www.samajalive.in
Monday, December 15, 2025
14.1 C
Bhubaneswar

‘ଦିଲ୍ଲୀର ୨୦ରୁ ୨୫% ଶିଶୁ ଶ୍ୱାସରୋଗ ଏବଂ ବ୍ରୋନକାଇଟିସ୍‍ରେ ଆକ୍ରାନ୍ତ’

ନୂଆଦିଲ୍ଲୀ : ଶବ୍ଦ ପ୍ରଦୂଷଣ ଯୋଗୁଁ ବହୁ ମାତ୍ରାର ନବଜାତକ ଫୁସ୍‍ଫୁସ୍‍ ଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀରେ କେବଳ ୨୦ରୁ ୨୫% ଶିଶୁ ଶ୍ୱାସରୋଗ ଏବଂ ବ୍ରୋନକାଇଟିସ୍‍ ଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି। ଦିଲ୍ଲୀ-ଏନ୍‍ସିଆରରେ ବାଣ ଫୁଟା ଉପରେ କଟକଣା ସମ୍ପର୍କିତ ଏକ ମାମଲାର ବୁଧବାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି। ବାଣ ଫୁଟା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରାଯିବ ଅବା ଯୁକ୍ତିଯୁକ୍ତ ଉପାୟରେ ନିୟନ୍ତ୍ରଣ କରାଯିବ ତାହା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ବିଚାର କରୁଛନ୍ତି। ବାଣ ଫୁଟା ଯୋଗୁଁ କେତେ ପରିମାଣର ଶବ୍ଦ ପ୍ରଦୂଷଣ ହେଉଛି ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ କେଉଁ ଉପାୟ ଅବଲମ୍ବନ କରାଯିବ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ଅପରପକ୍ଷରେ ପର୍ବ ଓ ଉତ୍ସବ ଲୋକଙ୍କ ଜୀବନର ଏକ ଅଂଶ ହୋଇଥିବାରୁ ଏହାକୁ ବି ଗୁରୁତର ସହ ଦେଖିବାକୁ ପଡ଼ିବ ବୋଲି ଶୁଣାଣି ବେଳେ ଅଦାଲତ ମତବ୍ୟକ୍ତ କରିଥିଲେ।
ଉଲ୍ଲେଖ ଯେ ଦିଲ୍ଲୀରେ ବାଣ ଫୁଟା ଉପରେ ନିଷେଧାଦେଶ ଜାରି କରିବାକୁ ୨୦୧୫ ସେପ୍ଟେମ୍ବର ମାସରେ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ଏହାକୁ ବିଚାରକୁ ନେଇ ୨୦୧୬ ନଭେମ୍ବର ୧୧ରେ ସୁପ୍ରିମକୋର୍ଟ ରାଜଧାନୀ ଦିଲ୍ଲୀର ସମସ୍ତ ବାଣ ଦୋକାନ ଲାଇସେନ୍ସ ରଦ୍ଦ କରିବାକୁ ନିର୍ଦେଶ ଦେଇଥିଲେ। ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣକୁ ନ ଆସିବା ପର୍ଯ୍ୟନ୍ତ ଏହି ଆଦେଶ ବଳବତ୍ତର ରହିବ ବୋଲି କୁହାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories