www.samajalive.in
Monday, December 8, 2025
16.1 C
Bhubaneswar

ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାରକୁ ହତ୍ୟା

ନୂଆଦିଲ୍ଲୀ: ମୋଷ୍ଟ ୱାଣ୍ଟେଡ, ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାରକୁ କିଛି ଅଜଣା ବ୍ୟକ୍ତି ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି। ଭାରତରୁ ଆମେରିକା ଯାଏଁ ପୁଲିସ ଓ ଅନ୍ତର୍ଜାତୀୟ ଏଜେନ୍ସିକୁ ନାକେଦମ୍‌‌ କରିଥିବା ଗୋଲ୍ଡି ବ୍ରାରକୁ ଦିନ ଦ୍ୱିପ୍ରହରରେ ଆମେରିକାର ଫେୟାର୍‌‌ ମୋଣ୍ଟରେ ଗୁଳି କରି ହତ୍ୟା କରାଯାଇଥିବା ଆନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି। ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଥିଲା ଗୋଲ୍ଡି ବ୍ରାର। ବହୁ ଅପରାଧ ମାମଲାରେ ସାମିଲ ଥିବା ଗୋଲ୍ଡିକୁ ଭାରତ ସରକାର ପୂର୍ବରୁ ଆତଙ୍କବାଦୀ ଘୋଷଣା କରିଥିଲେ। ବିଦେଶରେ ରହି ନିଜର ଅପରାଧ ନେଟୱାର୍କ ପରିଚାଳନା କରୁଥିଲା ଗୋଲ୍ଡି ।
ଆମେରିକାରେ ବସି ଭାରତରେ ଗ୍ୟାଙ୍ଗ ଚଲାଉଥିବା ବେଳେ ସଲମାନ ଖାନଙ୍କ ଘର ଉପରକୁ ଗୁଳି ମାଡ କରିବାକୁ ଯୋଜନା କରୁଥିଲା । ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋୟୀର ବେଶ ନିକଟର ଥିଲା ଗୋଲ୍ଡି ବ୍ରାର। ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ଏହି ହତ୍ୟାକାଣ୍ଡ ପଛରେ ଖଲିସ୍ତାନୀ ଗ୍ରୁପର ସଂପୃକ୍ତି ଥିବା କୁହାଯାଉଛି। ତେବେ ଏଯାଏଁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ହତ୍ୟାକାଣ୍ଡକୁ ନେଇ କୌଣସି ପ୍ରକାର ସୂଚନା ଦିଆଯାଇନାହିଁ।
ସେପଟେ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ ଘଟଣାର ଅଭିଯୁକ୍ତ ଅନୁଜ ଥପନ ଜେଲରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଗୁଳିମାଡ ଘଟଣାରେ ବନ୍ଧୁକ ଯୋଗାଇଥିବା ଅଭିଯୋଗରେ ଗିରଫ ହୋଇ ଅନୁଜ ମୁମ୍ବାଇ ଜେଲରେ ଥିଲା। ବୁଧବାର ଜେଲର ବାଥରୁମରେ ସେ ଆତ୍ମହତ୍ୟା କରିଥିବା ପୁଲିସ ପକ୍ଷରୁ କୁହାଯାଇଛି।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories