www.samajalive.in
Tuesday, December 9, 2025
16.1 C
Bhubaneswar

ଓସିଏଲ୍‌: ଚିତାଜ୍‌ର ୨ୟ; ଟାଇଗର୍ସର ପ୍ରଥମ ବିଜୟ

କଟକ : ଓଡ଼ିଶା କ୍ରିକେଟ ଲିଗ୍‌ (ଓସିଏ) ଆନୁକୂଲ୍ୟରେ ଏମ୍‌ଜିଏମ୍‌ ଓଡ଼ିଶା କ୍ରିକେଟ୍‌ ଲିଗ୍ (ଓସିଏଲ୍‌) ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟରେ ସୋମବାର ୨ୟ ଦିନରେ ବାରବାଟୀ ଷ୍ଟାଡିୟମ୍‌ରେ ୨ଟି ମ୍ୟାଚ୍‌ ଖେଳା ଯାଇଥିଲା। ପ୍ରଥମ ମ୍ୟାଚ୍‌ରେ ଜିତି କ୍ରମାଗତ ୨ୟ ବିଜୟ ହାସଲ କରିଛି ଓଡ଼ିଶା ଚିତାଜ୍ ଦଳ। ୨ୟ ମ୍ୟାଚ୍‌ରେ ଓଡ଼ିଶା ଲାୟନ୍‌ସକୁ ପରାସ୍ତକରି ଓଡ଼ିଶା ଟାଇଗର୍ସ ଦଳ ତା’ର ପଏଣ୍ଟ ଖାତା ଖୋଲିପାରିଛି।
ସୋମବାର ପ୍ରଥମ ମ୍ୟାଚ୍‌ରେ ମାରୋଜୁ ପ୍ରଶାନ୍ତଙ୍କ ଅର୍ଦ୍ଧଶତକ ଏବଂ ରାମଚନ୍ଦ୍ର ବେହେରାଙ୍କ ଅଲ୍‌ରାଉଣ୍ଡ ସଫଳତା ବଳରେ ଓଡ଼ିଶା ଜାଗୁଆର୍ସ ଦଳକୁ ୬ ୱିକେଟରେ ଓଡ଼ିଶା ଚିତାଜ୍ ପରାସ୍ତ କରିଛି। ଅଧିନାୟକ ଗିରିଜା ରାଉତଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଜାଗୁଆର୍ସ ୫ ୱିକେଟରେ ୧୪୩ ରନ୍ କରିଥିଲା। ପରେ ମାରୋଜୁ ପ୍ରଶାନ୍ତଙ୍କ ଅର୍ଦ୍ଧଶତକ ବଳରେ ୧୮.୫ ଓଭରରେ ୪ ୱିକେଟ ହରାଇ ଚିତାଜ୍ ବିଜୟୀ ହୋଇଥିଲା। ଟସ୍ ଜିତି ଓଡ଼ିଶା ଜାଗୁଆର୍ସ ବ୍ୟାଟିଂ କରିଥିଲା। ସୁନୀଲ କୁମାର ସାହୁ ଓ ଗିରିଜା ରାଉତ ୨ୟ ୱିକେଟ ପାଇଁ ୭୮ ରନ୍ ​‌େ‌ଯାଡ଼ିଥିଲେ। ସୁନୀଲ ସାହୁ ଗୋଟିଏ ଛକା ଓ ୫ଟି ଚୌକା ସହ ୪୫ ରନ୍ କରିଥିଲେ। ଗିରିଜା ରାଉତ ଗୋଟିଏ ଛକା ଓ ୩ଟି ଚୌକା ସହ ୫୧ ରନ୍‌ କରିଥିଲେ। ସାମ୍‌ସୁଲ ଖାଁ ୧୮ ରନ୍ କରିଥିଲେ। ରାମଚନ୍ଦ୍ର ବେହେରା ୩ଟି ଓ ମନୋଜ ବାରିକ ୨ଟି ୱିକେଟ ନେଇଥିଲେ। ଓଡ଼ିଶା ଚିତାଜ୍ ଆରମ୍ଭରୁ ଅଧିନାୟନ ଅନୁରାଗ ଷଡ଼ଙ୍ଗୀ (୧)ଙ୍କ ୱିକେଟ ହରାଇଥିଲା। ରାମଚନ୍ଦ୍ର ବେହେରା ୫ଟି ଚୌକା ସହ ୩୬ ରନ୍ କରିଥିଲେ। ପ୍ରଶାନ୍ତ ୪ଟି ଛକା ଓ ୨ଟି ଚୌକା ସହ ୬୦ ରନ୍‌ କରିଥିଲେ। ଅଭିଷେକ ରାଉତ ୨୫ ରନ୍‌କରି ଅପରାଜିତ ଥିଲେ। ରାମଚନ୍ଦ୍ର ବେହେରାଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ପ୍ରଦାନ କରିଥିଲେ ଆପେକ୍ସ କାଉନ୍‌ସିଲ ସଦସ୍ୟ ଶୁଭାଶିଷ ସେନାପତି।
ସୋମବାର ୨ୟ ମ୍ୟାଚ୍‌ରେ ଲାୟନ୍‌ସକୁ ୪ ୱିକେଟରେ ଟାଇଗର୍ସ ପରାସ୍ତ କରିଛି। ଲାୟନ୍‌ସ ୭ ୱିକେଟରେ ୧୩୨ ରନ୍ କରିଥିଲା। ପରେ ଅମିନ୍ ଖାଁଙ୍କ ଅର୍ଦ୍ଧଶତକ ବଳରେ ୨ଟି ବଲ୍‌ ବାକିଥାଇ ୬ ୱିକେଟ ହରାଇ ଟାଇଗର୍ସ ଜିତିଥିଲା। ଟସ୍ ଜିତି ଟାଇଗର୍ସ ଫିଲ୍‌ଡିଂ ନେବା ପରେ ଲାୟନ୍‌ସ ଓପ୍‌ନିଂ ଯୋଡ଼ିରେ ୪୯ ରନ୍‌ କରିଥିଲା। ଶୁଭ୍ରଜ୍ୟୋତି ମିଶ୍ର ୨୪ ଓ ସ୍ବସ୍ତିକ ସାମଲ ୨୧ ରନ୍‌ କରିଥିଲେ। ରାଜେଶ ପଟ୍ଟନାୟକ ୨୦ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୩ ରନ୍‌ କରିଥିଲେ। ଅଧିନାୟକ ସୁଜିତ ଲେଙ୍କା ୦, ବିଶ୍ବଭୂଷଣ ବିହାରୀ ୩, ଦୀପକ ବେହେରା ୨ ଓ ନୌତମ ଭଞ୍ଜ ୧୪ ରନ୍ କରିଥିଲେ। ବିକାଶ ରାଉତ ୨୩ ବଲ୍‌ରୁ ୨୪ ରନ୍‌ କରିଥିଲେ। ଟାଇଗର୍ସର ରାଜକିଶନ ପଟେଲ ୨ଟି ୱିକେଟ ପାଇଥିଲେ। ୧୩୩ ରନ୍ ଲକ୍ଷ୍ୟରେ ଓଡ଼ିଶା ଟାଇଗର୍ସ ଆରମ୍ଭରୁ ବିପର୍ଯ୍ୟୟ ଭୋଗିଥିଲା। ଆୟୁଷ ନାୟକ ୦, ଦିବ୍ୟଶକ୍ତି ଚକ୍ରବର୍ତ୍ତୀ ୧୦, ଗିରିଜା ବାରିକ ୧୪, ଅଧିନାୟକ ଦେବାଶିଷ ସାମନ୍ତରାୟ ୩ ଓ ରାକେଶ ଗୋଛାୟତ ୭ ରନ୍‌କରି ଆଉଟ ହୋଇଥିଲେ। ଅମିନ୍ ଖାଁ ବିସ୍ଫୋରକ ବ୍ୟାଟିଂକରି ୩୪ ବଲ୍‌ରୁ ୫ଟି ଲେଖାଏଁ ଛକା ଓ ଚୌକା ସହ ୬୪ ରନ୍‌ କରିଥିଲେ। ରାଜକିଶନ ପଟେଲ ୧୫ ରନ୍‌ରେ ଅପରାଜିତ ରହି ଦଳକୁ ଜିତାଇଥିଲେ। ରାକେଶ ପଟ୍ଟନାୟକ ୨ଟି ୱିକେଟ ପାଇଥିଲେ। ଅମିନ୍ ଖାଁଙ୍କୁ ଓସିଏ ଯୁଗ୍ମ ସମ୍ପାଦକ ମେହ୍‌ତାବ ଖାଁ ପ୍ଲେୟର ଅଫ୍ ଦି ମ୍ୟାଚ୍ ପୁରସ୍କାର ଦେଇଥିଲେ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories