www.samajalive.in
Sunday, December 14, 2025
26.1 C
Bhubaneswar

ଭାଗ୍ୟଦୋଷ ବଦଳାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଉପାୟ

ସମସ୍ତଙ୍କ ଭାଗ୍ୟରେ ଶୀଘ୍ର ଉନ୍ନତି ସମ୍ଭବପର ହୋଇ ନ ଥାଏ। କିଛି ଲୋକ ଅଛନ୍ତି ଯେଉଁ ମାନଙ୍କ କାମ ଉନ୍ନତି ଦିଗକୁ ଅଗ୍ରସର ହେବାକୁ ଯାଉଥିବା ବେଳେ ହଠାତ କୌଣସି କାରଣରୁ କାର୍ଯ୍ୟଟି ଅସଫଳ ହୋଇଯାଏ। ଅନେକ ପରିଶ୍ରମ କଲେ ମଧ୍ୟ କାମଟି ସଫଳ ହୋଇ ନଥାଏ। ତେଣୁ ସେମାନେ ନିଜ ଭାଗ୍ୟକୁ ଦୋଷ ଦେଇଥାନ୍ତି। ଆସନ୍ତୁ ଜାଣିବା କିପରି ଭାବେ ଭାଗ୍ୟ ଦୋଷ ଦୂର କରିବା …..
ପ୍ରତିଦିନ ସକାଳେ ସ୍ନାନ କରି ସାରିବା ପରେ ତୁଳସୀ ଗଛ ଓ ଓସ୍ତ ଗଛ ମୂଳରେ ପାଣି ଢାଳନ୍ତୁ। ପ୍ରତିଦିନ ସନ୍ଧ୍ୟା ସମୟରେ ତୁଳସୀ ଗଛ ଓ ଓସ୍ତ ଗଛ ମୂଳରେ ଦୀପ ଜାଳନ୍ତୁ। ଏପରି କରିବା ଦ୍ୱାରା ଘରେ ସୁଖ ଶାନ୍ତିର ବାତାବରଣ ରହିଥାଏ।ସକାଳେ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ପ୍ରଥମେ ଖାଦ୍ୟକୁ ଗାଈକୁ ଓ ଶେଷରେ ବଳିଥିବା ଖାଇବାକୁ କୁକୁରକୁ ଦିଅନ୍ତୁ। ଏହାଦ୍ୱାରା ଘରେ ବିଭିନ୍ନ କୁଦୃଷ୍ଟିର ପ୍ରଭାବ କମିଯାଇଥାଏ।
ସକାଳେ ଗାଧୋଇ ସାରିବା ପରେ ପୂଜା ଘରକୁ ଭଲ ଭାବରେ ସଫା କରି ଦିଅନ୍ତୁ। ତାପରେ ଭଗବାନଙ୍କୁ ସତେଜ ଫୁଲ ଚଢାନ୍ତୁ। ଠାକୁର ଘରକୁ ଠିକ ଭାବେ ସଫା ନ କରିବା ଦ୍ୱାରା ଘରେ ଅଶାନ୍ତି ଲାଗି ରହେ।ସର୍ବଦା ପୂଜା ଓ ଯଜ୍ଞାଦି କରି ସାରିବା ପରେ ପୂଜା ସାମଗ୍ରୀକୁ ନଦୀରେ ଭସାଇ ଦିଅନ୍ତୁ। ଅଟାରେ ଛୋଟ ଛୋଟ ଗୋଲି ପ୍ରସ୍ତୁତ କରି ମାଛଙ୍କ ଖାଇବା ନିମନ୍ତେ ନଦୀରେ ପକାନ୍ତୁ। ଯଦି ଏହି କାମ ପ୍ରତିଦିନ କରି ପାରୁ ନାହାନ୍ତି ତେବେ କେବଳ ପ୍ରତ୍ୟେକ ମଙ୍ଗଳବାର କିମ୍ବା ଶୁକ୍ରବାର କରିପାରିବେ।
ପ୍ରତିଦିନ ଘରୁ ବାହାରକୁ ଯିବା ସମୟରେ ବାପା,ମା ଓ ଗୁରୁଜନଙ୍କ ଆଶୀର୍ବାଦ ନେଇ ଯାଆନ୍ତୁ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories