www.samajalive.in
Tuesday, December 9, 2025
16.1 C
Bhubaneswar

ଖଲ୍ଲିକୋଟ ଥାନା ଅଞ୍ଚଳରେ ସିରିଜ୍ ଡକାୟତି, ବନ୍ଧୁକ ଦେଖାଇ ଝାମ୍ପିନେଲେ ୬ ଲକ୍ଷ ଟଙ୍କା

ଖଲ୍ଲିକୋଟ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଡଘାଟିରେ ବନ୍ଧୁକ ମୁନରେ ଜଣେ ୱେବ ଚ୍ୟାନେଲ ପ୍ରତିନିଧିଙ୍କଠାରୁ ଦୁର୍ବୃତ୍ତମାନେ ୨ ଲକ୍ଷ ଟଙ୍କା ଲୁଟି ନେବାର ୪୮ ଘଣ୍ଟା ନପୁରୁଣୁ ଆଜି ପୁଣି ଏକ ଛିନତାଇ ସଂଘଟିତ ହୋଇଛି। ଦୁର୍ବୃତ୍ତମାନେ ବନ୍ଧୁକ ଦଖାଇ ସ୍ପଷ୍ଟ ଦିବାଲୋକରେ ହୋଟେଲ କର୍ମଚାରୀଙ୍କୁ ଭୟଭୀତ କରି ୬ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। କାଳିଜାଇ ଷ୍ଟେସନ ନିକଟ ଲେବେଲ କ୍ରସିଂଠାରୁ କିଛି ଦୂରରେଏହି ଘଟଣା ଘଟିଛି ।
ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ସକାଳ ୯ଟା ୪୫ ମିନିଟ ବେଳେ ଏକ କାରରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁରସ୍ଥିତ ହୋଟେଲ ସ୍ୱସ୍ତି ରିସର୍ଟର କର୍ମଚାରୀମାନେ ୬ ଲକ୍ଷ ଟଙ୍କା ଧରି ବ୍ୟାଙ୍କରେ ଜମା ଦେବାକୁ ବାହାରିଥିଲେ। ଗାଡି ଚାଳକ ଅକ୍ଷୟ କୁମାର ନାୟକ, ପ୍ରଭୁ କଲ୍ୟାଣ ସ୍ୱାଇଁ , ନୀଳକଣ୍ଠ ଦାସ ପ୍ରମୁଖ ଭେଜିପୁଟ ଆନ୍ଧ୍ର ବ୍ୟାଙ୍କରେ ଜମା କରିବାକୁ ଆସୁଥିଲେ। ହଠାତ ବିପରୀତ ଦିଗରୁ ଏକ ବାଇକରେ ୩ ଜଣ କଳା ମୁଖାଧାରୀ ଯୁବକ କାରକୁ ଓଭରଟେକ କରିଥିଲେ। ତତ୍କାଳ ଏକ ସ୍କୁଲ ନିକଟରୁ ବାଇକକୁ ବୁଲାଇ ଦେଇ କାର ଆଗରେ ରଖିଥିଲେ। ଚଟାପଟ ବାଇକରୁ ଓହ୍ଲାଇ ଦୁର୍ବୃତ୍ତମାନେ କାର ଚାଳକଙ୍କ ମୁଣ୍ଡ ଉପରେ ଏକ ପିସ୍ତଲ ରଖି ତାଙ୍କଠାରୁ ୬ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଇ ପଥରା ଅଭିମୁଖେ ବାଇକରେ ଦ୍ରୁତ ଗତିରେ ଚାଲି ଯାଇଥିଲେ ।

ଘଟଣା ସମ୍ପର୍କରେ ଭେଜିପୁଟ ଫାଣ୍ଡିରେ କାର ଚାଳକ ଏତଲା ଦେବା ପରେ ପୁଲିସ ଗୋରାପଲ୍ଲୀ- ପଥରା ରାସ୍ତା ଓ ଭେଜିପୁଟ ଛକଠାରୁ ପଥରା ପର୍ୟ୍ୟନ୍ତ ଲମ୍ବିଥିବା ରାସ୍ତାକୁ ନାକାବନ୍ଦୀ କରି ଯାଞ୍ଚ କରିଥିଲେ। ଖବର ପାଇ ଜିଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ , ଅତିରିକ୍ତ ଏସ.ପି ଠାକୁର ପ୍ରସାଦ ପାତ୍ର ଓ ଛତ୍ରପୁର ଏସଡିପିଓ ଗୌତମ କିସାନ , ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ, ଭେଜିପୁଟ ଫାଣ୍ଡି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗଞ୍ଜାମ ଏସ.ପି. ଶ୍ରୀ ରାଏ ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାଡ଼ ସହାୟତାରେ ତଦନ୍ତ ଚଳାଇଥିଲେ। ଖୁବଶୀଘ୍ର ଦୁର୍ବୃତ୍ତଙ୍କୁ ଧରାଯିବ ବୋଲି ଏସପି କହିଥିବା ସ୍ୱସ୍ତି ହୋଟେଲର ମ୍ୟାନେଜର ଜଗନ୍ନାଥ ମହାନ୍ତି ପ୍ରକାଶ କରିଛନ୍ତି। ହୋଟେଲ କର୍ମଚାରୀମାନେ ଡକାୟତ ଦଳ ବ୍ୟବହାର କରିଥିବା ଗାଡି ନମ୍ବର ୬୨୧୩ କୁ ପୁଲିସ ଜଣାଇଛନ୍ତି।
ଗତ କିଛି ଦିନ ହେଲା ଗୁରାପଲ୍ଲୀ ଟୋଲ ପ୍ଲାଜା ନିକଟରେ ୩ ଗୋଟି ମାଲ ବୋଝେଇ ଟ୍ରକରୁ ନଗଦ ୬୦ ହଜାର ଟଙ୍କା , ୬ ଗୋଟି ମୋବାଇଲ ଲୁଟ ନେଇଥିଲା। ୨ ଦିନ ତଳେ ବ୍ରହ୍ମପୁରର ପିଣ୍ଟୁ ବେହେରାଙ୍କଠାରୁ ନଗଦ ୨ ଲକ୍ଷ ଟଙ୍କା ଲୁଟିବା ଓ କେଶପୁର ଛକ ର ଏକ ମୋବାଇଲ ଦୋକାନରୁ ନଗଦ ଟଙ୍କା ଲୁଟି ନିଆଯାଇଥିଲା। ଏହାସହ କହ୍ନେଇପୁର ରାସ୍ତା ଓ ମକୁନ୍ଦପୁର ସାନ ଘାଟି ରାସ୍ତାରେ ମଧ୍ୟ ଛୋଟବଡ଼ ଡକାୟତି ହୋଇଛି। ଏସବୁ ଛୋଟମୋଟ ଘଟଣା ଥାନାରେ ରିପୋର୍ଟ ହୋଇନି। ସାନ ଓ ବଡଘାଟିରେ ବାରମ୍ବାର ଏଭଳି ଲୁଟପାଟ ହେଉଥିବାରୁ ସାନ ଘଟିଠାରେ ଏକ ପୁଲିସ ବିଟ ହାଉସ ନିର୍ମାଣ ପାଇଁ ଯୋଜନା ରହିଛି। ଅର୍ଥାଭାବ କରୋନା ତ କାରଣରୁ ପ୍ରସ୍ତାବିତ ବିଟ ହାଉସ ଅଟକି ରହିଛି ଗଞ୍ଜାମ ଏସ.ପି. କହିଛନ୍ତି।

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories