲେ। ଏହି ଇନିଂସରେ ୪୦ ରନ୍‍ରେ ପହଞ୍ଚିବା ସହ ଜୋ ରୁଟ୍‍ ୬ ହଜାର ଟେଷ୍ଟ ରନ୍‍ ପୂରଣ କରିଥିଲେ। ରୁଟ୍‍ ଆଉଟ ହେବା ସହ ୨୭ ରନ୍‍ରେ ଇଂଲଣ୍ଡ ୪ଟି ୱିକେଟ ହରାଇଥିଲା। ଜନି ବେୟାରଷ୍ଟୋ ୯ଟି ଚୌକା ସହ ୭୦ ରନ୍‍ କରିଥିଲେ। ପରେ ଜୋସ୍‍ ବଟ୍‍ଲର ବିନା ସ୍କୋର୍‍ରେ ଆଉଟ ହୋଇଥିଲେ। ବେନ୍‍ ଷ୍ଟୋକ୍‍ସ ୨ଟି ଚୌକା ସହ ୨୧ ରନ୍‍ କରିଥିଲେ। ସାମ୍‍ କରନ୍‍ ଓ ଆଦିଲ ରସିଦ୍‍ ୩୪ ରନ୍‍ ଯୋଡ଼ିବା ପରେ ରସିଦ୍‍ ୧୩ ରନ୍‍କରି ଆଉଟ ହୋଇଥିଲେ। ପରେ ଷ୍ଟୁଆର୍ଟ ବ୍ରଡ୍‍ ୧ ରନ୍‍କରି ଆଉଟ ହୋଇଥିଲେ। କରନ୍‍ ୩ଟି ଚୌକା ସହ ୨୪ ରନ୍‍କରି ଅପରାଜିତ ଅଛନ୍ତି। ଅଶ୍ୱିନ ୪ଟି ଓ ମହମ୍ମଦ ସାମି ୨ଟି ୱିକେଟ ପାଇଛନ୍ତି। ଏହି ମ୍ୟାଚ୍‍ରେ ଭାରତ ଚେତେଶ୍ୱର ପୂଜାରାଙ୍କ ସ୍ଥାନରେ କେ.ଏଲ୍‍. ରାହୁଲଙ୍କୁ ଖେଳାଉଛି। ଆର୍‍. ଅଶ୍ୱିନ ଏକମାତ୍ର ସ୍ପିନର ଭାବେ ଖେଳୁଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories